Monday, April 04, 2016

ପ୍ରେମ ଉପରେ ତିନୋଟି  ଓଡ଼ିଆ ଲୋକଗୀତ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 



ଏ ଖରାବେଳେ ଗୋରୀ ନ ଯିବୁ ପାଣିକି 
ମଉଳିଯିବ ମୁଖ ଦିହ ତ ଯିବ ଶୁଖି
ଆଉ ସତେ ମ ୁଁ ଏପରା ବୋହୂ ପାଇବି 
ଶରଦ ରାଧି ଚନ୍ଦ୍ରାମୁଖି ହୋ । (ଆଠମଲ୍ଲିକ) 


ଏ ନଣନ୍ଦ ଭାଉଜ ଗାଧୋଇ ଗଲେ ନଈ 
ନଣନ୍ଦ ପଚାରଇ କି କରୁଥିଲେ ଭାଇ 
ଅଲାଜୁକି ନଣନ୍ଦ ଲାଜ ନାହିଁ ତୋତେ
ଭାଇର କଥାଯାକ ପଚାରୁଛୁ ମୋତେ 
ମୁହୁଁ ନହାରୁଣୁ ତୋ' ଭାଇ ହାରିଲା 
ରାତ୍ର ଅଧଠାଇଁ ତ ତୋରାଣି ମାଗିଲା ।
ମୁହିଁ ଅଲକ୍ଷଣୀ ତ ନ ଦେଲି ତୋରାଣି 
ମାଠିଆ ଅଜାଡ଼ି ପିଉଥିଲେ ପାଣି 
ଜର କଲା ବୋଲି ହୋ ଶୋଇଲେ 
ଭେଣ୍ଡିଆ ଗୁଞ୍ଜମଣି ହୋ । (ନରସିଂହପୁର)


ଏ ଅଇଲା ଖରାକାଳ ଛତା ତଳେ ଛାଇ
ଚଇତ ମାସେ ନିମ୍ବ ହୋ ବଉଳ 
ଗୋରୀ ତ କାମେ ବାଇ ହୋ । (ବୌଦ୍ଧ)

ଉତ୍ସ - ଶ୍ରୀ ଚକ୍ରଧର ମହାପାତ୍ର ସଙ୍କଳିତ 'ଉତ୍କଳ ଗାଉଁଲି ଗୀତ' 

No comments:

Post a Comment