Sunday, June 11, 2017

ପର୍ବତରେ ଧର୍ମୋପଦେଶ - ୧୫


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନନ୍ତର ପାରି ହୋଇ ସେ ଗାଦରୀୟ ଦେଶରେ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ଲୋକ କବରସ୍ଥାନରୁ ବାହାରି ତାହାଙ୍କ ସାଙ୍ଗରେ ଦେଖା କଲେ । ସେମାନେ ଏପରି ଭୀଷଣ ଥିଲେ, ଯେ ସେହି ବାଟ ଦେଇ କେହି ଯାଇ ପାରୁ ନ ଥିଲେ । ଆଉ ଦେଖ, ସେମାନେ ଉଚ୍ଚସ୍ୱରରେ କହିଲେ, ହେ ଇଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭ ସଙ୍ଗରେ ଆମ୍ଭମାନଙ୍କର କି ସମ୍ପର୍କ ? ତୁମ୍ଭେ କି ନିରୂପିତ ସମୟ ପୂର୍ବରୁ ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବାକୁ ଆସିଅଛ ? ସେ ସମୟରେ କିଛି ଦୂରରେ ପଲେ ଘୁଷୁରି ଚରୁଥିଲେ । ତହିଁରେ ଭୂତମାନେ ବିନତି କରି ତାହାଙ୍କୁ କହିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଏହି ଘୁଷୁରି ପଲରେ ଆଶ୍ରୟ ନେବାକୁ ଅନୁମତି ଦିଅ । ସେ କହିଲେ, ଯାଅ ; ତେଣୁ ସେମାନେ ବାହାର ହୋଇ ଘୁଷୁରି ପଲରେ ଆଶ୍ରୟ ନେଲେ ; ଆଉ ଦେଖ ! ସମସ୍ତ ଘୁଷୁରି ଗଡ଼ନ୍ତି ସ୍ଥାନ ଦେଇ ଅତି ବେଗରେ ଧାଇଁ ସମୁଦ୍ରରେ ବୁଡି ମଲେ । ପୁଣି ରକ୍ଷକମାନେ ପଳାଇ ନଗର ମଧ୍ୟରେ ଉପସ୍ଥିତ ହୋଇ ସମସ୍ତ ଘଟଣା ଏବଂ ଭୂତଗ୍ରସ୍ତ ଲୋକଙ୍କ ପ୍ରତି କଣ ଘଟିଲା, ତାହା ମଧ୍ୟ କହିଲେ । ଆଉ ଦେଖ ! ନଗରର ସମସ୍ତ ଲୋକ ଯୀଶୁଙ୍କ ସଙ୍ଗରେ ଦେଖା କରିବାପାଇଁ ବାହାରକୁ ଆସିଲେ ; ପୁଣି ତାହାଙ୍କୁ ଦେଖି ସେମାନଙ୍କ ଅଞ୍ଚଳରୁ ପ୍ରସ୍ଥାନ କରିବାକୁ ବିନତି କଲେ ।  

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, June 10, 2017

ଅକ୍ଟାଭିଓ ପାଜ୍‌ ଙ୍କର କବିତା 'ବିରତି'


ଅନୁବାଦ - ଗୋର୍ବାଚୋଭ୍


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସେମାନେ ଆସିଛନ୍ତି,
କିଛି ଚଢ଼େଇ ଆଉ–
ଗୋଟେ ତାମସ ଚିନ୍ତା ।

ଗଛର ମର୍ମର,
ଟ୍ରେନ୍‌ ଏବଂ ଇଞ୍ଜିନ୍‌ର ଘର୍ଘର,
ମୁହୂର୍ତ୍ତଟିଏ ଆସୁଛି ନା ଯାଉଛି ?

ସୂର୍ଯ୍ୟର ନୀରବତା– ବିଳାପ ଏବଂ ହସ;
ଉଭୟଙ୍କୁ ଭେଦ କରେ,
ତା’ ବର୍ଚ୍ଛା ବିଦ୍ଧ ହୁଏ ଶିଳା ଭିତରକୁ;
ଶିଳା ଚିତ୍କାର କରେ ।

ହୃଦୟ-ସୂର୍ଯ୍ୟ, କମ୍ପିତ ଶିଳା,
ରକ୍ତ ଶିଳା ଯା’ ପାଲଟି ଯାଏ ଗୋଟିଏ ଫଳ:
କ୍ଷତ ଗଭୀର ହୁଏ,
ମୁକୁଳା ହୁଏ ବିନା ଯନ୍ତ୍ରଣାରେ ।

