ପୀରତି କି ଜାତି ପଦାର୍ଥ
୧୯୧୪ ମସିହାର କଲିକତାର ମାନଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଗଣକବି
ବୈଷ୍ଣବ ପାଣିଙ୍କର ବିଭାଘର ହୁଏ
ଉଣେଇଶି ବର୍ଷ ବୟସରେ,
ସମ୍ଭବତଃ
୧୯୦୧ ମସିହାରେ । ପାତ୍ରୀ ଜଣଙ୍କ
ଥିଲେ ଜଳୌକା ପାଖ ଦେବିଲ ଗାଁର
ଜୟରାମ ପଣ୍ଡାଙ୍କ ଝିଅ । ସେତେବେଳେ
ପାଲାଗାୟକ ବନିବା ପାଇଁ ପାଣିଙ୍କର
ପ୍ରସ୍ତୁତି ଚାଲିଥାଏ । ହେଲେ ସେ
ଗୁରୁ କଲେ ନାହିଁ । ପ୍ରଥମେ କୋଳିଅଠା
ଗ୍ରାମର ଘନ ପଣ୍ଡାଙ୍କର ପୁଅ
ଜଗନ୍ନାଥଙ୍କ ସାଙ୍ଗରେ ଗାୟକ
ବନିଲେ । ପାଲା ପରିବେଷଣ କରିବା
ପାଇଁ ଗଡ଼ଜାତ ଅଭିମୁଖେ ଉଦ୍ୟତ
ହୁଅନ୍ତେ,
ବାପା
ସୁଦର୍ଶନ ପାଣି ସେଥିରେ ବାଧା
ଦେଲେ । ହେଲେ ବାପାଙ୍କ କଥା ନମାନି,
ଦର୍ପଣର
ମଇଁଷିଆଖଡ଼ା,
ପୁନିଆଁ,
କୁରୀକଣା,
ନେତ୍କା
ଓ ଚଣ୍ଡୀ ପ୍ରଭୃତି ଜାଗାରେ ସେ
ପାଲା ଗାଇଲେ । ବର୍ଷା ହେଲାରୁ
ଗସ୍ତ ସମାପ୍ତ କରିବାକୁ ପଡ଼ିଲା
। ଇଆଡ଼େ ବାପା ବିବାହର ସମସ୍ତ
ବନ୍ଦୋବସ୍ତ କରି ରଖିଥିଲେ । ବାପା
ମା ଓଲିଆ ପୁଅ କାନ୍ଧରେ ଢ଼ୋଲ
ପଡ଼ିଲେ ବଜେଇ ଶିଖିବ ଭାବି,
ଜୋରଜବରଦସ୍ତି
ଆଗରୁ ଠିକ କରି ରଖିଥିବା କନିଆ
ସହିତ ବିବାହ କରିଦେଲେ । ଦରିଦ୍ର
ବ୍ରାହ୍ମଣ ପରିବାରରୁ ଆସିଥିବା
ବୈଷ୍ଣବଙ୍କର କୁଟୁମ୍ବ ପୋଷିବାର
ଉପାୟ ହେଲା ପାଲା ପରିବେଷଣ । ହେଲେ
ନିଜ ଗାଁର ଗୋଟିଏ ଗଉଡ଼ ପରିବାରରେ
ଜନ୍ମ ଏକୋଇଶାପାଲା ପରେପରେ ଛୁଆଟି
ମରିଯିବାରୁ ପାଲା ଗାୟକ ଭାବରେ
ପାଣିଙ୍କର କର୍ମଜୀବନ ଆଶୁମୃତ୍ୟୁ
ଲଭିଲା ।
ଏହା
ପରେ ପରିବାର ପ୍ରତିପାଳନର ଉପାୟ
ବନିଲା ମାଳୀହତା ଗାଁରେ ଯାତ୍ରା
ଦଳରେ ଓସ୍ତାଦି । ବହିର ଅଭାବ
ଥିବାରୁ ଏହି ସମୟରେ ସେ ନିଜେ ବହି
ଲେଖି ଦଳର ଆବଶ୍ୟକତା ମେଣ୍ଟାଇଲେ
। ଏହା ସହ ତାଙ୍କର ଲେଖକୀୟ ଜୀବନ
ମଧ୍ୟ ଆରମ୍ଭ ହେଲା । ଧୀରେ ଧୀରେ
ଓଡ଼ିଶା,
ବଙ୍ଗ
ପ୍ରଦେଶର ଅନ୍ୟାନ୍ୟ ଜାଗା ତଥା
ନାନାଦି ଗଡ଼ଜାତରେ ତାଙ୍କର
ନାଁଡ଼ାକ ହେବାକୁ ଲାଗିଲା । ହେଲେ
ଏହି ସମୟରେ ତେର ମାସ ମାତ୍ରର
ବ୍ୟବଧାନରେ ତାଙ୍କର ପ୍ରଥମେ
ମାତୃବିୟୋଗ ଓ ତାହା ପରେ ପିତୃହାନି
ଘଟିଲା । ଏହା ପରେ ଘର ପାଖ ମଠର
ମହନ୍ତ ରାମନାଥ ପୁରୀ ଗୋସ୍ୱାମୀ
ନିଜ ପାଖରେ ପାଣିଙ୍କୁ ରଖାଇ ସମସ୍ତ
ମହାଜନୀ କାରବାରର ଦାୟିତ୍ୱରେ
ତାଙ୍କୁ ନିଯୁକ୍ତ କଲେ । ଆଦାୟରୁ
ଶତକଡ଼ା ଦଶ ଭାଗ କମିଶନି ବୈଷ୍ଣବ
ବାବୁଙ୍କର ।
ଏହି
ସମୟରେ ଗୋସ୍ୱାମୀ ମଠ ପାଖରେ ଜଣେ
ରଜକି କନ୍ୟା ତାଙ୍କର ଚିତ୍ତହରଣ
କରେ । ସେ ତାହାର ରୂପ ଓ ଗୁଣ ଉଭୟରେ
ମୁଗ୍ଧ ହୁଅନ୍ତି । ଝିଅଟିର ନାମ
ହାରାମଣି । ଶ୍ରଦ୍ଧା ନାମ – ହର
। ସେତେବେଳକୁ ସେ ବୟଃପ୍ରାପ୍ତ
ହୋଇନଥାଆନ୍ତି । ତାଙ୍କର ଘରକୁ
ବାରମ୍ବାର ଯିବାଆସିବା କରୁଥିବାରୁ
ହରଙ୍କର ମା’
ପାଣିଙ୍କଠାରେ ପ୍ରୀତ ଥାଆନ୍ତି
। ସେ ଯଥାମତେ ସେହି ପରିବାରଟିକୁ
ସାହାଯ୍ୟ ମଧ୍ୟ କରୁଥାଆନ୍ତି ।
କନ୍ୟାଜଣଙ୍କ ସେ ସମୟର ହିସାବରେ
ବିବାହଯୋଗ୍ୟା ହେବାରୁ ନାନାଦି
ଜାଗାରେ ତାଙ୍କର ପ୍ରସ୍ତାବ
ପଡ଼ିବାକୁ ଆରମ୍ଭ ହେଲା । ପାଣି
ଯାଇ ନାନା କୁଟକପଟ କରି ସେସବୁକୁ
ଭାଙ୍ଗନ୍ତି । ମଧୁପୁରରଗଡ଼କୁ
ଯାତ୍ରା ପରିବେଷଣ ପାଇଁ ଥରେ
ଯାଇଥିବା ସମୟରେ ସୁଯୋଗ ଦେଖି
ହରଙ୍କର ମା’ ଝିଅଟିର ବିବାହ
ସାଲେପୁରର ଔରଙ୍ଗାବାଦର ଜଣେ ନିଜ
ଜାତିର ପିଲା ସହ କରାଇଦେଲେ ।
ଏହା
ପରେ ଗ୍ରାମକୁ ଫେରି ବୈଷ୍ଣବ ପାଣି
ଦେଖିଲେ ଯେ ତାଙ୍କର ପ୍ରେୟସୀ ଆଉ
ଗାଁରେ ନାହାନ୍ତି । ସେ ବର୍ତ୍ତମାନ
ବିବାହିତା । ଏତିକି ବେଳେ ଔରଙ୍ଗାବାଦରୁ
ହିଁ ଗାଁର ଯାତ୍ରାଦଳର ଓସ୍ତାଦି
ପାଇଁ ନିମନ୍ତ୍ରଣ ମିଳିଲା । ପାଣି
ଆନନ୍ଦ ମନରେ ସେଠାକୁ ଗଲେ । ଗାଁରେ
ପହଞ୍ଚିବାର ଦୁଇତିନି ଦିନ ମଧ୍ୟରେ
ହିଁ ଗାଧୁଆତୁଠରେ ହରଙ୍କ ସହ
