ଉପେନ୍ଦ୍ର ଭଞ୍ଜ କୃତ ପ୍ରବନ୍ଧ 'ରୂପାନୁରାଗ' ବା 'ସଖୀ ପ୍ରତି ଶ୍ରୀରାଧା'
(ରାଗ - ଶାରଙ୍ଗ)
ନେପାଳର ଗୋକର୍ଣ୍ଣେଶ୍ୱର ମନ୍ଦିରରେ ରାଧାକୃଷ୍ଣ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆହା କେ ଗଢ଼ିଛି ଭଲା
ଦେଖି ସଖୀ ଆଖି ଲାଖି ରହିଲା ।ପଦ।
ଅଶେଷ ଲାବଣ୍ୟ ବାସ ବଦନ
ନିଉଁଛାଇ ଯିବ ନୂଆ ମଦନ
ଦଳିତାଞ୍ଜନ ତନୁ ଗଞ୍ଜନ
ଦିଗ କରାଇହ ନିଶ୍ଚେ ସଦନ ।୧।
କି ରଞ୍ଜନ ସେ ଶତପତ୍ର ନେତ୍ର
ଦୁଇ ଦିଗେ ଢ଼ଳି ଯିବାର ଚିତ୍ର
ସେ ଦୃଷ୍ଟିପାତ ହେବାରୁ ମିତ୍ର
ସାରି ଦେଲି ମୁଁ ସତୀ ବରତ ।୨।
ଆହା ସେ ଚାରୁ ଲଲାଟର ବିନ୍ଦୁ
ବାରି ଦେବ ଘର କୀରତି ଧନ୍ଦୁ
ଦଳିତ ଇନ୍ଦୁ କୁମୁଦ ବନ୍ଧୁ
ବାଛି କେ ଦେଇଛି ତ ଦୀନବନ୍ଧୁ ।୩।
ଥୋପି ପଡ଼ୁଛି ଅଧର ରଙ୍ଗିମା
ଦରହାସ-ଦିବ୍ୟ ପିୟୁଷ ସୀମା
ନାହିଁ ଉପମା, ନାରୀ ଗାରିମା
ଭାଙ୍ଗି ଦେବ ଦୂରୁ ଭୁରୁ ଭଙ୍ଗିମା ।୪।
ଯୁବରାଜେ ଏହୁ ରସେ ବଦତି
ସଖୀ ସମୀପେ ଭାଷନ୍ତି ଶ୍ରୀମତି
କରି ସେ ପ୍ରୀତି, ରଖି କୀରତି
ହେଲେ ହେବ ପଛେ ଉଚ୍ଛନ୍ନ ଗତି ।୫।
ଯୁବରାଜେ ଏହୁ ରସେ ବଦତି
ସଖୀ ସମୀପେ ଭାଷନ୍ତି ଶ୍ରୀମତି
କରି ସେ ପ୍ରୀତି, ରଖି କୀରତି
ହେଲେ ହେବ ପଛେ ଉଚ୍ଛନ୍ନ ଗତି ।୫।
No comments:
Post a Comment