ସନ୍ଥ କବି ଭୀମଭୋଇ ଭଜନ - ଦେଖ ମୁଁ ଯାଉଛି ସରି
ଗାୟକ - ସିକନ୍ଦର୍ ଆଲମ୍
ଏକ ପାଦ ବିନ୍ଦ ଧ୍ୟାୟୀ ଜୀବନ୍ତେ ଅଛି ନ ମରି ।୧।
ଦେଖ ମୁଁ ଯାଉଛି ସରି କ୍ଷୀରୋଦ ସିନ୍ଧୁ ବେହାରୀ ।
ଏଡେ ବଡ ପ୍ରଭୁ ଥାଇ ନିରେଖ ହେଉଛି ମୁହିଁ
ଚାତକ ପରାଏ ଚାହିଁ ଶ୍ରୀଗୁରୁଙ୍କୁ ଅନୁସରି ।୨।

ସମୁଦ୍ର ପରାଏ ଆଶା ମନରେ କରି ଭରସା
ଫେଡ ମୋ ଅଖିଳ ଦଶା ଅନ୍ତର୍ଗତେ ଦୟା କରି । ୩।

ଗଳାରେ ବାନ୍ଧି ବନ୍ଧନ ଦନ୍ତରେ ଧରି ତିରଣ
ପାଦେ ପଶୁଛି ଶରଣ ବେନି ହସ୍ତ ଯୋଡି କରି ।୪।

ଶ୍ରୀଗୁରୁ ଯେମନ୍ତେ ସତ ରଖିବ ମାନମହତ୍ତ୍ୱ
ଶ୍ରୀଗୁରୁ ଯେମନ୍ତେ ସତ ରଖିବ ମାନମହତ୍ତ୍ୱ
ଭଣେ ଭୀମ ଅରକ୍ଷିତ ନିଶ୍ଚୟେ ମୁଁ ଯିବି ତରି । ୫।

No comments:
Post a Comment