ସଆଦତ ହୁସେନ ମଣ୍ଟୋ - ଏକ ପ୍ରତିଗାମୀ ଜୀବନର ସ୍ମୃତି
ଗୋର୍ବାଚୋଭ୍
ସଆଦତ୍ ହସନ୍ ମଣ୍ଟୋ (୧୯୧୨-୧୯୫୫) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
“ସେହି
ପରମ ଦୟାବାନ ଓ କରୁଣାମୟ ଭଗବାନ,
ଆଲ୍ଲାଙ୍କ
ନାମରେ,
ଏଠାରେ
ସଆଦତ୍ ହସନ୍ ମଣ୍ଟୋ ଧରାଶାୟୀ
ଏବଂ ତା’ ସହିତ ସେ ଗଳ୍ପ କହିବାର
ସମସ୍ତ ଗୁପ୍ତ କଳା ମଧ୍ୟ ନିଜ
ଛାତିରେ ଯାକି ଧରି କବରସ୍ଥ ।
ପୃଥିବୀର ଭାରରେ ନତ ହୋଇ ସେ ଆଜି
ମଧ୍ୟ ଆଶ୍ଚର୍ଯ୍ୟଚକିତ:
କିଏ
ମହତ୍ତର ଲେଖକ,
ଭଗବାନ
ଅବା ସେ ନିଜେ (ମଣ୍ଟୋ)?”
ଉପରୋକ୍ତ
ଉକ୍ତିଟି ଉର୍ଦ୍ଦୁ ସାହିତ୍ୟର
ସର୍ବଶ୍ରେଷ୍ଠ କ୍ଷୁଦ୍ରଗଳ୍ପ
ଲେଖକ ସଆଦତ୍ ହସନ୍ ମଣ୍ଟୋ ନିଜ
ସମାଧି-ଲେଖ
ଭାବେ ଲେଖିଯାଇଥିଲେ । ମଣ୍ଟୋଙ୍କୁ
‘ଗଳ୍ପ /
କାଳ୍ପନିକ
କଥା ସାହିତ୍ୟ’ର ଅନ୍ୟତମ ଅଧୀଶ୍ୱର
ବୋଲି କୁହାଯାଇଥାଏ ।
ବ୍ୟକ୍ତିଗତ
ସ୍ତରରେ ମୁଁ ଭାବେ,
ଆମ
ସମସ୍ତଙ୍କ ମଧ୍ୟରେ କେଉଁଠି ନା
କେଉଁଠି ଗୋଟିଏ ମଣ୍ଟୋ ଛପି ରହିଛନ୍ତି
— ଶରୀରର ସେଇ ଭାଗରେ ଯାହା ସର୍ବଦା
ମୁକ୍ତ ଭାବେ ଓ ନିର୍ଭୟରେ ବଞ୍ଚିବାକୁ
ଚାହେଁ । ସାମ୍ପ୍ରତିକ
ସମୟରେ ମଣ୍ଟୋଙ୍କ ଲେଖା ସବୁ ଏବେର
ସମାଜ ପାଇଁ ନିଚ୍ଛକ ଦର୍ପଣ ରୂପେ
କାର୍ଯ୍ୟ କରି ବାସ୍ତବତାର ପ୍ରତିଫଳନ
ହୋଇ ପାରିବ ବୋଲି ମୋର ଆଶା । ସେହି
କାଳଜୟୀ ରଚନା ସବୁ ସମୟ ତଥା ଭୌଗଳିକ
ଓ
ଜାତୀୟ
ପରିସୀମା ଊର୍ଦ୍ଧ୍ୱରେ ।
ମଣ୍ଟୋ,
୧୧
ମଇ ୧୯୧୨ ମସିହାରେ ପୂର୍ବ ପଞ୍ଜାବର
ଲୁଧିଆନା ଜିଲ୍ଲାରେ ଜନ୍ମଗ୍ରହଣ
