କିଛି ଜୀବନ ଅନେକ ମୃତ୍ୟୁ : ଗଣେଶ୍ୱର ବାବୁଙ୍କର ଜନହାନି
(ଗଣେଶ୍ୱର
ମିଶ୍ରଙ୍କ
ସ୍ମୃତିଚାରଣ-ମୂଳକ
ପୁସ୍ତକ
‘ନିଜ
ଠିକଣା’ରୁ
ସଙ୍ଗୃହିତ)
ଫଟୋ କ୍ରେଡିଟ - ୱିକିମିଡ଼ିଆ କମନ୍ସ୍ |
ଗଣେଶ୍ୱର
ମିଶ୍ର
୧୦
ଅଗଷ୍ଟ
୨୦୧୫
ମସିହାରେ
କର୍କଟ
ରୋଗଗ୍ରସ୍ତ
ହୋଇ
ଚାଲିଗଲେ
।
ଓଡ଼ିଶାର
ସାଧାରଣ
ଜୀବନରେ
ତାଙ୍କୁ
ଜାଣିନଥିବା
ଲୋକଙ୍କର
ସଂଖ୍ୟା
ବହୁତ
କମ
।
ଇଂରାଜି
ଭାଷା
ସାହିତ୍ୟରେ
ପ୍ରଶିକ୍ଷିତ
ହୋଇ
ବିଶ୍ୱବିଦ୍ୟାଳୟର
ବେତନଭୋଗୀ
ଶିକ୍ଷକ-କର୍ମଚାରୀ
ହୋଇଥିଲେ
ହେଁ,
ଗଣେଶ୍ୱର
ବାବୁ
ଇଂରାଜୀ
ସାହିତ୍ୟ
ଚର୍ଚ୍ଚା
ବା
ଅଧ୍ୟାପନା
ପାଇଁ
ଜଣାଶୁଣା
ନଥିଲେ
।
ଯଦିଓ,
ତାଙ୍କର
ଇଂରାଜୀରେ
କିଛି
ଲେଖା
ଓ
ବହି
ଥିଲା
।
ତାଙ୍କର
ପ୍ରସିଦ୍ଧିର
କାରଣ
ଥିଲା
ତାଙ୍କର
ଓଡ଼ିଆ
ସାହିତ୍ୟ
ଚର୍ଚ୍ଚା
।
ଗପ,
ଉପନ୍ୟାସ,
ଭ୍ରମଣ
କାହାଣୀଠାରୁ
ନେଇ
ଫିଚର
ଲେଖନ,
ଶିଶୁ
ସାହିତ୍ୟ,
ଅନୁବାଦ
ଓ
ସମ୍ପାଦନା
ଆଦି
କ୍ଷେତ୍ରରେ
ଓଡ଼ିଆ
ସାହିତ୍ୟକୁ
ତାଙ୍କର
ଅବଦାନ
ଉଲ୍ଲେଖଯୋଗ୍ୟ
।
ଗଣେଶ୍ୱର
ବାବୁଙ୍କର
ଜନ୍ମ
୧୯୪୨
ମସିହାରେ
।
ପୁରୀ
ଜିଲ୍ଲାର
ଶ୍ରୀପୁରୁଷୋତ୍ତମପୁର
ଗାଁରେ
।
ସେଇଟା
ଗଣେଶ୍ୱର
ବାବୁଙ୍କର
ମାମୁଁ
ଘର
ଗାଁ
।
ନିଜ
ଘର
ପୁରୀ
ସହରରେ
।
ପଥୁରିଆ
ସାହିରେ
।
ପରେ
ସେ
ଲଣ୍ଡନ
ବିଶ୍ୱବିଦ୍ୟାଳୟ
ଭଳି
ପ୍ରସିଦ୍ଧ
ଅନୁଷ୍ଠାନରେ
ପଢ଼ିଲେ
।
ମାତ୍ର
ତାଙ୍କର
ବିଦ୍ୟାରମ୍ଭ
ହୁଏ
ପୁରୀରେ,
ଘର
ପାଖରେ
।
ଦୟିତାପଡ଼ାସାହି
ଉଚ୍ଚପ୍ରାଥମିକ
ବିଦ୍ୟାଳୟରେ
।
ସେହି
ଇସ୍କୁଲୁରେ
୧୯୪୯
ମସିହାରେ
ତାଙ୍କର
ଶିଶୁଶ୍ରେଣୀରେ
ନାମଲେଖା
ହୋଇଥିଲା
।
ଦୟିତାପଡ଼ା
