ବଡ଼ଗୋରଡ଼ାର ଦୋରା ଲୋକେ
(ଏହି ଆଲେଖ୍ୟଟି ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ର ୨୦୧୬ ମସିହାର ଅଗଷ୍ଟ ମାସର ପ୍ରଥମ ସଂଖ୍ୟାରେ ଛପାଯାଇଥିଲା)
ତେଲୁଗୁ ଠା - ପାଚି ପୁଲୁସୁ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଜଣେ
ଲେଖକ,
ସଙ୍କଳକ
ତଥା ଯନ୍ତ୍ରୀ ଭାବରେ ଶ୍ରୀ
ଗୋବର୍ଦ୍ଧନ ଦୋରା ଓଡ଼ିଶାରେ ଏକ
ପରିଚିତ ନାମ । ଲେଖକଙ୍କର ଘର
ନୟାଗଡ଼ ଜିଲ୍ଲାର ବଡ଼ଗୋରଡ଼ା
ଗ୍ରାମ । ଏହି ଗାଁଟି ଅବସ୍ଥିତ
ଥିଲା ପ୍ରଗଣା ବଡ଼ଦେଶରେ । ଆଗରୁ
ଲେଖକଙ୍କର ଗାଁରେ ଅନେକ ଗାଈ
ରହୁଥିବାରୁ,
ତଥା
ଗାଈ ରହୁଥିବା ଜେଗା ଗୋରଡ଼ା ବୋଲି
ଲୋକମୁଖରେ ପ୍ରଚଳିତ ଥିବାରୁ,
ତାଙ୍କ
ଗାଁର ନାମ ବଡ଼ଗୋରଡ଼ା ବୋଲି
ପଡ଼ିଛି ବୋଲି ସେ ଅନୁମାନ କରନ୍ତି
। ଗ୍ରାମଟିର ଚାରି ପଟେ ନାଳ ଓ ବିଲ
। ଗାଁକୁ ଯିବା ଆସିବା କରିବା
ନିମନ୍ତେ କୌଣସି ବାଟ ନଥିଲା ।
ଏଣୁ ଆଗରୁ ଲୋକେ କହୁଥିଲେ ‘ଚାରିପଟେ
ଧୋଡ଼ା,
ମଝିରେ
ଗୋରଡ଼ା’ । ଗାଁଟି ଶରଣକୁଳଠାରୁ
ଛଅ କିଲୋମିଟର ବାଟ । ଗୋଡ଼ିପଡ଼ା
ଯିବାରେ ବାଟରେ ଗାଁଟି ପଡ଼େ ।
ଏହି ଗାଁଟିର ରାଜସ୍ୱ ୧୯୬୭ ମସିହା
ପର୍ଯ୍ୟନ୍ତ ଶରଣକୁଳରେ ବିଜେ
ମହାଦେବ ଲଡ଼ୁକେଶ ଦେବଙ୍କର ମଣୋହୀ
ଖର୍ଚ୍ଚ ଭାବରେ ବ୍ୟବହୃତ ହେଉଥିଲା
।
ବଡ଼ଗୋରଡ଼ା
ଗାଁରେ ଚଷା,
ଗୁଡ଼ିଆ,
ଗଉଡ଼,
କରଣ,
ସୁନାରି,
ପାଣ,
ଧୋବା
ଓ ଖଦାଳ ଇତ୍ୟାଦି ଜାତିର ଲୋକ
ଅଛନ୍ତି । ମାତ୍ର ଗାଁର ସାତ ପଣ
ବା ଶତକଡ଼ା ଚଉରାଳିଶି ଭାଗ ଲୋକ
ହେଲେ ତେଲୁଗୁ ଦୋରା ସାଙ୍ଗିଆ
ଧାରୀ ଲୋକେ । ଏହି ଦୋରାମାନଙ୍କ
ବିଷୟରେ କବି ବ୍ରଜନାଥ ବଡ଼ଜେନାଙ୍କର
କାବ୍ୟ ସମରତରଙ୍ଗରେ ମଧ୍ୟ ଉଲ୍ଲେଖ
ଅଛି । ବଡ଼ଗୋରଡ଼ା ଗାଁଟି ପୂର୍ବରୁ
ପଶ୍ଚିମକୁ ଲମ୍ବିଛି । ଗାଁରେ
ଦୋରାମାନଙ୍କର ଘରଗୁଡ଼ିକ ଦକ୍ଷିଣପଟ
