ଫକୀର ମୋହନଙ୍କର କିଛି ଗଡ଼ଜାତିଆ ଶବ୍ଦ - ୩
ଶ୍ରୀ ଫକୀରମୋହନ ସେନାପତି କୃତ ପ୍ରବନ୍ଧ 'ଆଳିମାଲିକା' ରୁ ସଂଗୃହୀତ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଓରିଆ - ସରୁ ଚାଉଳ । କି ଅରୁଆ କି ଉଷୁନା ଉଭୟ ସରୁଚାଉଳ ଓରିଆ ।
ପଳେଅବ - ଇତର ଲୋକଙ୍କ ଯିବା ବ୍ୟବହାର କରନ୍ତି । କଥାଟି ଅନାର୍ଯ୍ୟ ଆମଦାନୀ ।
ବଗଡ଼ା - ମୋଟା ଚାଉଳ ।
ଅଗର - ଜାଳେଣି କାଠ, ଯାହା ରାଜ ଖନ୍ଦାରେ ଚଳେ, ଅଗୁରୁର ଅପଭ୍ରଂଶ । ରାଜାଙ୍କ ପାକ କାର୍ଯ୍ୟରେ ଅଗୁରୁ ଚନ୍ଦନ ନ ଜାଳି ସାଧାରଣ କାଠ କିପରି ଜଳିବ ? ସ୍ତାନ ପ୍ରଧାନ, ଗୁଣ ପ୍ରଧାନ ନୁହେଁ ।
ନିତ୍ୟାନି - ମାଛ ; ବୋଧେହୁଏ ନିତ୍ୟ ବ୍ୟବହୃତ ହୁଏ ବୋଲି (ଗଡ଼ଜାତରେ ପ୍ରଥା ଅଛି କୌଣସି ରାଜାଙ୍କର ସ୍ୱର୍ଗାରୋହଣ ହେଲେ ତାଙ୍କୁ ଶ୍ମଶାନକୁ ନେବାବେଳେ ଉତ୍ତରାଧିକାରୀ ରାଜାଙ୍କୁ ମାଛ ଖାଇବାକୁ ଦିଆଯାଏ । ରାଜା ଅଶୁଚ ହୁଅନ୍ତି ନାହିଁ ) ।କୌଣସି କୌଣସି ସ୍ଥଳରେ ଦୁଧକୁ ମଧ୍ୟ ନିତ୍ୟାନି କୁହନ୍ତି । ନିତ୍ୟ ବ୍ୟବହୃତ କଥାରୁ ଯଦି ନିତ୍ୟାନି ହୁଏ ତେବେ ଗଡ଼ଜାତରେ ଦୁଧକୁ ନିତ୍ୟାନି କହିବା ସମୁଚିତ ନୁହେଁ । ସେଠାରେ ଦୁଧ ଅପେକ୍ଷା ଦହିର ଆଦର ବରଂ ବେଶି । ମୁଁ ଯେତେଦୂର ଜାଣେ କଟକ ପ୍ରବାସୀ ଗଡ଼ଜାତ ରାଜକୁମାରମାନେ ଆଦୌ ଦୁଧ ଭଲ ପାଆନ୍ତି ନାହିଁ । ଏମନ୍ତ କି ଅବସ୍ଥାନଭିଜ୍ଞ ଶିକ୍ଷକ ଦୁଧର ବରାଦ କରି ଖାଣ୍ଟି ଦୁଧ ଆସୁଛି କି ନାହିଁ ସେଥିପାଇଁ ଗାଈ ରଖେଇବାକୁଳ ପକେଇବାରେ ଲାଗିଥାନ୍ତି । କିନ୍ତୁ ବିନ୍ଦୁମାତ୍ର ଦୁଗ୍ଧ ରାଜଛାତ୍ରଙ୍କ ଉଦରକୁ ନ ଯାଇ ଭୃତ୍ୟମାନଙ୍କ ଅଙ୍ଗପୁଷ୍ଟି କରେ ବା ଦଧି ରୂପରେ ପରିଣତ ହୁଏ ।
ହୁଳହୁଳି - ଶୁଭକାର୍ଯ୍ୟ
କାନ୍ଦବୋବାଳି - ଅଶୁଭ କାର୍ଯ୍ୟ
No comments:
Post a Comment