Living in Bhubaneswar
Thursday, April 28, 2016
ବୈକୁଣ୍ଠନାଥ ପଟ୍ଟନାୟକ (୧୯୦୪-୧୯୭୯) ଙ୍କର ପ୍ରସିଦ୍ଧ ଗୀତ - 'ଯାତ୍ରା ସଙ୍ଗୀତ
'
ଗାୟକ - ସୁନନ୍ଦା ପଟ୍ଟନାୟକ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=USit4pFbho8
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଜୀବନପାତ୍ର ମୋ ଭରିଛ କେତେ ମୋତେ
ନଦେଲ କିଛି ବୋଲି କହିବି କିହେ ଆଉ ?
ଜୀବନ ପ୍ରିୟତମ ହରିଛ ମୋ ଭରମ
ତରଣୀ ମୋର ତବ ସାଗର ବହିଯାଉ ।୧।
କୁଳର ଜନପ୍ରାଣୀ କେତେ ମିଳାଅ ଆଣି
ନୟନ ପଲକରେ ଲୁଚାଅ ଜାଣି ଜାଣି
,
ବୃଥା ମୁଁ ଅଭିମାନୀ ହୃଦେ ଧରଇ ଟାଣି
ମରତ ପ୍ରବାସୀ ମୁଁ ନ ଜାଣି ଆଣେ ଦାଉ ।୨।
ମାନସ ହଂସ ମୁଁ ମାନସେ ଯିବି ଉଡ଼ି
ମୋ ଦୋଷେ ପଥ ହୁଡ଼ି ଭରମେ ଅବିରତ,
ଅଳପ ତୃଷା କ୍ଷୁଧା ଲଭି ତୁମରି ସୁଧା
ତୃପତ ହେଲା, ତେବେ ଲୋଡ଼ଇଁ ଏ ମରତ ।୩।
ନିଜ ବାସନା ଜାଲେ ବିକଳ ବିଧୃତ,
ତିମିର ଅଜ୍ଞାନେ ମିଳେ କି ଅମୃତ ?
ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି
ଲଙ୍ଘି ହିମଗିରି ଯିବି ଗୋ ବେଳ ଥାଉଁ ।
୪।
ଦେଇଛ ପ୍ରିୟା ପ୍ରାଣେ ଅମର ପ୍ରୀତି ଭରି
ମୋ ଶିଶୁ କ୍ରନ୍ଦନେ ଅମର ମୋର ଆଶା,
ପ୍ରଭାତ ସନ୍ଧ୍ୟାରେ ଖେଳାଇ ରୂପ ଢ଼େଉ
ବିକଳ କଣ୍ଠେ ମୋ ଫୁଟାଇଛ ତ ଭାଷା
,
ଗାଇବି ବନ୍ଦୀ ମୁଁ ଚରଣ ବନ୍ଦନା,
ସେ ଲାଗି ଏ ବୀଣାରେ ଦେଇଛି ମୂର୍ଚ୍ଛନା,
ସେ ସୁଖ କରି ହେଳା ଲଗାଇଲି ମୁଁ ଖେଳା
ମିଳନ ମଧୁରାତି ପାହିଲା ଚାହୁଁ ଚାହୁଁ ।
୫।
ମିଥ୍ୟା ବିପଣୀରେ ବଣିଜ ମରଣ ଯେ
ନ ଚେତି ତିଳେ ଯାହା କଲି ମୋ ମଣି ଭାଉ !
ପଉଷ ତରୁ ମୁଁ ଗୋ ପଳିତ ମୋ ପତର
ନିରାଶା ପରଶରେ ଝରିଛି ଅକାଳରେ
ନାହିଁ ତ ତେବେ ତିଳେ ଶୋଚନା ଖେଦ ମୋର
ହୃଦୟମଣି ମୋର ସାଗର ଅତଳରେ ।
୬।
ପରାଣ କୁଞ୍ଜେ ଗୋ ତାର ମୁରଲି ଧ୍ୱନି
ପରାଣ-ପବନେ ଗୋ ତା ଶୁଭ ଆଗମନୀ,
ଜୀବନେ ଦେବା ନେବା ଭିଆଣ ସବୁ ତାର
ସେ ମହାଦାନୀ ହସେ ପରାଣେ ଦେଖିନାହୁଁ ?
ତା ପରଶେ ପଉଷ ଜୀର୍ଣ୍ଣ ଜୀବତରୁ
ପଲ୍ଲବିତ ଆହା ଶୋଚନା କିବା ଆଉ ?
୭?
ଚାଲରେ ଚାଲ ମନ ନିତ୍ୟ ମଧୁବନ
ଦେଖିବୁ ପ୍ରିୟ ରାସ, ଅଦୂରେ ଗୋଲକରେ
ଅଦୂର ପଥେ ଆଜି ମିଳନ ତାର ସାଥେ
ବିଜୟ ରଥେ ତୋର ଜୀବନ ଆଲୋକରେ !
ଯାତ୍ରୀପଥ ତୋର ପଲକେ ହେବ ଶେଷ,
ଶେଷରେ ସନ୍ଦେହ ସକଳ ତୋର କ୍ଲେଶ,
ଧନ୍ୟ ହେବୁ ଆଜି ପୁଣ୍ୟ ଦରଶନେ,
କ୍ଷୁର୍ଣ୍ଣ ସବୁ ପାପ ଦୁଷ୍କୃତିର ରାହୁ !
ଜୀବନ-ଦେବତା ମୋ ଜୀବନ ପଥେ ବିଜେ,
ତରଣୀ ମୋର ତବ ସାଗରେ ବହିଯାଉ !
୮।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment