Living in Bhubaneswar
Friday, February 17, 2017
ଓଡ଼ିଆ ସିନେମା ଗୀତ - 'ପରଦେଶୀ ବନ୍ଧୁ ତୁମେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=WU7G8QSoxwc
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - କିଏ କାହାର (୧୯୬୮)
ସଙ୍ଗୀତ - ଅକ୍ଷୟ ମହାନ୍ତି
ଗୀତ - ଦେବଦାସ ଛୋଟରାୟ
କଣ୍ଠ - ସିପ୍ରା ବୋଷ
ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଛାତି ମୋ ହୁଏ ଖାଲି କରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି
କେଉଁଠି ସହର ତୁମ କେଉଁଠି ରହଣୀ
ଗୋଟିଏ ପଲକେ ନେଲ
ଚୋରାଇ ଚାହାଁଣି
ସରମରେ କରି ମୋର
ସପନ ଛାଉଣୀ
ଏତେ ଗୋ ଆପଣା କଲ
କାହିଁକି କେଜାଣି
ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଜାଣିଛି ଶଠ ତୁମ ପୀରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି
କଥାରେ ସତର ବାଙ୍କ ଯାହାକୁ ଗୋ ଜଣା
ତା' ଲାଗି ମରମ ମୋର ମରି ହେଲା ଝୁଣା
ଯା ଲାଗି ଅଞ୍ଜନ କଲି ଗହନ ଗଞ୍ଜଣା
ସେନେହ ବିଅର୍ଥ ତାର ସୋହାଗ ଅଲଣା
ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଛାତି ମୋ ହୁଏ ଖାଲି କରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment