ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୭ ଓ ୮ ଚିତ୍ତବଗ୍ଗୋ
୭ ଚିତ୍ତବଗ୍ଗୋ
ଅନବସ୍ସୂୂତଚିତ୍ତସ ଅନନ୍ୱାହତଚେତସୋ
ପୁଞ୍ଣପାପପହୀନସ୍ୱ ନତ୍-ଥି ଜାଗରତୋ ଭୟଂ ।୭।
ବିବିର ବିହୀନ ଅଟଇ ଯାହାର ଚିତ୍ତ
ଅଟଇ ପୁଣି ତା' ଯଦି ଆସ୍ରବ ରହିତ ।
ପାପ-ପୂଣ୍ୟ ତ୍ୟାଗ କରି ଜାଗରଣଶୀଳ
ତେବେ ନାହିଁ କଉଣସି ଆତଙ୍କ ତାହାର ।୭।
୮ ଚିତ୍ତବଗ୍ଗୋ
କୁମ୍ଭୂପମଂ କାୟମିମଂ ବିଦିତ୍ୱା ନଗରୂପମଂ ଚିତ୍ତମିଦଂ ଠପେତ୍ୱା ।
ଯୋଧେଥ ମାରଂ ପଞ୍ଣାବୁଧେନ ଜିତଂ ଚ ରକ୍ଖେ ଅନିବେସନୋ ସିୟା ।୮।
କୁମ୍ଭ ସମ କାୟକୁ ନଶ୍ୱର କରି ଜ୍ଞାନ
ଚିତ୍ତକୁ ନଗର ପରି କରିଣ ସ୍ଥାପନ ।
ପ୍ରଜ୍ଞାର ଆୟୁଧେ କରି ମାର ସଙ୍ଗେ ଯୁଦ୍ଧ
ଜିତିବ, ରକ୍ଷା କରିବ, ହୋଇ ଅନାସକ୍ତ ।୮।
ଜିତିବ, ରକ୍ଷା କରିବ, ହୋଇ ଅନାସକ୍ତ ।୮।
No comments:
Post a Comment