କରିଥିଲେ ।
ସେ
ତାଙ୍କ ପିତାଙ୍କର ଦ୍ୱିତୀୟ
ପତ୍ନୀଙ୍କର
କନିଷ୍ଠ ସନ୍ତାନ ଥିଲେ । ସେ
ଅମୃତସରକୁ ନିଜର ପ୍ରଥମ ଘର ବୋଲି
ମାନୁଥିଲେ ଓ
ସେଠାରେ ନିଜର ସ୍କୁଲ ଓ କଲେଜ ପଢ଼ା
ଶେଷ କରିଥିଲେ । ଔପଚାରିକ ଶିକ୍ଷାରେ
ବିଶେଷ ସ୍ପୃହା ନଥିବାରୁ,
ସେ
ନିଜକୁ ଗଳ୍ପ ଓ
ଉପନ୍ୟାସ
ଆଦି ପଢ଼ିବାରେ ନିମଜ୍ଜିତ ରଖୁଥିଲେ
ଏବଂ ଅମୃତସରରେ ରହିବା ସମୟରେ
ସେଗୁଡ଼ିକର ଉର୍ଦ୍ଦୁ ଭାଷାନ୍ତର
ଆରମ୍ଭ କରିଥିଲେ । ପରେ ସେ ୧୯୩୬
ମସିହାରେ ବମ୍ବେ ପଳେଇ ଆସି ଅନେକ
ବର୍ଷ ଧରି ଅବସ୍ଥାନ କରିଥିଲେ ଓ
‘ମୁସୱିର୍’ ନାମକ ଏକ ମାସିକ
ପତ୍ରିକାର ସମ୍ପାଦନା କରିଥିଲେ
। ଏହା ସହିତ ହିନ୍ଦୀ ଚଳଚ୍ଚିତ୍ରରେ
କାହାଣୀ ଓ ସଂଳାପ ଲେଖିବାର
କାମ ମଧ୍ୟ କରିଥିଲେ । ବମ୍ବେ ଛାଡ଼ି
କିଛି ଦିନ ପାଇଁ ଦିଲ୍ଲୀରେ ରହିବା
ପରେ ପୁଣି ବମ୍ୱେ ଫେରି ଆସିଥିଲେ;
ଏପରିକି
ଦେଶ ବିଭାଜନ ପରେ ପାକିସ୍ତାନ
ଚାଲିଯିବା ପରେ ମଧ୍ୟ ବମ୍ବେ ସହର
ବିଷୟରେ ନିଜ ଲେଖା ସେ
ଚାଲୁ
ରଖିଥିଲେ ।
୧୯୩୯
ମସିହାରେ ମଣ୍ଟୋ ସାଫିୟାଙ୍କୁ
ବିବାହ କରିଥିଲେ ।
ସେହି
ସମୟରେ ସେ ଅନେକ ଆର୍ଥିକ ଅନାଟନ
ଦେଇ ଗତି କରୁଥିଲେ । ପରବର୍ତ୍ତୀ
ସମୟରେ ମଣ୍ଟୋ ନିଜ ବିବାହ ବିଷୟରେ
ଏକ ଗଳ୍ପ ଲେଖିଥିଲେ,
ଯେଉଁଥିରେ
ସାଫିୟାଙ୍କ
ସହ ବାହାଘର
ପାଇଁ ସେ କିପରି ନିଜ ଶ୍ୱଶୁରଙ୍କୁ
ବିରତ କରିବାର ଚେଷ୍ଟାର
ବର୍ଣ୍ଣନା କରିଥିଲେ । ସେ ନିଜ
ଶ୍ୱଶୁରଙ୍କୁ କହିଥିଲେ ଯେ ଏକ
ଫିଲ୍ମ କମ୍ପାନୀରେ ସେ ବିନା