ମୋ’ ଜୀବନ,
ଜୀବନ ସହ ତାଳ ଦେଇ– 
ବହି ଚାଲେ, ବହି ଚାଲିଥାଏ ।।

[ପିଏର୍‌ ରେଭର୍ଦିଙ୍କ ସ୍ମୃତିରେ । ରେଭର୍ଦି ଜଣେ ଚର୍ଚ୍ଚିତ ଫରାସୀ କବି ଥିଲେ ଏବଂ ତାଙ୍କରି ସୃଜନ ସମୂହ ପରବର୍ତ୍ତୀ ସମୟରେ “ସରିଆଲିଜିମ୍‌”, “ଦାଦାଇଜିମ୍‌” ଓ “କ୍ୟୁବିଜିମ୍‌" ଭଳି କଳା ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇଥିଲା ।]

Friday, June 09, 2017

ମହିମା ଭକ୍ତି କବିତା - 'ଭଜ ଅବର୍ଣ୍ଣ ରୂପକୁ'



ସନ୍ଥ କବି ଭୀମ ଭୋଇ


ହମ୍ପିର ପ୍ରସ୍ତର ଦୁଆର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭଜ ଅବର୍ଣ୍ଣ ରୂପକୁ

ବର୍ଣ୍ଣି ନାହାନ୍ତି ଯୋଗୀଏ ଅବର୍ଣ୍ଣିକା ପୁରୁଷକୁ । ଘୋଷା ।

ସାରଳା ଯେ ସିଦ୍ଧମୁନି ବର୍ଣ୍ଣି ନ ପାରିଲେ ପୁଣି
ଅରୂପ ଅବ୍ୟୟ ନାମ ଚିହ୍ନି ଧର ତାଙ୍କୁ ।୧।

ନାରଦ ଅଗସ୍ତି ମୁନି କଣ୍ୱ କପିଳ ଏ ତିନି
ଯୋଗଧ୍ୟାନେ ମନ ଦେଇ ଦୃଶ୍ୟ ନ ପାଇଲେ ଯା’ଙ୍କୁ ।୨।

ବ୍ରହ୍ମାଏ କରିଣ ଧ୍ୟାନ ନ ପାଇଲେ ଯନ୍ତ୍ର ଶୂନ୍ୟ
ଚାରିବେଦରେ ଲୋଡିଲେ ଅଭୟ ବ୍ରହ୍ମ ପାଦକୁ ।୩।

ଚାରିବେଦେ ନାହିଁ ସେହୁ ଲୋଡିଲେ ପାଇବେ କାହୁଁ
ଛଡବେଦ ନ ଭେଟନ୍ତି ଅବର୍ଣ୍ଣିକା ପୁରୁଷକୁ ।୪।

ଏ ଦେହରେ ରହିଅଛି ଚିହ୍ନି ଧର ଧର ବାଛି
ଯେ ଚିହ୍ନି ପାରିବ ତାଙ୍କୁ ରହିବ ଚାରିଯୁଗକୁ ।୫।

ଭଣିଲେ ସେ ଭୀମକନ୍ଧ ଖୋଜୁଅଛି ସ୍ୱାମୀପଦ
ପାଉ ନାହାନ୍ତିଟି ଅନ୍ତ ଅନାମିକା ପୁରୁଷକୁ ।୬।

Thursday, June 08, 2017

ଲଣ୍ଡନ : ପୃଥିବୀର ସବୁଠାରୁ ବଡ଼ ସହର


ଗୋପୀନାଥ ମହାନ୍ତି 


୧୫୯୩ ମସିହାର ଲଣ୍ଡନର ମାନଚିତ୍ର
ମାନଚିତ୍ରକାର - ଜନ୍ ନର୍ଡ଼େନ୍ (୧୫୪୭-୧୬୨୫)