ଧାଡ଼ିରେ । ସେହି ଗାଁରେ ଲେଖକ
ଏକ ଦୋରା ପରିବାରରେ ଜନ୍ମ ନିଅନ୍ତି
୧୯୩୯ ମସିହାରେ,
ଦ୍ୱିତୀୟ
ବିଶ୍ୱଯୁଦ୍ଧ ଆରମ୍ଭ ବର୍ଷରେ,
ପରାଧିନ
ଭାରତରେ । ତେଲେଗୁ ଭାଷାରେ ଦରା
ଶବ୍ଦର ଅର୍ଥ ହେଲା ମୂଖ୍ୟ ।
ଏମାନଙ୍କର ଜାତି ହେଲା ତେଲେଗା
ବା ନାଇଡ଼ୁ । ଏମାନଙ୍କର ସାମାଜିକ
ଅବସ୍ଥିତି ଅନେକଟା ଓଡ଼ିଆ
ଖଣ୍ଡେଇତଙ୍କର ପରି । ଏମାନେ ଆଗରୁ
ନୟାଗଡ଼ ରାଜାଙ୍କର ଖୁସିବାସୀ
ପାଇକ ଭାବରେ କାର୍ଯ୍ୟରତ ଥିଲେ
। ଦେଶରେ ଗୋଳ ହେଲେ ବା ବାହ୍ୟ
ଆକ୍ରମଣ ହେଲେ ରଜାଙ୍କଠାରୁ ଡକରା
ପାଇ ଲଢ଼ିବାକୁ ଯାଉଥିଲେ । ୧୮୫୦
ମସିହାରେ ନୟାଗଡ଼ ରଜା ବ୍ରଜବନ୍ଧୁ
ସିଂ ମାନ୍ଧାତାଙ୍କ ବିରୁଦ୍ଧରେ
ଏକ ମେଳି ହୋଇଥିଲା । ଏଗାରଜଣ
ପ୍ରମୁଖ ମେଳିଆଙ୍କ ଭିତରୁ ଦୁଇଜଣ
(ରଘୁନାଥ
ଦୋରା ଓ ବଳରାମ ଦୋରା)
ଥିଲେ
ଏଇ ଦୋରା ଜାତିର ।
୧୯୨୦
ମସିହାରେ ଶରଣକୁଳ-ରଣପୁର
ରାସ୍ତାରେ ବେଠି ଖଟିବା ପାଇଁ
ରଜାଙ୍କ ପାଖରୁ ବଡ଼ଗୋରଡ଼ା ଗାଁରୁ
ପ୍ରଜାଙ୍କୁ ଡକରା ଆସିଲା । ସେତେବେଳେ
ନୟାଗଡ଼ ରାଜ୍ୟରେ ନିୟମ ଥିଲା ଯେ
ନିଜ ଗାଁ ଭିତର ଦେଇ ଯାଇଥିବା
ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ତ୍ୱ
ଗାଁ ଲୋକଙ୍କର । ମାଟି ପକାଇ,
ଧୁରୁମୁସ
କରି ଗ୍ରାମପଥଗୁଡ଼ିକୁ ଉଚ୍ଚା
କରିବା,
ପାହାଡ଼ରୁ
କରକଚା ଆଣି ବିଛାଇବା,
ପଥପାର୍ଶ୍ୱ
ବୃକ୍ଷରୋପଣ କରି ଗଛଗୁଡ଼ିକର
ରକ୍ଷଣାବେକ୍ଷଣ ଇତ୍ୟାଦି ଏ ସମସ୍ତ
କାମ ଗାଁଲୋକଙ୍କର ହିଁ ଦାୟିତ୍ତ୍ୱ
ଥିଲା । ମାତ୍ର ୧୯୨୦ ମସିହାରେ
ଯେତେବେଳେ ଶରଣକୁଳ ରାସ୍ତାରେ
ବେଠି ଖଟିବାର କଥା ଉଠିଲା,
ସେତେବେଳେ
ଦୋରାମାନେ ଆପତ୍ତି କଲେ ଯେ ସେମାନେ
ଯେହେତୁ ରଜାଙ୍କର ଖୁସିବାସୀ
ପାଇକ,
ନିୟମ
ଦୃଷ୍ଟିରୁ ସେମାନେ ବେଠି ଖଟି
ଯିବେ ନାହିଁ । ସେତେବେଳର ଗଡ଼ଜାତ
ସୁପରିଟେଣ୍ଟ୍ ଥିଲେ ଅନିରୁଦ୍ଧ
ପଟେଲ । ସେ ଦୋରାମାନଙ୍କ କଥା
ରଖିଲେ । ଯଦିଓ ବ୍ରାହ୍ମଣମାନେ
ମଧ୍ୟ ବେଠିରୁ ନିସ୍ତାର ପାଇନଥିଲେ,
ଦୋରାମାନେ
ବେଠି ଖଟି ଗଲେ ନାହିଁ । ରଜାଙ୍କଠାରୁ
ଜାଗିରି ପାଇ ଏମାନଙ୍କର ଅବସ୍ଥା
ଆଗେ ଅନେକ ସ୍ୱଚ୍ଛଳ ଥିଲା । ମାତ୍ର
ଭାଇ ଭାଗ ହୋଇ ଓ ଅମଳ କମି ବର୍ତ୍ତମାନ
ଜାତିର ଅନେକ ଲୋକଙ୍କର ଅବସ୍ଥା
ଆଉ ଏତେଟା ଭଲ ନୁହେଁ । କେହି କେହି
ଜମି ବିକ୍ରିବଟା ମଧ୍ୟ କରିସାରିଲେଣି
।
ନୟାଗଡ଼ର
ଜିଲ୍ଲାର ବରଗୋରଡ଼ା,
କେଶରପୁର,
କେଶପାନିଆ,
ଚମ୍ପାପାଣ୍ଡିରି,
ନନ୍ଦିଘୋର,
ଗୋଡ଼ିପଡ଼ା,
ତାଳପାଟଣା,
ବାୟାପଲ୍ଲୀ,
ଆରଡ଼ା,
ବଟପୁଟ,
ପଞ୍ଚିରିଡ଼ା,
କେନ୍ଦୁପଲ୍ଲୀ,
କୋମଣ୍ଡ,
ଗୋତ୍ରିଡ଼ା,
ବାମୁଣ୍ଡି,
ଭାଡ଼ିକିଳା,
ପେଟାପଲ୍ଲୀ,
ମହୁଲିଆ
ଓ ପଞ୍ଚୁପଲ୍ଲୀ ଇତ୍ୟାଦି ଗାଁରେ
ତେଲୁଗୁମାନେ ବସବାସ କରନ୍ତି ।
ଏହି ସବୁ ଗାଁମାନଙ୍କରେ ସର୍ବରାକାର
ହେଲେ ଏହି ନାଇଡ଼ୁ ବା ଦୋରାମାନେ
। ଏହି ଦୋରାମାନେ ଗୋଟିଏ ଜାତି ।
ମାତ୍ର ବଂଶ ଏମାନଙ୍କର ଭିନ୍ନଭିନ୍ନ
। ଆନ୍ଧ୍ରଦେଶରେ ନାମ ପୂର୍ବରୁ
ଅନେକେ ବଂଶର ନାମ ଉଲ୍ଲେଖ କରନ୍ତି
। ମାତ୍ର ଏହି ତେଲୁଗୁ ଦୋରା ମାନେ
ସେପରି କରନ୍ତି ନାହିଁ । ବୋଧେହୁଏ
ଓଡ଼ିଆଙ୍କ ପ୍ରଭାବରେ ବଂଶ ହିସାବରେ
ଗେଡ଼ୁମ୍,
ବାଇସିଟି,
ନାଇଡ଼ୁ,
ଦାଙ୍ଗଡବିମୁ,
କଦାଡବିମୁ,
କଞ୍ଚୁମ,
ରାମସିଟି
ଇତ୍ୟାଦି ଲେଖାନ୍ତି ।
ଲେଖକଙ୍କର
ବାଲ୍ୟକାଳରେ ତାଙ୍କ ଅଞ୍ଚଳର ଏହି
ଦୋରାମାନଙ୍କର ଜାତିଆଣ ଭୋଜି ଅତି
ରୋଚକ ଭାବରେ ଅନୁଷ୍ଠିତ ହେଉଥିଲା
। ଭୋଜିର ମୂଖ୍ୟ ଆକର୍ଷଣ ଥିଲା
ଆମ୍ବିଳ ବା ପୁଲୁସୁ (ତେଲୁଗୁରେ)
ହାଣ୍ଡି
। ଏହି ଆମ୍ବିଳରେ ବାଇଗଣ,
କଖାରୁ,
ଦେଶୀ
ଆଳୁ,
ସାରୁ
ଇତ୍ୟାଦି ପରିବା ବଡ଼ବଡ଼ ଖଣ୍ଡ
ହୋଇ କଟାହୋଇ ପଡ଼ିଥାଏ । ନାନାଦି
ସରକ ମଧ୍ୟ ପକାଯାଏ । ଏହା ଖଟା ଓ
ମିଠା ଉଭୟ ସୁଆଦ ଦିଏ । ଆମ୍ବିଳ
ହାଣ୍ଡି ସକାଳେ ବସିଲେ ଓହ୍ଲାଯାଏ
ସେଦିନ ସଞ୍ଜବୁଡ଼କୁ । ବାହାଘର
ନିମନ୍ତ ଆଦି ଭୋଜିରେ ଆମ୍ବିଳ
ନହେଲେ ନଚଳେ । ଆମ୍ବିଳ ରାନ୍ଧିବା
ପାଇଁ ପୁରୁଖା ମା ମାଉସୀ ମାନଙ୍କୁ
ଖୋଜାଲୋଡ଼ା ହେଉଥିଲା । ଏବେ ଆଉ
ତିରିଶି ବରଷ ହେଲା ଆମ୍ବିଳ ଉଠିଗଲାଣି
। ଏବେ ତାହା ଇତିହାସ ମାତ୍ର ।
ତେଲେଗୁ
ମାନଙ୍କ ମଧ୍ୟରେ ମାମୁଁ ଝିଅ/ପୁଅ
ସହିତ ପିଉସୀ ପୁଅ/ଝିଅ
ବାହାଘରର ପ୍ରଚଳନ ଥିଲା । ଏହା
ଓଡ଼ିଆ ଘରମାନଙ୍କରେ ଅବଶ୍ୟ ବାରଣ
। ବାହାଘର ପାଇଁ ଜାତିରେ ଫୁଲସଭା
ବସେ । ସଭାରେ ଭୋଜି ଦିନ ସ୍ଥିର
ହୁଏ । ତାହା ପରେ ପୁରୁଖା,
ଜାଣିବାଶୁଣିବା
ସ୍ତ୍ରୀଲୋକମାନେ ରୋଷେଇରେ ମୂଖ୍ୟ
ଭୂମିକା ଗ୍ରହଣ କରୁଥିଲେ । ଛାମୁଡ଼ିଆ
ବାନ୍ଧିବା,
ବେଦି
ତିଆରିବା ଆଦି କାମ ସାହିଭାଇମାନେ
ଆପେଆପେ କରିଦେଉଥିଲେ । ଘରର କନ୍ୟା
ଗାଁ ଯାକର ଝିଅ ଥିଲା । ଭୋଜି ଦିନ
ସକାଳୁ ସକାଳୁ ନିମନ୍ତଘର ଲୋକେ
ଘରକୁ ଘର ବୁଲି ଜାତିଭାଇଙ୍କୁ
କହିଦିଅନ୍ତି ଯେ ଆଜି ରାତିକୁ
ଭୋଜି ପାଇଁ ଡ଼କରା ରହିଲା । ପୁଣି
ସନ୍ଧ୍ୟାରେ ଆଉ ଥରେ ଡକରା ଯାଏ
ଚୁଲି ବନ୍ଦ କରିବା ନିମନ୍ତେ
ଅନୁରୋଧ କରିବା ପାଇଁ । ପୁଣି
ରାତିରେ ରୋଷେଇ ସରିଲେ ଆଉଥରେ
ଡ଼କରା ଯାଏ ଭୋଜନ ପାଇଁ । କାହା
ଘରେ କୁଣିଆ ମଇତ୍ର ଆସିଥିଲେ
ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ
ଯାଏ । ଆଗେ ଖାଇବାକୁ ପୁରୁଷ ଲୋକେ
ଯାଆନ୍ତି । ସେମାନେ ଖାଇ ଘରକୁ
ଲେଉଟିଲେ ସ୍ତ୍ରୀ ଲୋକମାନେ
ଯାଆନ୍ତି ଖାଇବାକୁ ।
ତେଲେଗୁ
ଦୋରାଙ୍କର ଏହି ଭୋଜିରେ ପ୍ରଥମେ
ପିଠା ବଢାଯାଏ । ପିଠା ବୋଇଲେ
ଗୋଟିଏ ଆରିଷା ଓ ଦୁଇଟି ମୁଗ ପୁର
ଦିଆ ଛଣା ବିରିର ପିଠା । ଏହି ପିଠା
ସବୁକୁ ପ୍ରାୟ କେହି ଭୋଜିରେ ଖାଉ
ନଥିଲେ । ପ୍ରାୟ ଲୋକେ ପିଠା ପାଇଁ
ଆଉ ଗୋଟିଏ ଖଲି ମାଗନ୍ତି । ଖଲିରେ
