ଗଞ୍ଜାମର ଲୋକଗୀତ - ଅଇଲ ବନ୍ଧୁ ଭଅଲ କଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଅଇଲ ବନ୍ଧୁ ଭଅଲ କଲ ବସିବାକୁ ନାହିଁ ଠାଆ
ଯୋଉ ବାଟେ ଅଇଲ ବନ୍ଧୁ ସେଇ ବାଟେ ବାଟେ ଯାଆ ।
ପାଣି ମୁନ୍ଦିଏ ଦିଅନ୍ତି ବନ୍ଧୁ, ଦଦରା ମାଠିଆ
ନ ବସି ବେଗେ ଯାଅ ମୋ ବନ୍ଧୁ, କେତେ ହେବ ଠିଆ ।
ପାଣି ମୁନ୍ଦିଏ ଦିଅନ୍ତି ବନ୍ଧୁ, ଘରେ ନାହିଁ ନୋଟା
ପଡ଼ିଶା ଘରୁ ଆଣନ୍ତି ବନ୍ଧୁ ଗୋଡ଼ ମୋର ଛୋଟା ।
ତଇଳ କିଛି ଦିଅନ୍ତି ବନ୍ଧୁ, ଅଙ୍ଗେ ହୁଅନ୍ତ ମାଖି
ରାଗ ଗୁଣ୍ଡା ପଡ଼ିଚି ବନ୍ଧୁ, ଜଳି ଉଠିବ ଆଖି ।
କଥା ହୁଅନ୍ତି ଦୁଃଖ ସୁଖ ବନ୍ଧୁ, ହେଉଚି ମୋତେ ଜର
ରୋଗୀ ପାଶେ ନ ବସି ବନ୍ଧୁ, ବେଗେ ଯାଅ ଘର ।
ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।
No comments:
Post a Comment