ଚିତ୍ର କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବିଲାତର ରାଜଧାନୀବ୍ରିଟି ସାମ୍ରାଜ୍ୟର କେନ୍ଦ୍ର ଲଣ୍ଡନ ପୃଥିବୀର ସବୁଠାରୁ ବଡ଼ ସହର । ତାର ଲୋକ ସଂଖ୍ୟା ଅଶୀ ଲକ୍ଷ ଅର୍ଥାତ ଦେଢ଼ ଶହଟି କଟକ ମିଶିଲେ ଯେତିକି ସେତେ । ଲଣ୍ଡନର ଧନ ଦଉଲତ ପ୍ରାୟ ଆଠ ହଜାର କୋଟି ଟଙ୍କା । ଲଣ୍ଡନ ସହରରେ ବାର ଲକ୍ଷରୁ ବେଶୀ ମଟର ଗାଡ଼ି ଅଛି । ଏଠି ମଟର ଗାଡ଼ି ଦୁର୍ଘଟଣାରେ ଦିନକୁ ହାରାହାରି ଦଶ ଜଣ ଲୋକ ମରନ୍ତି ।

ଏହି ସହରଟି ବହୁ ପୁରାତନ ସହର । କେତେକଟି ପ୍ରଧାନ କାରଣରୁ ଏ ସହରଟି ଏତେ ବଡ଼ ହୋଇ ଉଠିଛି । ବିଲାତର ବଡ଼ ନଦୀ ଟେମସ୍ ନଦୀ ଉପରକୁ ଠିକ୍ ଯେତିକି ଦୁର ପର୍ଯ୍ୟନ୍ତ ବଡ଼ ବଡ଼ ଯାହାଜ ଯାଇ ପାରିବସେଠାରେ ଏ ସହର । ଅର୍ଥାତ ସେ ପାରିରୁ ଜିନିଷ ଆସିଲେ ଠିକ ଏଇ ସ୍ଥାନରେ ମାଲ ଉତାରି ଦେବ । ଆଉ ଉପରକୁ ଯାଇ ହେବନି । ଲଣ୍ଡନର ମୁହାଁମୁହିଁ ଠିକ୍ ସମୁଦ୍ର ଆର ପାଖେ ସ୍କେଲ୍ଟ ନଦୀର ମୁହାଁଣ । ଯେଉଁ ବାଟେ ଇଉରୋପ ମହାଦେଶ ଭିତରକୁ ବାଣିଜ୍ୟ ପଦାର୍ଥ ଯାଇ ପାରିବ ।

ଯଦି ଆମେ ପୂର୍ବ ଆଡ଼ୁ ଦେଖିଯିବା ତା ହେଲେ ପ୍ରଥମେ ଆଖିରେ ପଡ଼ିବ ଜାହାଜ ଆଉ ଅସଂଖ୍ୟ ଡ଼ଙ୍ଗା । ତାହା ତଳକୁ ସାମୁଦ୍ରିକ ଯୁଦ୍ଧ ବିଜ୍ଞାନ ଶିଖେଇବା ପାଇଁ ରୟାଲ ନ୍ୟାଭ୍ୟାଲ କଲେଜ ଅଛି । ଇଂରେଜ ଜାତିର ସବୁ ଉନ୍ନତିର ହେତୁ ହେଉଛି ନୌ ଶକ୍ତି । ଆଗକୁ ଅଛି ବିଖ୍ୟାତ “ଟାଉଆର୍ ବ୍ରିଜ୍” ପୋଲଯାହା ତଳେ ଅସଂଖ୍ୟ ଯାହାଜ ଓ ଡ଼ଙ୍ଗା ଯାତାୟାତ କରୁଛି । ବଡ଼ ଜାହାଜ ଗଲାବେଳେ ଏଠି ଗୋଟାଏ ଣ୍ଟା ବାଜେ । ଉପରୁ ସବୁଲୋକ ଚାଲିଗଲେ ପୋଲଟା ଦୁଇଭାଗ ହୋଇଯାଇ ଦୁଇପାଖେ ଆକାଶକୁ ହାତ ଟେକେତଳେ ବଡ଼ ଯାହାଜ ଚାଲିଯାଏ । ତା ପରେ ଦୁରକୁ ବିଲାତର ପାର୍ଲିମେଣ୍ ସଭାଗୃହ । ଏ ସ୍ଥାନର ଉତ୍ତରକୁ ଓ ପୂର୍ବକୁ ଅଛି ଇଷ୍ଟ୍-ଣ୍ଡ୍-ପଡ଼ାକେବଳ ଗରିବଙ୍କ ବସ୍ତି । ଏ ଞ୍ଚଳରକୁତ୍ସିତ ବିବତ୍ସତାଅନାହାରଦୁର୍ଭିକ୍ଷ ଓ ଦୁର୍ଭାଗ୍ୟ ଧନିକର ପ୍ରାସାଦ ଓ ବିଳାସ ସେ ପାଖେ କଳଙ୍କ ପରି ରହିଛି । ଏଠି ସବୁ ଅପରିସ୍କୃତ ଓ ଅସୁନ୍ଦର ।