ଦରମାରେ କାମ କରନ୍ତି ଓ ସେ କମ୍ପାନୀଟି
ସମୟେ ସମୟେ ଅଗ୍ରୀମ କିଛି ଅର୍ଥ
ନିଜ କର୍ମଚାରୀଙ୍କ ଯାହିତାହି
ଜୀବନଯାପନ ପାଇଁ ଦିଏ । ଏହା ଛଡ଼ା
ମଣ୍ଟୋ ନିଜେ ସବୁଦିନ ସନ୍ଧ୍ୟାରେ
ଗୋଟିଏ ବୋତଲ ବିଅର ପିଅନ୍ତି ବୋଲି
କହିଥିଲେ ମଧ୍ୟ,
ଏହା
ତାଙ୍କ ଶ୍ୱଶୁରଙ୍କ ଉପରେ ବିଶେଷ
କିଛି ପ୍ରଭାବ ପକାଇ ପାରି ନଥିଲା
।
ମଣ୍ଟୋ
ନିଜର ଲାହୋର ରହଣୀ ସମୟରେ ପାରିବାରିକ
ଭରଣ ପୋଷଣ ପାଇଁ ସବୁଦିନ କିଛି
କିଛି ଲେଖୁଥିଲେ । ପରିବାର
ସମ୍ଭାଳିବା ମଣ୍ଟୋଙ୍କ ନିମନ୍ତେ
ଅତ୍ୟନ୍ତ କଠିନ ହୋଇଯାଇଥିଲା ।
ସେ ମ୍ରିୟମାଣ ହୋଇ କହିଥିଲେ,
"ମୁଁ
ବଞ୍ଚିବା ପାଇଁ ଦିନରାତି ଧରି
ଲେଖୁଛି । ମୋର ପତ୍ନୀ ଓ ତିନୋଟି
କନ୍ୟା ସନ୍ତାନ ଅଛନ୍ତି । ଯଦି
ସେମାନଙ୍କ ଭିତରୁ କାହାରି ଦେହ
ଖରାପ ହୋଇଯାଏ ଓ ମୋତେ ତାଙ୍କ
ଚିକିତ୍ସା ପାଇଁ ଭିକ୍ଷା ମାଗିବାକୁ
ପଡ଼େ;
ମୁଁ
ମଧ୍ୟ ଅତ୍ୟନ୍ତ ବ୍ୟଥିତ ହୋଇପଡ଼ିବି
।"
ଏକ
ସାକ୍ଷାତକାରରେ,
ମଣ୍ଟୋଙ୍କ
ବଡ଼ ଝିଅ ନିଘତ୍ ମଣ୍ଟୋ (ମଣ୍ଟୋଙ୍କ
ମୃତ୍ୟୁ ସମୟରେ ମାତ୍ର
ନଅ
ବର୍ଷର ବାଳିକା)
ନିଜ
ପିତାଙ୍କୁ ମନେ ପକାଇ କହିଥିଲେ,
"’ବା’
ସାଫିୟାଙ୍କ ଶାଢ଼ୀ ସବୁ ନିଜେ
ଇସ୍ତ୍ରୀ କରିଦେଇ ତାଙ୍କୁ ବିଭିନ୍ନ
ମୁଦ୍ରା ଓ ଶୈଳୀରେ ଛିଡ଼ା କରେଇ
ଅନେକ ଫଟୋ ଉଠାଉଥିଲେ । ଆମ ବାପା,
ସବୁ
ଦୃଷ୍ଟିରୁ,
ବହୁତ
ଦୃଢ଼ ଥିଲେ,
କିନ୍ତୁ
ମା’ ଥିଲେ
ଅତ୍ୟନ୍ତ ସରଳ । ମା’ ଏତେ ସରଳ
ଥିଲେ ଯେ,
ଅନେକ
ସମୟରେ ବାପାଙ୍କ ଲେଖାକୁ ଆଦୌ
