ପଣସ ରସ
ସାମଗ୍ରୀ
ତିରିଶିଟି ପାଚିଲା ପଣସ କୋଲା, ଚାରି କପ ପାଣି, ୩-୪ଟି କୁଟା, ଦୁଇ ଚାମଚ ଗୁଆ ଘିଅ, ଦୁଇ ଚାମଚ ଗୋଲମରିଚ ଗୁଣ୍ଡ, ପଚାଶ ଗ୍ରାମ ଗୁଡ଼, କୋଡ଼ିଏ ଗ୍ରାମ ଅଦାର କୋରା, ସୁଆଦ ଅନୁସାରେ କଳା ଲୁଣ ।
ପ୍ରଣାଳୀ
ପାଚିଲା ପଣସ କୋଲାରୁ ମଞ୍ଜି ବାହାର କରନ୍ତୁ । ଗୋଟିଏ ବଡ଼ ରସ ତସଲାରେ ରଖି ସେଥିରେ ପାଣି ପକାଇ ତିନି ଚାରି ମିନିଟ ବଳ ପ୍ରୟୋଗ କରି ଚକଟନ୍ତୁ । ରସ ବାହାରିବାକୁ ଆରମ୍ଭ କରିବ । ତାହା ପରେ ସେଥିରେ ନଡ଼ା ଧରି ରସକୁ ଚକଟିଲେ ପଣସ ସିଠା ନଡ଼ାରେ ଲାଗି ବାହାରି ଆସିବ । ଏବେ ଏହି ସିଠାବିହୀନ ରସକୁ ବଡ଼ ଚାଲୁଣିରେ ଛାଣି ଦିଅନ୍ତୁ । ସେହି ରସରେ ଗୋଲମରିଚ ଗୁଣ୍ଡ, ଗୁଣ୍ଡ ଗୁଡ଼, ଅଦା ଓ କଳା ଲୁଣକୁ ମିଶାଇ ଭଲ କରି ଘାଣ୍ଟି ଦିଅନ୍ତୁ । ଫ୍ରିଜରେ ଘଣ୍ଟାଏ ରଖି ତାହା ପରେ ପିଅନ୍ତୁ । ଏହି ରସ ପିଇବାର ଘଣ୍ଟେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପାଣି ନ ପିଇବା ଭଲ ।
No comments:
Post a Comment