ତାଙ୍କର ଦେଖାସାକ୍ଷାତ ହେଲା ।
ତାଙ୍କୁ ଦେଖି ସେ ବିଚାରି କାନ୍ଦି
ପକାଇଲେ । ସେଇଠୁ ସେ ତାଙ୍କୁ
ଶିକ୍ଷା ଦେଲେ ନିଜ ପତିଙ୍କୁ
ପରିତ୍ୟାଗ କରି ଗାଁକୁ ଚାଲିଯିବା
ପାଇଁ । ଝିଅଟି ନିଜ ଘରକୁ ଫେରି
ଆସିବା ପରେ,
ପାଣି
ମଧ୍ୟ ଔରଙ୍ଗାବାଦ ଛାଡ଼ି ନିଜ
ଠା’କୁ ଲେଉଟି ଆସିଲେ । ବର ଘର
ଯେତେ ଆସି ହରଙ୍କୁ ଲେଉଟାଣି ନେବା
ପାଇଁ ଚେଷ୍ଟା କଲେ,
ସେଥିରେ
ସଫଳ ହେଲେ ନାହିଁ । ହରଙ୍କର ମା’ଙ୍କ
ଆଗରେ ପାଣି ଆଜ୍ଞା ତାଙ୍କ ଶାଶୁଘର
ବିଷୟରେ ସତମିଛ କରି ଏତେ ପରକାରେ
କହିଲେ ଯେ,
ହରଙ୍କର
ବି ସାହସ ବଢ଼ିଗଲା । ସେ ଆଦୌ
ଔରଙ୍ଗାବାଦ ଫେରିଯିବା ପାଇଁ ଆଉ
ରାଜି ହେଲେ ନାହିଁ । ହର ବରଘରର
ଆୟଅଳଙ୍କାର ଆଦି ଲେଉଟାଇ ଦେଲେ
। ପାଣିଙ୍କର ମନ୍ତ୍ରଣା ସଫଳ ହେଲା
। ଦୁଇ ପକ୍ଷ ଭିତରେ ଆଉ କୌଣସି
ଆପୋଷ ମିଳାମିଶା ସମ୍ଭବ ହେଲା
ନାହିଁ । ଏହାର ଅଳ୍ପ କିଛି କାଳ
ମଧ୍ୟରେ ହିଁ ହରଙ୍କର ବର ଖଜୁରଗଛ
ରସ ଚୋରାଇ ପିଉଥିବା ବେଳେ
ସାପକାମୁଡ଼ାରେ ମରିଗଲେ ।
ଏସବୁ
ଭିତରେ ହର ଓ ପାଣିଙ୍କର ଚୋରା
ପୀରତି ଚାଲିଥାଏ । ଏପରି କଥା ଆଉ
କି ଲୁଚି ରହନ୍ତା । ବାବୁଙ୍କର
ଘର ଲୋକେ ଜାଣିଲେ । ଆଉ କିଛି
କର୍ତ୍ତବ୍ୟ ନ ପାଇଁ ଗୁଣି ଇତ୍ୟାଦି
ମଧ୍ୟ କଲେ । ହେଲେ ଯେତେ ବାଧାବିଘ୍ନାଦି
ସୃଷ୍ଟି ହେଉଥାଏ,
ପାଣିଙ୍କର
ହରପ୍ରେମ ସେତେ ବେଶୀ ବଢ଼ୁଥାଏ
। ଆଉ କୌଣସି ଥଳକୂଳ ନ ଦେଖି ହର
ଗୋଟିଏ ପ୍ରସ୍ତାବ ଦେଲେ । ପ୍ରସ୍ତାବଟି
ହେଲା ଏଇଆ – କଲିକତାରୁ ଠାକୁର
ଆଣି ଘରର ଯାବତୀୟ ସମ୍ପତ୍ତି ତାଙ୍କ
ନାମରେ କରି ସ୍ତ୍ରୀଙ୍କୁ ମାର୍ଫତଦାର
କରିଦିଆଯାଉ । ଶେଷକୁ ପାଣିଏ ଚବିଶ
ଜଣ ବ୍ରାହ୍ଣଣଙ୍କ ସହ କଲିକତା
ଠାକୁର ମୂର୍ତ୍ତି ଖୋଜି ଗଲେ ।
ଶେଷକୁ ଯୋଡ଼ାଶଙ୍ଖରେ ଠାକୁର
ମିଳିଲେ । ଦିଅଁ ପ୍ରତିଷ୍ଠା ପାଇଁ
କାର୍ଡ଼ ଛପାଇ ପାଞ୍ଚଶହ ଟଙ୍କାର
ଚାନ୍ଦା ମଧ୍ୟ ସଙ୍ଗ୍ରହ କରାଗଲା