ବୁଝି ପାରୁ ନଥିଲେ । ସେଥିପାଇଁ
ଆବା ଅଲଗା ଭାବେ ଛୋଟ କାହାଣି ସବୁ
ଲେଖି ମା’କୁ ବୁଝେଇ ଦେଉଥିଲେ ।"
କଷ୍ଟକର
ଜୀବନ ସହ ଯୁଝି ହୋଇ ଅଧିକାଂଶ ସମୟ
ଅସୁସ୍ଥ ରହିବା ସତ୍ତ୍ୱେ,
ମଣ୍ଟୋ
ନିର୍ଭୀକ ଭାବେ ନିଜର ମତ ବ୍ୟକ୍ତ
କରିବା ଛାଡ଼ି ନଥିଲେ । ୧୯୫୧ ମସିହାର
ଶେଷ ଆଡ଼କୁ ସେ ଲେଖିଥିଲେ,
"ମୁଁ
ଭାବେ,
ମୋ
ମୃତ୍ୟୁ ପରେ ମୋ ରଚନାଗୁଡ଼ିକ ପାଇଁ
ଯେତେବେଳେ ରେଡିଓ ଓ ପାଠାଗାରମାନଙ୍କ
ଦ୍ୱାର ସବୁ ଖୋଲିଯିବ
ଓ
ଇକ୍ବାଲ୍ଙ୍କ ଲେଖା ପରି ଉଚ୍ଚମାନର
ଦର୍ଜା ମିଳିବ,
ମୋର
ଆତ୍ମା ଅଶାନ୍ତ ହୋଇଯିବ । ଏହି
ଅଶାନ୍ତିକୁ ଆଖି ଆଗରେ ରଖି,
ମୋତେ
ଯେଉଁ ପ୍ରାପ୍ତ ହୋଇଥିବା ସ୍ଥାନରେ
ମୁଁ ଅନେକ ଭାବେ ସନ୍ତୁଷ୍ଟ ।
ଭଗବାନ ମୋର ଅସ୍ଥିକୁ ମୋ କବରରେ
ଏହି କୀଟାଣୁମାନଙ୍କ କବଳରୁ
ସୁରକ୍ଷିତ ରଖିବେ ।"
ଯଦିଚ
ମଣ୍ଟୋ ନିଜର ସମାଧି-ଲେଖ
ନିଜେ ଲେଖିଯାଇଥିଲେ;
ପରେ
ମଣ୍ଟୋଙ୍କ ଭଉଣୀ ସେ ଶିଳା-ଲେଖଟିକୁ
ବଦଳାଇ ଦେଇଥିଲେ ।
ସେ ପ୍ରସ୍ତରରେ ଖୋଦିତ ବାକ୍ୟଟିରେ
"କବର"
ଶବ୍ଦଟି
ଦୁଇଥର ବ୍ୟବହୃତ ହୋଇଛି — ଏହା
ସଆଦତ୍ ହସନ୍ ମଣ୍ଟୋଙ୍କ କବରର
କବର ଯିଏକି ଆଜି ମଧ୍ୟ ଭାବେ,
ତା’
ନାଆଁଟି ଲୌକିକ ପ୍ରସ୍ତର ଉପରେ
ଦୁଇଥର ଲେଖାଯିବା କଥା ନୁହେଁ ।
ବିଡ଼ମ୍ବନାର
ବିଷୟ ଦେଖନ୍ତୁ,
ମଣ୍ଟୋଙ୍କୁ
ମୃତ୍ୟୁ ସହ ମଧ୍ୟ ଅସହମତ ହେବାକୁ
ପଡ଼ିଲା !
ମଣ୍ଟୋ
୪୩ ବର୍ଷ ବୟସରେ,
୧୮
ଜାନୁଆରୀ ୧୯୫୫ ମସିହାରେ ଲାହୋର୍ରେ
ପ୍ରାଣତ୍ୟାଗ କରିଥିଲେ ।
No comments:
Post a Comment