ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୮
ଶ୍ଲୋକ
ଭେଦଭାବନାତ୍ ସୋଽହମିତ୍ୟସୌ ।
ଭାବନାଽଭିଦା ପାବନୀ ମତା ।।
ପଦ ଚ୍ଛେଦ
ଭେଦଭାବନାତ୍ - ଭେଦଯୁକ୍ତ ଧ୍ୟାନଠାରୁ
ସଃ - ସେ
ଅହମ୍ - ମୁଁ
ଇତି - ଅଟେ
ଅସୌ - ଅଟେ
ଭାବନା - ଭାବନା
ଅଭିଦା - ଅଭେଦ
ପାବନୀ - ପବିତ୍ର
ମତା - ଶ୍ରେଷ୍ଠ
ପଦ୍ୟାନୁବାଦ
ଭେଦ ଭାବନା ଯୁକ୍ତ ଧ୍ୟାନ,
ତା'ଠାରୁ ଅଟଇ ପାବନ,
'ମୁଁ ହି ସେ' ଏହି ଯେ ବିଚାର;
ନିଶ୍ଚିତ ସବୁଠୁଁ ଅପାର ।
No comments:
Post a Comment