ମାଥିଉଙ୍କର ମଙ୍ଗଳ ସମାଚାର - ୨୮
ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ
ସିଂହାସନାୠଢ଼ ପ୍ରଭୁ ଯୀଶୁ ପଞ୍ଚଦଶ ଶତାବ୍ଦୀର ଆୟରିଶ ପୋଥି ବୁକ୍ ଅଫ୍ କେଲସ୍ରୁ ଆନୀତ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଏଥି ଉତ୍ତାରୁ ଯେଉଁ ଯେଉଁ ନଗରରେ ତାହାଙ୍କର ବହୁତ ଆଶ୍ଚର୍ଯ୍ୟକ୍ରିୟା କରାଯାଇଥିଲା, ସେହି ସେହି ନଗର ନିବାସିମାନଙ୍କର ମନଫେରଣ ନ ହେବାରୁ ସେ ସେହି ସମସ୍ତଙ୍କୁ ଧମକାଇବାକୁ ଲାଗିଲେ । ହାୟ ହାୟ କୋରାଜୀନ, ହାୟ ହାୟ ବେଥସେବା, ତୁମ୍ଭମାନଙ୍କ ମଧ୍ୟରେ ଯେ ଯେ ଆଶ୍ଚର୍ଯ୍ୟ କର୍ମ କରାଯାଇଅଛି, ତାହା ସବୁ ଯେବେ ସୋର ଓ ସୀଦୋନ ମଧ୍ୟରେ କରାଯାଇଥାନ୍ତା, ତେବେ ଅନେକ କାଳ ଆଗରୁ ସେମାନେ ଚଟ ପିନ୍ଧି ଭସ୍ମରେ ବସି ମନ ଫେରାଇଥାନ୍ତେ । କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ବିଚାର ଦିନରେ ତୁମ୍ଭମାନଙ୍କ ଦଶାରୁ ସୋର ଓ ସୀଦୋନର ଦଶା ସହନୀୟ ହେବ । ଆଉ ହେ କଫର୍ନାହୁମ, ତୁମ୍ଭେ ପରା ସ୍ୱର୍ଗ ପର୍ଯ୍ୟନ୍ତ ଉଚ୍ଚୀକୃତ ହେବ । ତୁମ୍ଭେ ନରକରେ ନିପାତିତ ହେବ; ଯେହେତୁ ତୁମ୍ଭ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରାଯାଇଅଛି, ତାହା ଯେବେ ସିଦୋମରେ କରାଯାଇଥାନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ଥାନ୍ତା । ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ତୁମ୍ଭର ଦଶାରୁ ବରଂ ସିଦୋମର ଦଶା ବିଚାର ଦିନରେ ସହନୀୟ ହେବ ।
ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।
No comments:
Post a Comment