କାକୁଡ଼ି ଚଟଣି
ସରୋଜିନୀ ଚୌଧୁରୀ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଉପକରଣ - ତିନୋଟି ମଝିଆଳିଆ କଞ୍ଚା ବଡ଼ କାକୁଡ଼ି, କୋଡ଼ିଏ ଗ୍ରାମ ଗୋଲମରିଚ ଗୁଣ୍ଡ, ଦଶ ଗ୍ରାମ ସୋରିଷ ତେଲ, ପନ୍ଦର ଗ୍ରାମ ଲେମ୍ବୁ ରସ, ସୁଆଦ ଅନୁସାରେ ଲୁଣ ।
ପ୍ରଣାଳୀ - କାକୁଡ଼ିଗୁଡ଼ିକର ଚୋପା ଛଡାଇ ଦିଅନ୍ତୁ । ଏହା ପରେ ଗୋଟା କାକୁଡ଼ିଗୁଡ଼ିକୁ ଫୁଟୁଥିବା ଭାତ ବା ଡାଲିରେ ପକାଇ ଦିଅନ୍ତୁ । ସିଝିଗଲେ ରେକାବିରେ ରଖି ସରୁ ସରୁ କରି କାଟନ୍ତୁ । ତେଲ, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ ଓ ଲୁଣ ମିଶାଇ ଭଲ କରି ଚକଟି ଦିଅନ୍ତୁ ।
ଗୁଣାଗୁଣ - ବଡ଼କାକୁଡ଼ି ମଧୁର ରସ, ଶୀତଳ, ଗରୁପାକ, ରୁଚିକାରକ, ବାୟୁବର୍ଦ୍ଧକ, ମୂତ୍ରକାରକ ଓ କଫଜନକ ଏବଂ ଦାହ, ବାନ୍ତି, ପିତ୍ତ, ଭ୍ରମ, ମୂତ୍ରକୂଚ୍ଛ ଓ ମୂତ୍ରାଶ୍ମରୀ ରୋଗରେ ଉପକାରକ ।
ବି.ଦ୍ର. - କାକୁଡ଼ି ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ଏହି ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।
No comments:
Post a Comment