। ହେଲେ ଏତେ ସବୁ ଆୟୋଜନ ସରିଲା
ପରେ ଜୟରାମ ପଣ୍ଡାଙ୍କ କନ୍ୟା
(ଯାହାଙ୍କ
ନାମ ପାଣି କେବେ ନିଜର ଆତ୍ମଜୀବନୀରେ
ନିଅନ୍ତି ନାହିଁ)
ଠାକୁରଙ୍କର
ମାର୍ଫତଦାର ବନିବା ପାଇଁ ରାଜି
ହେଲେ ନାହିଁ ।
ଏଥିକୁ
ପାଣି ଏକ ବସ୍ତ୍ର ହୋଇ ଘର,
ସମ୍ପତ୍ତି
ସମସ୍ତ ତ୍ୟାଗ କଲେ । ବିରୂପାକୂଳରେ
କୁଡ଼ିଆଟିଏ ତୋଳାଇ ହରଙ୍କ ସହ
ଦାମ୍ପତ୍ୟ ଜୀବନ ଅତିବାହିତ
କରିବାକୁ ଆରମ୍ଭ କଲେ । ହେଲେ
ପ୍ରଥମ ସ୍ତ୍ରୀ ମାମଲାକୁ ଏପରି
ସହଜ ଭାବରେ ରଫାଦଫା କରିଦେବା
ପାଇଁ ଛାଡ଼ିଲେ ନାହିଁ । ସେ
ବାଟେଘାଟେ ଭଡ଼ାଟିଆ ଲୋକ ଜଗାଇ
ନିଜ ସ୍ୱାମୀଙ୍କୁ ମାଡ଼ ମରାଇବା
ପାଇଁ ଲୋକ ନିଯୁକ୍ତ କଲେ । ପାଣି
ଅନେକ ଥର ମାଡ଼ ମଧ୍ୟ ଖାଇଲେ । ସେ
ଏହି ସମୟରେ ଗୁଆଳିପୁର ଯାତ୍ରା
ଦଳର ଓସ୍ତାଦ ରୂପେ ନିଯୁକ୍ତି
ପାଇ ନିଜ ରଚିତ ଗଙ୍ଗେଶ୍ୱରଦେବ,
କୀର୍ତ୍ତିବୀର୍ଯ୍ୟ
ଓ ଧୃବ,
ଏହି
ତିନୋଟି ନାଟକ ସଫଳତାର ସହ ମଞ୍ଚସ୍ଥ
କରାଇ କଲିକତା ପ୍ରବାସ କଲେ ।
ସେଠାରେ ଚାରିମାସରୁ ଅଧିକ କାଳ
ଅବସ୍ଥାନ କରି ପାଞ୍ଚ ହଜାରରୁ
ଅଧିକ ଟଙ୍କା ଅର୍ଜନ କଲେ । ଏଥିରୁ
କିଛି ଟଙ୍କା ହରଙ୍କ ପାଖକୁ ପ୍ରେରଣ
କଲେ ବିରୂପା କୂଳରେ ବାପଘର ପାଖରେ
ଖଣ୍ଡେ ବସା ତୋଳିବା ନିମନ୍ତେ ।
ଏହି ସମୟରେ ଯାତ୍ରା ଓସ୍ତାଦ ଭାବରେ
ଖ୍ୟାତି ବ୍ୟାପିବାରୁ ଅର୍ଥ
ଉପାର୍ଜନ ମଧ୍ୟ ବଢ଼ିଲା । ମାସିକ
ବହି ଲେଖିଲେ ଅଶୀ ଟଙ୍କା ଖଣ୍ଡେ
ମିଳୁଥିଲା । ଯାତ୍ରାଦଳର ଓସ୍ତାଦ
ହିସାବରେ ଦରମା ଥିଲା ମାସକୁ ଚାଳିଶ
ପଚାଶ ଟଙ୍କା । ନିଜର ପ୍ରିୟତମାଙ୍କୁ
ଏହି ଆୟର ଅଂଶ ଦେଉଥିବାରୁ ହର ଏହା
ମଧ୍ୟରେ ସୁନାରୂପା ଅଳଙ୍କାର ଓ
ଦୁଇତିନି ମାଣ ପରିମାଣର ଚାଷ ଜମି
ଆଦି କିଣିବାରେ ସମର୍ଥ ହେଲେ ।
ହରଙ୍କ
ଗୁଣ ଓ ଆଚରଣରେ ପାଣି ମୁଗ୍ଧ ଥାଆନ୍ତି
। ହାରାମଣି ଦୁଃଖୀର କଷ୍ଟ ବୁଝନ୍ତି
। ଜୀବଜନ୍ତୁଙ୍କ ପ୍ରତିପୋଷଣରେ
