ମହିମା ଭକ୍ତି କବିତା 'ଭଜ ଅଲେଖ ବ୍ରହ୍ମଙ୍କୁ'
ସନ୍ଥ କବି ଭୀମ ଭୋଇ
ଆମେରିକାର ଜାତୀୟ ଅଭିଲେଖାଗାରର ଦରଜା ୱାସିଙ୍ଗଟନ ଡ଼ି.ସି. ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଭଜ
ଅଲେଖ ବ୍ରହ୍ମଙ୍କୁ
ଈଶ୍ୱର ଧ୍ୟାୟି ଅଛନ୍ତି ଯେଉଁ ନାମ ଅଜପାକୁ । ଘୋଷା ।
ଈଶ୍ୱର ଧ୍ୟାୟି ଅଛନ୍ତି ଯେଉଁ ନାମ ଅଜପାକୁ । ଘୋଷା ।
ଦିବାନିଶି
ହରିହର ଧ୍ୟାୟିଛନ୍ତି ଯା ପୟର
ସେ
ପାଦକୁ ଚିହ୍ନି ଧର ଛେଦ ମୋହନ ମଦକୁ
।୧।
ଏକାକ୍ଷର
ଥାଅ ଧ୍ୟାୟି ଯୁଗେ ଯୁଗେ ଥିବୁ
ରହି
ଜନ୍ମ
ମୃତ୍ୟୁ ନ ଲାଗଇ ଚିହ୍ନି ଧର ଧର
ତାଙ୍କୁ ।୨।
ଛାଡି
ଏ ସକଳ ଦ୍ୱନ୍ଦ ଭଜ ଏକା ନିରିବେଦ
ଛପ୍ନାକୋଟି
ଜୀବଜନ୍ତୁ ନ ଚିହ୍ନି ସ୍ୱାମୀ
ପାଦକୁ ।୩।
ଚାରିବେଦ
ଚାରିଗ୍ରନ୍ଥ କୀଟ ପତଙ୍ଗ ଯେ ଯୁକ୍ତ
ଶୁଷ୍କପତ୍ର
ସଙ୍ଗେ ଲକ୍ଷ୍ୟ ଛାଡି ଜପ ଅଜପାକୁ
।୪।
ଚାଣକ୍ୟ
ବିଧାନ ପାଠ ଏ ସବୁ ଅଟନ୍ତି ଶାଠ
ସାରସ୍ୱତ
ବ୍ୟାକରଣ ତେଜି ଜପ ଅରୂପକୁ ।୫।
ଏକାଦଶ
ଯାହା କହି ମାତାର ପଦ୍ମ ସେ ହୋଇ
ତହିଁରେ
କି ଲାଭ ପାଇ ଛାଡି ଜପ ନିର୍ବେଦକୁ
।୬।
ନ
ଭଜ ନର ବିଷ୍ଣୁଙ୍କୁ ନ ଭଜ ବୃନ୍ଦାବତୀଙ୍କୁ
ମାୟା
କଳ୍ପଣାଟି ସେହି ଚିହ୍ନି ଧର
ନିଗମକୁ ।୭।
ଅଷ୍ଟାଦଶ
ପୁରାଣିକ ଏ ସର୍ବେଟି ଅବିବେକ
ଗତିମୁକ୍ତି
କିଛି ନାହିଁ ତେଜି ଧର ଅନାମକୁ
।୮।
ଭଣିଲେ
ଯେ ଭୀମକନ୍ଧ ପଦ ଅଟଇ ବିଚ୍ଛନ୍ଦ
ଜ୍ଞାନୀଜନ
ଚିହ୍ନି ଧର ଭଜ ଅନାମ ରୂପକୁ ।୯।
No comments:
Post a Comment