Living in Bhubaneswar
Tuesday, March 28, 2017
ଓଡ଼ିଆ ସିନେମା ଗୀତ - 'ରାମ ହେଲେ ବନବାସୀ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=sORQxJZKxmw
ମାଟିର ମଣିଷ ଚଳଚିତ୍ରର ନିର୍ଦ୍ଦେଶକ ମୃଣାଳ ସେନ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ମାଟିର ମଣିଷ (୧୯୬୭)
ସଙ୍ଗୀତ - ଶ୍ରୀକୁମାର
ଗୀତ - କାଳୀଚରଣ ପଟ୍ଟନାୟକ
କଣ୍ଠ - ବାଳକୃଷ୍ଣ ଦାଶ
ରାମ ହେଲେ ବନବାସୀ
ପିତାର ବଚନ ପାଳି
ରାମ ହେଲେ ବନବାସୀ
ପିତାର ବଚନ ପାଳି
ନହୁଲି ବୟସୀ ସୀତା
ପାଦ ନ ପାରଇ ଚାଳି
ରାମ ହେଲେ ବନବାସୀ
ରଜାର ଦୁଲଣୀ
ସେ ରାମର ଘରଣୀ
ଅଲିଅଳ ସେ ତ ଭାରି
ନ ଜାଣଇ ପଥ ଚାଲି
ବହେ ଧାର ଆଖି ପାଣି
ଗଲାଦିନ ଭାଳିଭାଳି
ରାମ ହେଲେ ବନବାସୀ
ଭାଇ ବନ୍ଧୁ ଘର
କଲେ ସାତ ପର
ପଲକରେ ରାଜସୁଖ
ରାମ ପରା ଦେଲେ ଟାଳି
ଭଗାରି ମୁହଁରେ ସେ ତ
ବୋଳିଦେଲେ ଗଲେ କାଳି
ରାମ ହେଲେ ବନବାସୀ
ରାମ ହେଲେ ବନବାସୀ
ପିତାର ବଚନ ପାଳି
ନହୁଲି ବୟସୀ ସୀତା
ପାଦ ନ ପାରଇ ଚାଳି
ରାମ ହେଲେ ବନବାସୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment