ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୫
ଧ୍ୟାନମଗ୍ନ ନରଙ୍କର ବ୍ରୋଞ୍ଜ ପ୍ରତିମା ସ୍ଥପତି - ମାଲଭିନା ହଫମାନ୍ ଶିକାଗୋ ସଙ୍ଗ୍ରହାଳାୟର ସଙ୍ଗ୍ରହ |
ପ୍ରଣାପାନ ବାୟୁ ବଳେ ବଞ୍ଚି ନାହିଁ ନର
ଜୀଇଁଛି ଯା' ଯୋଗେ ପ୍ରାଣାପାନୁ ସେ ଇତର ।
ନରଦେହେ ପରମାତ୍ମା ଜୀବନ ନିଦାନ
ଯାହାର ଆଶ୍ରୟେ ପିଣ୍ଡେ ରହେ ପ୍ରାଣାପାନ ।
ବହୁ ଉପାଦାନେ ଗଢ଼ା ପଦାର୍ଥ ନିଚୟ
ଆହାର ଉଦ୍ୟାନ ଶଯ୍ୟା ବସନ ଆଳୟ ।
ଲାଗେ ନାହିଁ କେବେ ଯଥା ନିଜ ପ୍ରୟୋଜନେ
ଲୋଡ଼ା ହୁଏ ସଦା ଅନ୍ୟ ସମ୍ଭୋଗ ସାଧନେ ।
ପ୍ରାଣାପାନ ଇନ୍ଦ୍ରିୟାଦି ତଥା ସହଯୋଗେ
ଅବିରତ କାର୍ଯ୍ୟେ ରତ ଆତ୍ମା ଉପଭୋଗେ ।
ଏ ସକଳୁଁ ଆତ୍ମା ଭିନ୍ନ ନିତ୍ୟ ଅସଂହତ
ପ୍ରାଣାପାନ ଆଦି ସର୍ବେ ଆତ୍ମାର ଆୟତ୍ତ । (ନ.ଉ. ୨।୨।୩୦-୩୧)
No comments:
Post a Comment