ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ତୃତୀୟା ବଲ୍ଲୀ : ମନ୍ତ୍ର ୫
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ନିଜ ମୁଖ ଦରଶନ ସ୍ୱଚ୍ଛ ଦରପଣେ,
ଦେଖେ ନର ଅବିକଳ ବିଶଦ ଯେସନେ ।
ସୁନିର୍ମଳ ଼ସମୁଜ୍ଜ୍ୱଳ ବୁଦ୍ଧି ଆଦରଶେ
ତେସନେ ଆତ୍ମାର ରୂପ ଦେଖେ ଜ୍ଞାନବଶେ ।
ଅସ୍ପଷ୍ଟ ସ୍ୱପନେ ଯଥା ରୂପ ଅବୟବ
ପିତୃଲୋକେ ଦିଶେ ତଥା ଆତ୍ମା ଅସୌଷ୍ଠବ ।
ରୂପରେଖ ଅଙ୍ଗହୀନ ସଲିଳେ ଆକୃତି
ଆତ୍ମାର ଗନ୍ଧର୍ବଲୋକେ ତଥା ଅନୁଭୂତି ।
ବ୍ରହ୍ମଲୋକେ ଦିଶେ ଏକା ଆତ୍ମା ପରିଷ୍କାର
ସ୍ପଷ୍ଟ ବିଲକ୍ଷଣ ଯଥା ଆଲୋକ ଅନ୍ଧାର ।
ବ୍ରହ୍ମଲୋକ ପ୍ରାପ୍ତି ଅତି ଦୁଃସାଧ୍ୟ ଦୁର୍ଲ୍ଲଭ
ବହୁଯାଗ ଯୋଗ ଜ୍ଞାନେ ଲଭେ ତା' ମାନବ । (ନ.ଉ. ୨।୩।୩୬)
No comments:
Post a Comment