ବୈଷ୍ଣବ ପଦାବଳୀ - 'ବିରୋହତ୍କଣ୍ଠିତା' ବା 'ସଖୀ ପ୍ରତି ଶ୍ରୀରାଧା'
କବି - କୁଳମଣି ରାଜେନ୍ଦ୍ର
![]() |
| କୃଷ୍ଣଙ୍କ ପାଇଁ ଅପେକ୍ଷାରତ ରାଧିକା ଚିତ୍ରକର - ରାଜା ରବି ବର୍ମା (୧୮୪୮-୧୯୦୬) ଫଟୋ କ୍ରେଡ଼ିଟ - ୱ ିକିମିଡ଼ିଆ କମନ୍ସ୍ |
କହ ଗୋ ଦୂତୀ ମୋତେ କାହିଁ ଗଲେ ହରି ଗୋ ।ପଦ।
ଶିଖଣ୍ଡଚୂଳିଆ ସେ ମୋ ନବଘନ କାଲା ଗୋ,
ପିଣ୍ଡରୁ ପରାଣ କେ ମୋ ହରି ଘେନି ଗଲା ଗୋ ।୧।
ଯେଣିକି ଚାହିଁଲେ ନେତ୍ରେ ତା' ରୂପ ଦିଶିଲା ଗୋ,
ଅସନ ବସନ ବିଷ ପରାଏ ହୋଇଲା ଗୋ ।୨।
ଯେତେ ରୂପେ ଆମ୍ଭଠାରେ ସେ ମୁହାଁସ କଲେ ଗୋ
ଏବେ ସେ ମୂର୍ଚ୍ଛିବେ ବୋଲି ପରତେ ନ ଥିଲା ଗୋ ।୩।
ଗୋପପୁୁର ଜନଶିରୀ ଶ୍ରୀନନ୍ଦନନ୍ଦନ ଗୋ
ଆସିବେ ବୋଲି ନଇଲେ କି ବିଚାରୀ ମନ ଗୋ ।୪।
କୁଳମଣି ରାଜଇନ୍ଦ୍ର କୃଷ୍ଣପାଦେ ଚିନ୍ତି ଗୋ
କହନ୍ତି ଏ ରସେ ରାଧା ବିରହ ଭାରତୀ ଗୋ ।୫।

No comments:
Post a Comment