ମୋଡ଼ି ପିଠାକୁ ଘରକୁ ଘେନିଯାଆନ୍ତି
। ତାହା ପରେ ଲାଗି ହୁଏ ଭାତ ଓ
ଆମ୍ବିଳ । ଆମ୍ବିଳ ଯୋଗୁଁ ଭୋଜିରେ
କେହି ଡାଲିକୁ ପାସଙ୍ଗରେ ପକାନ୍ତି
ନାହିଁ । ତା’ ପରେ ଲାଗି ହୁଏ
ଚୁନାମାଛ ତରକାରୀ । ଶେଷକୁ
ପାଣିକଖାରୁର ସାକର ବା ଖଟା ଓ
ତତ୍ସହିତ ଆଉ ଗୋଟିଏ ଯୋଡ଼ିଏ
ପ୍ରକାରର ସାଧା ତରକାରୀ ଅଳପ ଅଳପ
ପରସା ଯାଏ ।
ସେତେବେଳେ
ଭୋଜିର ସାମାଜିକ ନିୟମ ଭାରି କଡ଼ା
ଥିଲା । ସମସ୍ତେ ଭୋଜିରେ ଆସନ
ଗ୍ରହଣ କଲାପରେ ମୁରବୀ ସ୍ଥାନୀୟ
ଲୋକେ ଯିବେ ସମସ୍ତଙ୍କ ଘରେ ତଲାସିବା
ଲାଗି । ଯେପରି କେହି ଛାଡ଼ି ହୋଇଯାଇ
ନଥିବେ । ଜଣେ ମଧ୍ୟ କେହି ସେତେବେଳ
ପର୍ଯ୍ୟନ୍ତ ଆସିପାରି ନଥିଲେ
ସମସ୍ତେ ଅପେକ୍ଷା କରିବେ । ମୁରବୀ
ସ୍ଥାନୀୟ ଲୋକ ଠା ବଢ଼ୁ କହିଲେ
ହିଁ ଖାଇବା ପିଇବା କାମ ଆରମ୍ଭ
ହେବ । ଭୋଜି ସମୟରେ ସମସ୍ତ ଆନୁସଙ୍ଗିକ
କାମ,
ଯଥା
ଲୋକଙ୍କୁ ତଲାସିବା,
ଠା
ବାଢ଼ିବା ବେଳେ ପଚାରିବା ଓ ଲୋଡ଼ିବା,
ମାଗିବା
ଇତ୍ୟାଦି ସମସ୍ତ କାମ ତେଲେଗୁ
ଭାଷାରେ ହିଁ ସମ୍ପାଦିତ ହେଉଥିଲା
। ମାତ୍ର ଏବେ କାଁଭାଁ ଦୋରା ଲୋକଙ୍କୁ
ତେଲେଗୁ ଭାଷା ଭଲଭାବରେ ଜଣା ।
ଆଗରୁ ତେଲେଗୁ ବ୍ରାହ୍ମଣ ବିବାହ
ଓ ଦୁର୍ବଳ କାମ ତୁଲାଇବା ପାଇଁ
ଆସୁଥିଲେ । ମାତ୍ର ଅନେକ ଦିନ
ହେଲାଣି ଏ ପ୍ରଥା ଉଠିଗଲାଣି ଓ
ଓଡ଼ିଆ ବ୍ରାହ୍ଣଣମାନେ ହିଁ ଏସବୁ
କର୍ମ ବର୍ତ୍ତମାନ ତୁଲାଉଛନ୍ତି
। ସେଥିଯୋଗୁଁ ଏବେ ତେଲେଗୁ
ଦୋରାମାନଙ୍କର ପ୍ରାୟତଃ ସବୁ
କର୍ମ ଓଡ଼ିଆଙ୍କ ଭଳି ଚଳିଲାଣି
। ହେଲେ ବାହାଘର ବେଳେ ହାତଗଣ୍ଠି
ସାଙ୍ଗକୁ ତେଲେଗୁମାନଙ୍କ ଭଳି
ବେକରେ ତାଳି ବା ମଙ୍ଗଳସୂତ୍ର
ବାନ୍ଧିବାର ଚଳଣି ଏ ପର୍ଯ୍ୟନ୍ତ
ଲୋପ ପାଇନାହିଁ ।
(ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ 'ଛୋଟ ମୋର ଗାଁଟି’ରୁ ସଙ୍ଗୃହିତ)
No comments:
Post a Comment