ମହିମା ଭକ୍ତି କବିତା - 'ବ୍ରହ୍ମ ହୁଅ ପରକାଶ'
ଭକ୍ତ କବି ଭୀମ ଭୋଇ
ମହାଜାଗତିକ ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବ୍ରହ୍ମ
ହୁଅ ପରକାଶ
ପିଣ୍ଡ
ବ୍ରହ୍ମାଣ୍ଡ ଦୂରିତ ଝଟତିରେ ନାଶ
। ଘୋଷା ।
ଅଲେଖ
ଅରୂପ ଅଟ ଶୂନ୍ୟାଦି ପୁରୁଷ
କେଉଁ
ପାଦେ ସେବାକରି ବୋଲାଇବି ଦାସ
।୧।
ନାମ
ନାହିଁ ଅନାମିକା ଅବର୍ଣ୍ଣ ଅଦୃଶ୍ୟ
କି
ରୂପ ଚିହ୍ନିବି ଯାର ମହିମା ଅଶେଷ
।୨।
ଅବ୍ୟକତ
ନିଶବଦ ନାହିଁ ବେଦ ଲେଶ
କବିକୃତେ
ବର୍ଣ୍ଣିବାକୁ ନସ୍ଫୁରେ ସାହସ
।୩।
ଇଚ୍ଛାବିହାରୀ
କରତା କରୁଣା ବିଳାସ
କି
ବୋଲି ଠାବ କରିବି ଭକ୍ତି ଭାବେ
ବଶ ।୪।
ସୁଦୟା
ହୋଇଲେ ସିନା ହେବ ମୋତେ ଦୃଶ୍ୟ
ଶୁଣ
ନ ଶୁଣ ଗୁହାରି କରିଛି ମୁଁ ଆଶ ।୫।
ସତେ
ଯେବେ ଅନ୍ତର୍ଯ୍ୟାମୀ ଭକତ ବିଶ୍ଵାସ
ବୋଲେ
ଭୀମ ଅରକ୍ଷିତ ଜଣାଇବି କିସ ।୬।
No comments:
Post a Comment