ସାହିରୁ
ପଞ୍ଚମ
ଶ୍ରେଣୀ
ପାସ
କରି
୧୯୫୪
ମସିହାରେ
ପୁରୀ
ଜିଲ୍ଲା
ସ୍କୁଲରେ
ନାଁ
ଲେଖେଇଲେ
।
ସେତେବେଳେ
ଏହି
ଉଚ୍ଚ
ବିଦ୍ୟାଳୟରେ
ନାମଲେଖାଇବା
ଏକ
ଗୌରବର
ବିଷୟ
ଥିଲା
।
ସେଠି
ଗଣେଶ୍ୱରଙ୍କର
ଅନେକ
ନୂଆ
ସାଙ୍ଗ
ଯୁଟିଲେ
।
ତାଙ୍କ
ଭିତରେ
ଗୋଟିଏ
ବଡ଼
ବନ୍ଧୁ
ହେଲେ
ପ୍ରଫୁଲ୍ଲ
ମହାନ୍ତି
।
ନୂଆ
ସାହିର
ପିଲା
।
ଗଣେଶ୍ୱର
ବାବୁଙ୍କର
ଇଂରାଜୀ
ଭଲ
ହେଉଥାଏ
।
ତାଙ୍କର
ଇଂରେଜୀ
ଜ୍ଞାନ
ହିଁ
ବୋଧେହୁଏ
ପ୍ରଫୁଲ୍ଲ
ପାଇଁ
ଥିଲା
ମୂଖ୍ୟ
ଆକର୍ଷଣ
।
ଦୁଇ
ଜଣ
ଖଣ୍ଡି
ଇଂରାଜୀରେ
କଥା
ହୁଅନ୍ତି
।
ପରସ୍ପରର
ବନ୍ଧୁବାନ୍ଧବଙ୍କ
ଘର
ବୁଲନ୍ତି
।
ଥରେ
ପ୍ରଫୁଲ୍ଲଙ୍କୁ
ଟାଇଫଏଡ଼
ହେଲା
।
ଗଣେଶ୍ୱର
ଦେଖି
ଗଲେ
।
ପ୍ରଫୁଲ୍ଲର
ଦେହ
ଭଲ
ହୋଇଆସୁଥାଏ
।
ହେଲେ
ଶରୀର
ଦୁର୍ବଳ
ଥାଏ
।
ଜଳ
ପାନ
କଲେ
ପାଟିରେ
ଆସୁଥାଏ
ଏକ
ପ୍ରକାରର
ତିକ୍ତ
ସ୍ୱାଦ
।
ଏହି
ଦେଖାର
ଅଳପ
ଦିନ
ପରେ
ଗଣେଶ୍ୱର
ବାବୁ
ଖବର
ପାଇଲେ
।
ସାଙ୍ଗମାନଙ୍କ
ସହ
ମିଶି
ଡାକତରଖାନା
ଦଉଡ଼ା
ହେଲା
।
ମଧ୍ୟାହ୍ନ
।
ହାସପାତାଳର
ଖଟିଆ
ଉପରେ
ପ୍ରଫୁଲ୍ଲର
ଦେହ
ଦୁଶୁଥାଏ
ଶେତବରନ
ଓ
ଶେତାଳିଆ
।
ନିଥର
।
ନିର୍ଜୀବ
।
ପ୍ରିୟ
ବନ୍ଧୁକୁ
ହରାଇବାର
ପ୍ରଥମ
ଅନୁଭୂତି
।
ପୁରସ୍ତମପୁରୁ
ଗାଁରେ
ଥିଲେ
ଜଣେ
ଲୋକ
– ମଧୁ
ମିଶ୍ରେ
।
ମଜାଳିଆ
ଲୋକ
।
କଥାକଥାକେ
ଦୋଅକ୍ଷରୀ
।
କର୍ଣ୍ଣ
ଓ
ବକ୍ଷ
ଦେଶରେ
ପୁରୁଷସୁଲଭ
ଅନେକ
ଲୋମାବଳୀ
।
ଗୌର
ବର୍ଣ୍ଣ
।
କ୍ଷୀଣାଙ୍ଗ
।
ରୂପରେ
ଅନେକଟା
ଗଣେଶ୍ୱର
ବାବୁଙ୍କର
ପିତାଙ୍କ
ଭଳି
।
ବାପା
ପୁଅ
ମିଶିକରି
ପୁଅଙ୍କର
ମାମୁଁ
ଘର
ଗାଁକୁ
ଗଲେ,
ମିଶ୍ରେ
ଆପଣେ