ଦକ୍ଷ । ସଙ୍ଗୀତରେ ପ୍ରବେଶ ଥାଏ
। ଏହା ସହିତ ବେଶଭୂଷା ଓ ଆଚରଣରେ
ଖୁଣିବାରେ ନାହିଁ । ହେଲେ ଏ ସବୁ
ମଧ୍ୟରେ ବି ବୈଷ୍ଣବ ବାବୁଙ୍କର
ନାନାଦି ବାରନାରୀଙ୍କର ସହ ଭାବପୀରତି
ଚାଲିଥାଏ । ସହଭାଗିନୀ ହାରାମଣିଙ୍କର
ଦୋଷଥାଏ ତ ଗୋଟିଏ । ଟଙ୍କାକଉଡ଼ି ମାମଲାରେ ତାଙ୍କର କିଛି ହିସାବପତ୍ର
ନଥାଏ । ବେହିସାବି ଖର୍ଚ୍ଚ କରନ୍ତି
ସେ । ଅନେକ କାରଣରୁ ହର ଓ ପାଣିଙ୍କର
ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଲାଗେ ।
ହେଲେ ହର ଥିଲେ ସମ୍ପୂର୍ଣ୍ଣ ଭାବରେ
ପତିଗତପ୍ରାଣା । ବିଗତଯୌବନ ପାଣି
ଯେବେ କଟକ ମେଡ଼ିକଲରେ ଜୀବନ ସହିତ
ସଙ୍ଗ୍ରାମ କରୁଥାଆନ୍ତି,
ସେତେବେଳେ
ହର ହିଁ ଗାଁରୁ ଆସି,
ସେବା
କରି, ତାଙ୍କର ଜୀବନରକ୍ଷା କରନ୍ତି । ଏହି ଘଟଣାର କିଛି କାଳ ପରେ ହିଁ
ଏକ ସାମାନ୍ୟ ଜଙ୍ଘାବାତ ରୋଗ ଉତ୍କଟ
ହେବାରୁ ହର ଦୁଇ ମାସ କାଳ କଷ୍ଟ
ଭୋଗି,
ନାନାଦି
ପ୍ରକାରର ଚିକିତ୍ସା ପ୍ରଣୀଳୀର
ପରୀକ୍ଷାନୀରିକ୍ଷାର ଶୀକାର ହୋଇ
ଶେଷକୁ ପ୍ରାଣ ତ୍ୟାଗ କରନ୍ତି ।
ସେତେବେଳକୁ ବୋଧେହୁଏ ୧୯୫୪ ସାଲ
। ଏହି ପରି ଭାବରେ ଚାରି ପୁରୁଷ
ତଳର,
ସେ
ସମୟରେ ଅଭାବନୀୟ,
ଏକ
ବ୍ରାହ୍ମଣ-ରଜକୀ
ସମ୍ପର୍କର ଅନ୍ତ ହୁଏ ।
ବି.ଦ୍ର.
- ଏହି ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିରେ ବ୍ୟବହୃତ ତଥ୍ୟ ସେକ୍
ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ
‘ଗଣକବି ବୈଷ୍ଣବ ପାଣିଙ୍କର
ଆତ୍ମକାହାଣୀ’ (୨୦୦୬,
ତୃତୀୟ
ପ୍ରକାଶନ)
ବହିଟିରୁ
ନିଆଯାଇଛି । ପ୍ରକାଶକ,
ସେକ୍
ମସୁଦ୍ ଅଲି । ପ୍ରକାଶନର ସ୍ଥାନ,
ଭୁବନେଶ୍ୱର
। ଏହି ଆତ୍ମଜୀବନୀଟି ସମ୍ଭବତଃ
୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା
।
No comments:
Post a Comment