ବ୍ୟାଙ୍କ ଅଫ ଙ୍ଗଲ୍ୟାଣ୍ଡ ଓ ସେ ଞ୍ଚଳର ପ୍ରାସାଦ ସବୁ ପୃଥିବୀର ବ୍ୟବସାୟର କେନ୍ଦ୍ର । ଦିନବେଳେ ସହସ୍ର ସହସ୍ର ଲୋକ ଏଠାକୁ ଆସନ୍ତି ।ନ୍ଧ୍ୟା ସମୟରେ ଏଠି ଶୂନଶାନ୍କେବଳ କେତେଟା ପାରାକେତେଟା ବିରାଡ଼ି ଓ କେତେ ଜଣ ପୁଲିସ୍ ଜଗୁଆଳି ମାତ୍ର ଥାଆନ୍ତି । ପୃଥିବୀରେ ଯେତେ ବଡ଼ ବଡ଼ ବ୍ୟବସାୟର କମ୍ପାନୀ ସବୁ ଅଛିସେମାନଙ୍କର ଏଠି ଶାଖା ଅଫିସ୍ ଅଛି । ଏଠି କୋଟି କୋଟି ଟଙ୍କାର କାରବାର ।

ତା ପରେ ପଡ଼ିବ ବିଖ୍ୟାତ ଲଣ୍ଡନ ପୋଲ । କାଳକ୍ରମେ ସହର ପଶ୍ଚିମକୁ ପଶ୍ଚିମକୁ ବଢ଼ୁଛି । ଷ୍ଟ୍ରାଣ୍ଡ୍ ରାସ୍ତାର ଦୁଇପାଖରେ ବଡ଼ ଦୋକାନଥିଏଟର ଓ ହୋଟେଲ । ଆଗକୁ ଗୋଟିଏ ଛକ ଉପରେ ନେଲସନ୍ ଙ୍କର ପ୍ରତିମୁର୍ତି,- ଟ୍ରାଫାଲଗର୍ ନୌ-ଯୁଦ୍ଧରେ ସେ ନେପୋଲିୟନ୍ ଙ୍କୁ ହରାଇଦେଇ ନିଜେ ମରିଥିଲେ । ଇଂରେଜ ଜାତି ଅତି କର୍ତ୍ତବ୍ୟପରାୟଣ । କର୍ତ୍ତବ୍ୟ ସମ୍ମୁଖରେ ଏମାନେ ଜୀବନକୁ ତୁଛ ମନେ କରନ୍ତି ।

ବ୍ରିଟିଶ୍ ମିଜିୟମ୍ ପୃଥିବୀର ଜ୍ଞାନ ବିଜ୍ଞାନର ଗନ୍ତାଘର । ଆହୁରି ଦୁରକୁ ଦିଶିବ ବଙ୍କିଙ୍ଗହ୍ୟାମ୍ ରାଜପ୍ରାସାଦ । ତା ସେପାଖକୁ ଅନେକ ପାର୍କ ବଗିଚା । ସହରର ଗହଳି କଳରବ ଓ କୋଠା ମଝିରେ ଏଗୁଡ଼ିକ ଗୋଟେ ଗୋଟେ ଶାନ୍ତିର ସ୍ଥାନ ।

ଏ ପାର୍କ ଗୁଡ଼ିକ ତିନି ଶହ ଚାରି ଶହ ମାଣ ଜମି ମାଡ଼ି ବସିଛି । ଗଛଲତାଫୁଲଝରଣା ଓ ପୋଖରିରେ ଏପରି ସଜା ହୋଇଛି ଯେ ନନ୍ଦନକାନନ ସ୍ୱର୍ଗରୁ ମର୍ତ୍ତ୍ୟକୁ ଛିଣ୍ଡି ପଡ଼ିଥିବା ପରି ଲାଗେ । ପୋଖରିରେ ହଂସ ଖେଳୁଛନ୍ତିଜଙ୍ଗଲରେ ମୟୁର ବୋବାଉଛି । ଚାରିଆଡ଼ ବଣ,ଅଥଚ ