ରାଇରଙ୍ଗପୁରରେ
ପ୍ରାଥମିକ
ପାଠ
 |
୧୯୦୧ ମସିହାରେ ପ୍ରକାଶିତ ଇମ୍ପେରିଆଲ ଗାଜେଟିଅରରେ ମୟୁରଭଞ୍ଜ ରାଜ୍ୟ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ସୌରୀନ୍ଦ୍ର
ବାବୁଙ୍କ
ବାପାଙ୍କର
ନାମ
ଦୈତାରି
ବାରିକ
।
ଘର
ମୟୁରଭଞ୍ଜ
ରାଜ୍ୟର
ଅମରଦା
।
ସ୍ୱାଧୀନତା
ପୂର୍ବର
ବି.ଏ.,
ପୋଖତ
ଶିକ୍ଷକ
ଆଉ
ବାରିପଦା
ଉଚ୍ଚ
ବିଦ୍ୟାଳୟର
ପ୍ରଥମ
ସ୍ଥାନୀୟ
ହେଡ଼ମାଷ୍ଚର
।
୧୯୪୧
ମସିହାରେ
ଯେତେବେଳେ
ସୌରୀନ୍ଦ୍ର
ବାବୁଙ୍କୁ
ମାତ୍ର
ତିନି
ବର୍ଷ
ହୋଇଥାଏ,
ସେତେବେଳେ
ଦଇତାରି
ବାବୁଙ୍କର
ବଦଳି
ହେଲା
ରାଜ୍ୟର
ଉପାନ୍ତ
ଅଞ୍ଚଳ
ରାଇରଙ୍ଗପୁରକୁ,
ସେଠାରେ
ଗୋଟିଏ
ଉଚ୍ଚ
ବିଦ୍ୟାଳୟ
ସ୍ଥାପନ
କରିବା
ପାଇଁ
।
ସେତେବେଳକୁ
ସୌରୀନ୍ଦ୍ର
ବାବୁଙ୍କର
ଅକ୍ଷର
ଶିକ୍ଷାର
ବୟସ
ହେଲାଣି
।
ନାଁ
ଲେଖା
ହେଲା
କୁଚେଇବୁଢ଼ିର
ଗୋଟିଏ
ନିମ୍ନ
ପ୍ରାଥମିକ
ଇସ୍କୁଲୁରେ
।
ବିଦ୍ୟାଳୟଟିର
ଘରଟି
ପକ୍କା
।
ହେଲେ
ସେତେବେଳ
ପର୍ଯ୍ୟନ୍ତ
ଓଡ଼ିଶାର
ଅଧିକାଂଶ
ଅଞ୍ଚଳରେ
ଶୂନଛାତର
ପ୍ରଚଳନ
ନ
ଥିଲା
।
ଇସ୍କୁଲ
ଘରଟିର
ଥିଲା
ଖପର
ଛାତ
।
କୁଚେଇବୁଢ଼ି
ନିମ୍ନ
ପ୍ରାଥମିକ
ବିଦ୍ୟାଳୟଟିର
ସମ୍ମୁଖ
ଭାଗରେ
ଥିଲା
ଅନେକ
ଆକ୍ରାନ୍ତରେ
ନିଜର
ସାମ୍ରାଜ୍ୟ
ବିସ୍ତାର
କରିଥିବା
ଗୋଟିଏ
ବୟସ୍କ,
ବପୁବନ୍ତ
ବଟବୃକ୍ଷ;
ପଶ୍ଚାତ
ଭାଗରେ
ଏକ
ବିସ୍ତୀର୍ଣ୍ଣ
ପ୍ରାନ୍ତର
।
ଖେଳଛୁଟିରେ
ବରଗଛ
ମୂଳରେ
ଖେଳ
ଜମେ
।
କଙ୍କି
ଧରା
ହୁଏ
।
ପାଠ
ପଢ଼ାରେ
ମନ
ଲାଗେନି
ସୌରୀନ୍ଦ୍ର
ବାବୁଙ୍କର
।
ତାଙ୍କର
କ୍ଲାସ
ନେଉଥିଲେ
ସନାତନ
ମହାନ୍ତି
।
ଦୁଷ୍ଟ
ହେଇ
ପାଠ
ନ
ପଢ଼ିବାରୁ
ଦଇତାରି
ବାବୁ,
ମହାନ୍ତିଙ୍କୁ
ଅନୁରୋଧ
କଲେ
ପିଲାଟିକୁ
ଆସି
ଘରେ
ପଢ଼ାଇବା
ପାଇଁ
।
ଥରେ
ସନାତନ
ବାବୁ
ଘରକୁ
ଆସିଲା
ବେଳକୁ
ଅବାଧ୍ୟ
ଛାତ୍ର
ଧନୁଟିଏରେ
କାଠି
ଖଣ୍ଡିଏ
ଯୋଖି
ଅପେକ୍ଷା
କରିଥାଆନ୍ତି
ଶିକ୍ଷକଙ୍କର
।
ଶିକ୍ଷାଦାନ
ପରି
ଗର୍ହିତ
ଅପରାଧର
ଦଣ୍ଡ
ଭାବରେ
ମହାନ୍ତିଙ୍କୁ
ଶରରେ
ନାଛି
ଦେବା
ପାଇଁ
।
ଧନୁଟି
କର୍ଣ୍ଣବଧ
ନାଟକରେ
ଅଭିନୟ
କରୁଥିବା
ଅର୍ଜୁନଙ୍କର
।
ଅସ୍ତ୍ରଟି
କଳିଯୁଗର
ଅର୍ଜୁନଙ୍କ
ଠାରୁ
ସୌରୀନ୍ଦ୍ରଙ୍କ
ପାଖକୁ
କିପରି
ଆସିଲା,
ତାହା
କୁଳମାତା
ଗଙ୍ଗେ
ଜାଣନ୍ତି
।
ଶସ୍ତ୍ର
ଦେଖି
ମାଷ୍ଟ୍ର
ଯୋଗ୍ୟ
ଶିଷ୍ୟଙ୍କୁ
କୋଳାଇ
ନେଲେ
।
ସେଦିନ
ବିଦ୍ୟାଦାନ
ବନ୍ଦ
।
ସେଇ
ସ୍କୁଲରେ
ପଢ଼ୁଥିବା
ବେଳେ
ତାଙ୍କ
ମା’ଙ୍କୁ
ହଇଜା
ହୁଏ
।
ସେତେବେଳେ
ରାଇରଙ୍ଗପୁରରେ
ରୋଗ
ଓ
ବ୍ୟାଧିଜନିତ
ଜନହାନି
ଲାଗିରହିଥାଏ
।
ଦିନେ ଘରେ
କେହି
ନ
ଥାଆନ୍ତି
।
ଖାଲି
ମା’
ଓ
ପୁଅ
।
ସୌରୀନ୍ଦ୍ର
ବାବୁ
ବସି
ଖେଳୁଥାଆନ୍ତି
ତାଙ୍କ
ପାଖରେ
।
ମା’ଙ୍କୁ ଦୁଇ
ତିନି
ଥର
ଝାଡ଼ା
ବାନ୍ତି
ହେଲା
ପରେ
ସେ
ଆଉ
ପାଇଖାନା
ଯାଇ
ପାରିଲେନି
।
ଏତିକି
ବେଳେ
ଇସ୍କୁଲୁ
ପିଅନ
କୌଣସି
କାମରେ
ଆସି
ହେଡ଼ମାଷ୍ଟରଙ୍କର
ପତ୍ନୀଙ୍କର
ଏହି
ଅବସ୍ଥା
ଦେଖି
ହାଇସ୍କୁଲୁକୁ
ଲେଉଟାଣି
ଗଲେ
।
ଦଇତାରି
ବାବୁ
ତାଙ୍କ
ଶିଷ୍ୟ,
ଡାକ୍ତର
ପୁର୍ଥୁବାବୁଙ୍କୁ
ଧରି
ଧାଇଁ
ଆସିଲେ
।
ପଟାସ
ପାଣି,
ସାଲାଇନି
ଧରି
ଚିକିତ୍ସା
ଆରମ୍ଭ
ହେଲା
।
ଆଠଟା
ସୁଦ୍ଧା
ଝାଡ଼ା
ବାନ୍ତି
ବନ୍ଦ
ହୋଇଗଲା
।
ରାତି
ଏଗାରଟା
ବେଳକୁ
ପରିସ୍ରା
ହୋଇଗଲାରୁ
ଡାକ୍ତରଙ୍କ
ଅନୁସାରେ
ରୋଗ
ପୂରା
ଭଲ
ହୋଇଗଲା
।
ରାଇରଙ୍ଗପୁର
ଉଚ୍ଚ
ବିଦ୍ୟାଳୟରେ
ଥାଏ
ଚତୁର୍ଥ
ଠାରୁ
ଏକାଦଶ
ପର୍ଯ୍ୟନ୍ତ
ବିଦ୍ୟାଦାନର
ବ୍ୟବସ୍ଥା
।
ସ୍କୁଲଟିର ଥାଏ
ଗୋଟିଏ
ବିରାଟ
ପଡ଼ିଆ,
ଯେଉଁଥିର
ଗୋଟିଏ
ଭାଗରେ
ପିଲା
ଓ
ମାଷ୍ଟ୍ରଙ୍କ
ସାହାଯ୍ୟରେ
ପ୍ରଧାନ
ଶିକ୍ଷକ
ଦଇତାରି
ବାରିକ
ଆରମ୍ଭ
କରିଥାଆନ୍ତି
ଗୋଟିଏ
ଚମତ୍କାର
ପରିବା
ବାଡ଼ି
।
ବାଇଗଣ,
କୋବି,
ଶିମ୍ବ,
ବିଲାତି
ବାଇଗଣ ଓ ନାନା ପ୍ରକାରର ଶାଗ ଆଦି
ସବୁ ଚାଷ ହେଉଥିଲା ହେଡ଼ମାଷ୍ଟ୍ରଙ୍କ
ଉଦ୍ୟମ ଓ ତତ୍ତ୍ୱାବଧାନରେ,
ପିଲାଏ
ଗଣ୍ଡେ ଭଲରେ ଖାଇବେ ବୋଲି ।
ସୌରୀନ୍ଦ୍ର
ଇସ୍କୁଲୁରୁ
ଫେରିଲେ
ସାହିର
ପିଲାଙ୍କ
ସହିତ
ଏଇ ହାଇସ୍କୁଲୁ ପଡ଼ିଆରେ
ଖେଳ
ଜମେ
।
ସେହି
ଖେଳସାଙ୍ଗମାନଙ୍କ
ମଧ୍ୟରେ
ଥାଆନ୍ତି
ପର
ସମୟର
ପ୍ରସିଦ୍ଧ
ଗାଳ୍ପିକ
ରବି
ପଟ୍ଟନାୟକ
।
ଖେଳ
ବୋଇଲେ
-
ଆଲିବାବା,
ବାଟି
ଖେଳ
।
ସୌରୀନ୍ଦ୍ର
ସମସ୍ତଙ୍କଠୁ
ସାନ
।
ଅନ୍ୟମାନେ
ହାରିଗଲେ
ତାଙ୍କୁ
ହେଣ୍ଟେଇବାକୁ
-
ଅର୍ଥାତ
ଗୋଟିଏ
ଗୋଡ଼ରେ
ଡେଇଁ
ଡେଇଁ
ଯିବାକୁ
ପଡ଼େ
।
ଏଇମିତି
ଖେଳିଖେଳି
ଶ୍ରେଣୀରୁ
ଶ୍ରେଣୀକୁ
ଉତ୍ତୀର୍ଣ୍ଣ
ହେଇ
ସୌରୀନ୍ଦ୍ର
ନାମ
ଲେଖାଇଲେ
ବାପାଙ୍କ
ସ୍କୁଲରେ,
ଚତୁର୍ଥ
ଶ୍ରେଣୀରେ
।
ଏହି
ସମୟରେ
ଦ୍ୱିତୀୟ
ବିଶ୍ୱଯୁଦ୍ଧ
ଚାଲୁଥାଏ
।
ଭୀଷଣ
ତିରୋଟ
ଅବସ୍ଥା
।
ରାଇରଙ୍ଗପୁରରେ
ଓ
ସାରା
ମୟୁରଭଞ୍ଜରେ
ମକର
ସବୁଠାରୁ
ବଡ଼
ପରବ
।
ନୂଆ
ଲୁଗାପଟା
ଉତ୍ସବ
ପାଇଁ
ନ
ହେଲେ
ନ
ହୁଏ
।
ଏଣୁ
ମୟୁରଭଞ୍ଜର
ରାଜାସାହେବ
ଲୁଗାପଟାର
ବ୍ୟବସ୍ଥା
କରି
ଏସ୍.ଡ଼ି.ଓ.ଙ୍କ
ଦ୍ୱାରା
ବଣ୍ଟେଇବାର
ଉପକ୍ରମ
କରିଥାଆନ୍ତି
।
ମକର ଦିନ ଟୁସୁ ଠାକୁରାଣୀଙ୍କର
ପୂଜା । ଘରେ ଘରେ ପିଠା ଓ ମାଂସ
ତରକାରୀ । ବିଶେଷତଃ ମହାନ୍ତ
ସମ୍ପ୍ରଦାୟରେ ଚାଉଳଚୁନା ଓ ମାଂସରେ
ତିଆରି ‘ନେଟ’ ପିଠା । ପୂଜା ପରେ
ଭସାଣି ଉତ୍ସବଟି ଜମିଯାଏ ।
ଯୁଦ୍ଧ
ଯୋଗୁଁ ରାଇରଙ୍ଗପୁରର
ସରକାରୀ ଡାକ୍ତରଖାନା ପଡ଼ିଆରେ
ଥାଏ
ଗୋଟିଏ
ସୈନ୍ୟ ଛାଉଣୀ । ଏହା ସହିତ ପାଖରେ
ବାଙ୍ଗିରିପୋଷି ଘାଟିରେ ଥାଏ ଆଉ
ଗୋଟିଏ ତଥା
ଦଇତାରୀ ବାବୁଙ୍କ ଗାଁ ଅମର୍ଦ୍ଦା
ପାଖ ଅମର୍ଦ୍ଦା ରୋଡ଼ ଟେସନ ପାଖରେ
ତିସରା ଛାଉଣୀଟିଏ । ଏଇ ତିନି
ଜେଗାରେ ରହୁଥାଆନ୍ତି ଅନେକ ସୈନ୍ୟ,
ପ୍ରାୟତଃ
ଗୋରା । ଅମର୍ଦ୍ଦା ରୋଡ଼ ପାଖ
ଛାଉଣୀଟି ଥାଏ ଗୋଟିଏ ବାୟୁସେନା
ଘାଟି,
ଯେଉଁଥିରୁ
ଏକା ସାଙ୍ଗରେ ଆଠଟା ପର୍ଯ୍ୟନ୍ତ
ଉଡ଼ାଜାହାଜ ଯାଆସ କରିପାରୁଥିଲେ
। ଏହି ସୈନ୍ୟ ଆୟୋଜନର ଉପଲକ୍ଷ୍ୟ
ଥିଲା ପୂର୍ବ ଦିଗରୁ ସମ୍ଭାବ୍ୟ
ଜାପାନୀ ଆକ୍ରମଣକୁ ପ୍ରତିହତ
କରିବା । ରାଇରଙ୍ଗପୁରରୁ ଜାମସେଦପୁର
ଟାଟା ଇସ୍ପାତ କାରଖାନା ମାତ୍ର
ଷାଠିଏ ସତୁରି କିଲୋମିଟର ବାଟ ।
ସେଠା ଉପରେ ଜାପାନୀ ଆକ୍ରମଣର
ଯଥେଷ୍ଟ ସମ୍ଭାବନା ଥାଏ ।
ସେତେବେଳେ
ରାଇରଙ୍ଗପୁର-ଜାମସେଦପୁର
ରାସ୍ତା ଉପରେ ନିଇତି ଯାତାୟାତ
କରୁଥିଲେ ଶହଶହ ଯୁଦ୍ଧବାହାନ ।
ବେଳେବେଳେ ଟ୍ରାଫିକ ଜାମ ହୋଇ
ରାସ୍ତା ସେପାରି ଯିବାକୁ ଅନେକ
ସମୟ ଲାଗେ ପିଲାମାନଙ୍କୁ । ସେମାନେ
ରାସ୍ତା କଡ଼ରେ ଠିଆ ହୋଇ ଯିବାଆସିବା
କରୁଥିବା ସୈନିକମାନଙ୍କୁ ଇଂରାଜୀ
ଭି ଚିହ୍ନ (‘ଭି
ଫର୍ ଭିକ୍ଟରି’ -
‘ବିଜୟ
ପାଇଁ ଭି ଚିହ୍ନ’)
ଆଙ୍ଗୁଠିରେ
ଦେଖାଇଲେ ସେମାନେ ପିଲାଙ୍କ ଆଡ଼କୁ
ଚକଲେଟ ଓ ବିସ୍କୁଟ ପ୍ୟାକେଟ
ଇତ୍ୟାଦି ଛାଟି ଦିଅନ୍ତି ।
ସୌରୀନ୍ଦ୍ର ଆଦି ପିଲାଏ ଭାବନ୍ତି,
ଆହା,
ଯୁଦ୍ଧ
ଏମିତି ଚାଲୁଥାଆନ୍ତି କି,
ଯାହା
ଫଳରେ ଚକଲେଟେ ଓ ବିସ୍କୁଟୁର ଏଇ
ବରଷା ଓ ବନ୍ୟା ନିରନ୍ତର ଜାରି
ରହନ୍ତା ।
ସେତେବେଳେ
ରାଇରଙ୍ଗପୁର ହାଇସ୍କୁଲରେ ଜଣେ
ସଂସ୍କୃତ ଶିକ୍ଷକ ଥାଆନ୍ତି ବୀର
ହନୁମାନ ଶାସ୍ତ୍ରୀ । ପୁରୀ ସହରରେ
ଘର,
ସଂସ୍କୃତରେ
ସ୍ନାତକୋତ୍ତର । ସେ ଥାଆନ୍ତି
ବିଦ୍ୟାଳୟଟିରେ ନାଚ,
ଗୀତ
ଓ ନାଟକ ଇତ୍ୟାଦିର କାରପଟଦାର ।
ସୌରୀନ୍ଦ୍ର ବାବୁଙ୍କ ବଡ଼ ଭାଇ
ଭେରାଇଟି ସୋ ଆଦିରେ ଶାସ୍ତ୍ରୀଙ୍କ
ଠାରୁ ଶିଖି ଗୀତ ଗାଆନ୍ତି । ସାନ
ଭାଇ ସୌରୀନ୍ଦ୍ର ଶିଖନ୍ତି ବଡ଼
ଭାଇଙ୍କଠୁ । ଆଉ ନିଜ ପିଲାଳିଆ
କଣ୍ଠରେ ଖନେଇ ଖନେଇ ଗାଆନ୍ତି ।
ସେ ମଧ୍ୟରୁ କିଛି ଗୀତ ହେଲା -
‘ସୁଖ
ହେଲା ନାହିଁରେ ନାହିଁ ରେ /
ନାହିଁରେ
ମୋର ଭାଗ୍ୟ ଦୋଷେ/
କିଏ
ଖାଏ ପୁଣି ରାବିଡ଼ି/
ମୋ
କପାଳେ ଶୁଖିଲା ମୁଢ଼ି/
ଖାଲି
ଚୁବେଇ ଚୁବେଇ ମରେରେ/
ମୋ
ଭାଗ୍ୟ ଦୋଷେ/’
‘ଛି
ଛି ଛି ଛି ରେ ଭାଇ ହୋଟେଲ ଖାନା/’
‘ଲୁଚି
ନନ୍ଦିନି,
ଘୃତ
ଭାଜିନି/
ବସ
ମା’ ଏ କଂସା ବାସନରେ/
ବହଳ
ଶିରାରେ ପାଦ ଧୋଇ ଦେବି/
ପ୍ରବେଶ
ମା’ ଏ ମୁଖ ମନ୍ଦିରେ/’
ରାଇରଙ୍ଗପୁରକୁ
ସେଇ ସମୟରେ ବାରିପଦାରୁ କେ.ଏମ୍.ବି.ଏମ୍.
ଟକିଜର
ଭ୍ରାମ୍ୟମାଣ ଦଳ ଆସି ଚାନ୍ଦୁଆ
ଓ ତମ୍ବୁ ପକାଇ ‘ହଣ୍ଟରୱାଲି’ ଓ
‘ନମସ୍ତେ’ ଆଦି ବହି ଦେଖାଏ ।
ଏହି
ଚଳଚିତ୍ରଗୁଡ଼ିକୁ ବାରିକ ପରିବାରର
ପିଲାଏ ଦେଖିଯିବା ବାରଣ ଥାଏ ।
ହେଲେ ଯେତେବେଳେ ବଜାରକୁ ମୋହନ
ସୁନ୍ଦର ଗୋସ୍ୱାମୀଙ୍କର ଥିଏଟର
ଆସେ,
ସେତେବେଳେ
ଗୋସ୍ୱାମୀ ମହାଶୟ ନିଜେ ଆସି ପାସ
ଦେଇ ଯାଆନ୍ତି । ସୌରୀନ୍ଦ୍ର ବାବୁ
ବାପାଙ୍କ ସହ ଯାଇ କୃଷ୍ଣଲୀଳା
ଦେଖନ୍ତି । ସେତେବେଳକୁ ତାଙ୍କର
ଜିଭ ଅଗରେ ଛାନ୍ଦ ଓ ଚମ୍ପୂ ଇତ୍ୟାଦି
ଥାଏ,
ବାପାଙ୍କଠୁ
ଶିଖି । ଥରେ ଯାତ୍ରା ଚାଲିଥିଲା
ବେଳେ ଗାୟକ ଜଣକ ପ୍ରବନ୍ଧ ଟିକେ
ପ୍ରମାଦପୂର୍ଣ୍ଣ ଭାବରେ ଗାଇଲାରୁ
ପିଲା ହୋଇଥିଲେ ବି ସୌରୀନ୍ଦ୍ର
ଭୁଲ ଧରିଲେ । ଗୋସ୍ୱାମୀ ଆଜ୍ଞା
ଖୁସି ହୋଇ ଛୁଆଟିକୁ କୋଳେଇ ନେଲେ
।
ରାଇରଙ୍ଗପୁର
ଇସ୍କୁଲୁରେ ପାଠପଢ଼ା ବାଟେ
ପାଠପଢ଼ା ଚାଲିଥାଏ । ଇଆଡ଼େ
ବାପାଙ୍କ କୋଳରେ,
ପଡ଼ିଆରେ,
ଭାଇଙ୍କ
ପାଖରେ ଭବିଷ୍ୟତର ସାହିତ୍ୟାନୁରାଗୀ
ଦରଦି କବି ମନର ମୂଳଦୁଆ ମଧ୍ୟ
ପଡ଼ୁଥାଏ । ଏମିତି ଏକ ସେପିଆ
ଟୋନ୍ରେ ସୌରୀନ୍ଦ୍ର ବାବୁଙ୍କର
ପିଲାଦିନ କଟୁଥିବା ବେଳେ ଦଇତାରି
ବାବୁଙ୍କର ୧୯୪୭ ମସିହାରେ ବଦଳି
ହୁଏ ବାରିପଦା । ସୌରୀନ୍ଦ୍ରଙ୍କର
ଜୀବନରେ ଫିଟେ ଆହୁରି ଗୋଟିଏ
ଅଧ୍ୟାୟ ।
(ଏହି
ଲେଖାଟି
ସୌରୀନ୍ଦ୍ର
ବାରିକଙ୍କର
ଆତ୍ମଜୀବନୀ
‘ବାଟ
ଚାଲୁ
ଚାଲୁ’ରୁ
ସଙ୍ଗୃହିତ
।
ବହିଟିର
ପ୍ରଥମ
ସଂସ୍କରଣ
ଶ୍ରୀ
ବାରିକଙ୍କର
ଅବର୍ତ୍ତମାନରେ
୨୩
ଫେବୃଆରୀ,
୨୦୧୮ରେ
ଭୁବନେଶ୍ୱରସ୍ଥ
ପ୍ରକାଶନ
ସଂସ୍ଥା
‘ସୃଜନ’
ଦ୍ୱାରା
ପ୍ରକାଶିତ
।)