ଭାରତୀୟ ଜାତୀୟ ଆନ୍ଦୋଳନର ଏକ ଗୀତ
(ଆଇ.ପି.ଟି.ଏ. ର ଏକ ଗୀତର ଓଡ଼ିଆ ଅନୁବାଦ)
ରକତର ଦିନ ଭୁଲନାରେ ବନ୍ଧୁ ରକତର ଦିନ ଭୁଲନା
ଆନନ୍ଦ ଦିବସେ ଆମ ପାଇଁ ଲୁହ ବୁନ୍ଦାଏ ଢ଼ାଳିବା ଭୁଲନା ।
ବ୍ୟାଧ ଯେ ତୋଳିଛି ପ୍ରତି ବୃନ୍ତରୁ ପୁଷ୍ପକଳିକା ଆଜି
ମରୂଦ୍ୟାନରେ କୁସୁମର ଚାରା ପୋତିବା ଆଜି ଯେ ଭୁଲନା ।
ଜାଲିୱାନାବାଗଠାରେ ଗୁଳି ଖାଇ ଶୋଇ ଯେ ପଡ଼ିଛୁ ଆମେ
ନିଃସଙ୍ଗ ଏହି କବରରେ ବନ୍ଧୁ ପ୍ରଦୀପ ଜାଳିବା ଭୁଲନା ।
ହିନ୍ଦୁ ଆଉ ମୁସଲମାନର ରକତ ବହୁଛି ଆଜି
ଶୋଣିତନଦୀରେ ପୋଷାକ ତୁମର ଧୋଇବାକୁ ସାଙ୍ଗ ଭୁଲନା ।
କିଏଯେ ସଢୁଛି କଏଦରେ କିଏ ଶୋଇଛି ସମାଧି ଭିତରେ
ସଙ୍ଗାତମାନଙ୍କ ପାଇଁ ମୋର ମିତ ଲୁହ ଢାଳିବାକୁ ଭୁଲନା ।
No comments:
Post a Comment