ପର୍ବତରେ ଧର୍ମୋପଦେଶ - ୧୦
ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ
ଲୁଥରଙ୍କର ବାଇବେଲ (୧୫୩୪ ମସିହା) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ପରର ଚର୍ଚ୍ଚା କର ନାହିଁ, ତେଣୁ ତୁମ୍ଭର ଚର୍ଚ୍ଚା ହେବ ନାହିଁ । ଯେହେତୁ ଯେପରି ଚର୍ଚ୍ଚାରେ ଚର୍ଚ୍ଚା କର, ସେପରି ତୁମର ଚର୍ଚ୍ଚା ହେବ; ଓ ଯେପରି ମାପରେ ମାପ କର, ସେପରି ମାପରେ ପରିଶୋଧ ପାଇବ । ଆଉ ଆପଣା ଆକ୍ଷରେ ଯେଉଁ କଡ଼ିକାଠ ଅଛି, ତାହା ନ ଦେଖି ତୁମ୍ଭ ଭାଇର ଚକ୍ଷୁରେ ଯେଉଁ କୁଟା ଅଛି ତାକୁ କାହିଁକି ଦେଖୁଅଛ ? ତୁମ୍ଭ ନିଜ ଚକ୍ଷୁରେ କଡ଼ି କାଠ ଥାଉଁ ଥାଉଁ, ହେ ଭାଇ, ତୁମ୍ଭ ଚକ୍ଷୁରୁ କୁଟା ବାହାର କରିବାକୁ ଦିଅ, ଏପରି କଥା ଆପଣା ଭାଇକି କିପ୍ରକାରେ କହି ପାରିବ ? ହେ କପଟି, ଆଗ ଆପଣା ଚକ୍ଷୁରୁ କଡ଼ି କାଠ କାଢ଼, ତହିଁରେ ଦୃଷ୍ଟି ନିର୍ମଳ ହେଲେ ତୁମ୍ଭ ଭାଇର ଚକ୍ଷୁରୁ କୁଟା କାଢ଼ି ପାରିବ । ପବିତ୍ର ବସ୍ତୁ କୁକ୍କୁରମାନଙ୍କୁ ଦିଅ ନାହିଁ, ଓ ତୁମ୍ଭମାନଙ୍କର ମୁକ୍ତା ଘୁଷୁରି ଆଗରେ ପକାଅ ନାହିଁ; ପଛେ ସେମାନେ ଗୋଡ଼ ତଳେ ତାହା ଦଳନ୍ତି, ଓ ଫେରି ତୁମ୍ଭମାନଙ୍କୁ ବିଦାରଣ କରନ୍ତି ।
ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।
No comments:
Post a Comment