ଥଟ୍ଟା
ଟାହୁଲି
କରନ୍ତି
ନନାଙ୍କ
ସହ
।
ମଧୁର
ସମ୍ପର୍କ
ଥିଲା
ବୋଧେ
।
ହଠାତ
ଦିନେ
ମଧୁବାବୁଙ୍କ
ଦାଣ୍ଡ
ଘରେ
ତାଙ୍କ
ଶବ
ଦେଖିଲେ
ଶିଶୁ
ଗଣେଶ୍ୱର
।
ଦେହ
ଉପରେ
ମଶିଣାଟା
ଘୋଡ଼ାହୋଇଥାଏ
।
ଖାଲି
ଉହୁଁକି
ଦୁଶୁଥାଏ
ପାଦହଳକ
।
ଚଡ଼କରେ
ଚାଲିଯାଇଥାଆନ୍ତି
ମିଶ୍ରେ
।
କିଏ
ଜଣେ
ଗୁଜବ
ଉଡ଼େଇଥାଏ
ଯେ,
ଦୁତୀୟ
ଥର
ଚଡ଼କ
ପଡ଼ିଲେ
ମଧୁ
ମିଶ୍ରେ
ଉଠି
ବସିବେ
।
ଦ୍ୱିତୀୟ
ଥର
ଚଡ଼କ
ପଡ଼ିଲା
ନାହିଁ
।
ମଧୁ
ମିଶ୍ରେ
ବି
ଉଠି
ବସିଲେ
ନାହିଁ
।
ଏହା
ଥିଲା
ଦୈବୀ
ଦୁର୍ବିପାକରେ
ଚିହ୍ନା
ଲୋକ
ମରିବାର
ଗଣେଶ୍ୱର
ବାବୁଙ୍କର
ପ୍ରଥମ
ଅନୁଭୂତି
।
ହେଲେ
ଗଣେଶ୍ୱର
ମିଶ୍ରଙ୍କର
ମୃତ୍ୟୁ
ସମ୍ପର୍କିତ
ପ୍ରଥମ
ଅନୁଭୂତି
ଥିଲା
ପୁରା
ଛୋଟ
ବେଳେ
।
ବୟସ
ସେତେବେଳେ
ଚାରି
ବରଷ
ଖଣ୍ଡେ
ହୋଇଥିବ
।
ମାଟି
ଚଟାଣ
ଉପରେ
ଥୁଆ
ହୋଇଚି
କଲେରାରେ
ମରିଥିବା
ଗୋଟିଏ
ଶବ
।
ମସିଣାଟିଏ
ତାହା
ଉପରେ
ଘୋଡ଼ା
ହୋଇଛି
।
ବୟସ୍କା
ଭଦ୍ରମହିଳାଟିଏ
କୁହାଟ
ପକାଇ
ରୋଦନ
କରୁଛନ୍ତି
।
‘ମୋ
ଗଉରୀ
ମୋ
ଗଉରୀ’
କହି
।
ଖଣ୍ଡେ
ଦୂରରେ
ଗଣେଶ୍ୱର
ବାବୁ
ଦଣ୍ଡାୟମାନ
।
ମନେ
ପଡ଼ୁଛି
ଶବ
ହୋଇ
ଶୋଇଥିବା
ସ୍ତ୍ରୀଲୋକଟି
ଉପରକୁ
ରାଗିକରି
ଭୁଜା
ଭୋଗେଇ
ଫିଙ୍ଗିବାର
।
ତାକୁ
ମରିଯା
ବୋଲି
କହିବାର
।
ବିକଳ
ହୋଇ
କାନ୍ଦୁଥିବା
ବୁଢ଼ୀ
ଜଣଙ୍କ
ଗଣେଶ୍ୱର
ମିଶ୍ରଙ୍କର
ଆଇ
।
ଗଉରୀ
ହେଲା
ତାଙ୍କ
ଝିଅର,
ଗଣେଶ୍ୱର
ବାବୁଙ୍କର
ମା’ର,
ନାମ
।
(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୪ତମ ସଂଖ୍ୟାରେ ୨୦୧୭ ମସିହାରେ ପ୍ରକାଶିତ)
No comments:
Post a Comment