ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୫
ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଅହ୍ମୁଣିଆ - ଶ୍ରୀଜୀଉଙ୍କ ପାଖରେ ମଣୋହି ହୋଇ ନ ଥିବା ଭୋଗ ଦ୍ରବ୍ୟ ।
ଅହ୍ମୁଣିଆ କୁଅ - ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ଗଙ୍ଗାଯମୁନା କୂଅକୁ ଅହ୍ମୁଣିଆ କୂଅ କୁହାଯାଏ । ଏହି କୂଅର ଜଳରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ ।
ଅହ୍ମୁଣିଆ ଛତାର - ଶ୍ରୀମନ୍ଦିରରେ ବିଶେଷ ଦିନମାନଙ୍କରେ ପର୍ବାଣି ଭୋଗ ହୁଏ । ଏହି ସେବକ ଘଣ୍ଟା ଛତା ଧରି ଭୋଗ ବାଟଠାରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଭୋଗ ଆଗରେ ଯାଇଥାଆନ୍ତି । ସ୍ନାନପୂର୍ଣ୍ଣିମା, ପୁଷ୍ୟାଭିଷେକ ଓ ନୀଳାଦ୍ରି ମହୋଦୟରେ ଜଳଛେକ ଆସିଲା ବେଳେ ଛତା ଧରି ଆଗରେ ଯାଆନ୍ତି । ଦଣ୍ଡଛତ୍ର ଲାଗି ଓ ପୁଷ୍ୟାଭିଷେକରେ ଏହି ସେବକ ଛତା ମୁଦିରସ୍ତ ହାତକୁ ବଢ଼ାଇ ଦିଅନ୍ତି । ବାମନଜନ୍ମ ବେଶରେ ପୁଷ୍ପାଳକ ହାତକୁ ଛତା ବଢ଼ାଇଥାଆନ୍ତି ।
ଅହ୍ମୁଣିଆ ପରିଚ୍ଛା - ଶ୍ରୀମନ୍ଦିରରେ ଅହ୍ମୁଣିଆ ରୋଷ କରିବା ତତ୍ତ୍ୱାବଧାରକ ।
ଅହ୍ମୁଣିଆ ପାଣି - ଧୂପ ପୂର୍ବରୁ ଭିତର ସ୍ଥାନ ଧୂଆ ହେବା ନିମନ୍ତେ ବ୍ୟବହୃତ ପାଣି ।
ଅହ୍ମୁଣିଆ ସଙ୍ଖୁଡ଼ି - ବର୍ଷ ମଧ୍ୟରେ ଗୋଟିଏ ଦିନ (ଭାଦ୍ରବ ଶୁକ୍ଳ ଦ୍ୱାଦଶୀ, ବାମନ ଜନ୍ମ ବା ଇନ୍ଦ୍ରଧ୍ୱଜ ପୂଜାଦିନ) ରୋଷ ପାଇକ ବା ଅନ୍ନ ମହାସୁଆର ଦୁଇଓଳି ଅନ୍ନ ଇନ୍ଦ୍ରଧ୍ୱଜ ପୂଜା ନିମନ୍ତେ ଚାହାଣୀ ମଣ୍ଡପଠାରେ ବଡ଼ଛତା ମଠ କୋଣରେ କୋଠ ସୁଆଁସିଆ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିଥିବା ସ୍ଥାନକୁ ନିଅନ୍ତି ।
ଆଇଖାଡ଼ି - ଦହି ମନ୍ଥନ ପାଇଁ ବ୍ୟବହୃତ କାଠି ବା ଖାଡ଼ି
No comments:
Post a Comment