ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୮
ଯମ ଓ ନଚିକେତା |
ନିଦ୍ରାର ଉତ୍ସର୍ଗେ ନର ଲଭିଲେ ଆରାମ
ପ୍ରାଣ ଇନ୍ଦ୍ରିୟାଦି ଭଜେ କାର୍ଯ୍ୟରୁ ବିରାମ ।
ପ୍ରାଣେନ୍ଦ୍ରିୟଗଣ ଯେବେ ନିଦ୍ରା ଅଭିଭୂତ
ସ୍ୱପନେ ସେ ସୃଜେ ଭୋଗ୍ୟ ବିଷୟ ଅଦ୍ଭୁତ ।
ଭୋଗେ ଇଚ୍ଛାମତେ ଯେହୁ ଇଷ୍ଟ ସୁଖରାଶି
ସେହି ଶୁଦ୍ଧ ସମୁଜ୍ଜ୍ୱଳ ବ୍ରହ୍ମ ଅବିନାଶୀ ।
ଭୂଲୋକ ଦ୍ୟୁଲୋକ ଆଦି ସର୍ବେ ବ୍ରହ୍ମାଶ୍ରିତ
ନୁହେ ନଚିକେତ, କିଛି ବ୍ରହ୍ମରୁ ଅତୀତ ।
ଶରୀର ବିଭେଦେ ଆତ୍ମା ନୁହେ ଭିନ୍ନ ଭିନ୍ନ
ସକଳ ଅନ୍ତରେ ଆତ୍ମା ଏକ ଅବିଚ୍ଛିନ୍ନ । (ନ.ଉ. ୨।୨।୩୧-୩୨)
No comments:
Post a Comment