ମହିମା ଭକ୍ତି କବିତା - 'ଅଣହିଂସା ଧର୍ମ ଏହି'
କବି - ଭୀମ ଭୋଇ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଅଣହିଂସା
ଧର୍ମ ଏହି,
ହିଂସା
ନାହିଁ
ଡାକି
କହୁଛି ବୁଝାଇ । ଘୋଷା।
ପୃଥ୍ୱୀ
ପରାୟେ ସହିଲେ,
ଧୀର
ବଚନ କହିଲେ
ଶାନ୍ତଶୀଳ
ଦୟା ବହିଲେ ଯାଇଁ ।
ସମୁଦ୍ର
ପ୍ରାୟେକ ବୁଦ୍ଧି,
ସଦଜ୍ଞାନ
ହେଲେ ସିଦ୍ଧି
ସାଧୁ
ସନ୍ଥ ବୋଲି କହି ।୧।
ଆକାଶ
ପ୍ରାୟେ ବିବେକ,
ପରକାଶ
ବ୍ରହ୍ମବାକ୍ୟ
ମୁଖେ
ବଚନ ଭାଷିଲେ ବେଦ ଜନ୍ମଇ ।
ପିଣ୍ଡ
ବ୍ରହ୍ମାଣ୍ଡ ଏକତ୍ୱ,
ମଣିଥାଇ
ଏକମତ
ତେଣୁ
ଯୋଗୀନ୍ଦ୍ର ଅଟଇ ।୨।
ଚାହୁଁଥାଇ
ଚନ୍ଦ୍ର ପଣେ,
କରୁଣା
ଜଳ ନୟନେ
ଦୁଷ୍ଟ
ସନ୍ଥ କାହାକୁ ଅନ୍ତର ନଥାଇ ।
ମନେ
ନ କରି ବିକାର,
ସର୍ବଭୂତେ
ନିର୍ବିକାର
ତେବେ
ଅତିଥି ବୋଲାଇ ।୩।
ଧୀର
ପଣେ କହେ ସତ,
ବୀର
ପଣେ ସାମରଥ
ବାଚା
ବିଚଳିତ କଦାଚିତେ ନୁହଇ ।
ସକଳ
ଭୂତରେ ଏକ,
ଏକ
ଆତ୍ମା ପ୍ରାୟେ ଦେଖ
ଗୁରୁପଣକୁ
ଯୋଗାଇ ।୪।
ପାଳୁଥାଇ
ଇନ୍ଦ୍ରପଣେ,
ଅନ୍ତର
ନଥାଇ ମନେ
ଛପନା
କୋଟିକି ପଡି ବାଣ୍ଟି ଦିଅଇ ।
ବ୍ରହ୍ମଜ୍ଞାନ
ତତ୍ତ୍ୱ କହେ,
ବଚନରେ
ତାରି ନିଏ
ସାଧୁର
ଲକ୍ଷଣ ଏହି ।୫।
ସମସ୍ତଙ୍କୁ
ବୋଲେ ମୋର,
ମୁହିଁ
ଅଟଇ ତୁମ୍ଭର
ଆପଣା
ଆତ୍ମାକୁ ଶିଷ୍ୟ ଭାବେ ରଖଇ ।
ଭଣେ
ଭୀମ ଅରକ୍ଷିତ,
ସେହିଟି
ଏକା ଅତିଥି
ତା
ପାଦ ଧରିବି ଯାଇ ।୬।
No comments:
Post a Comment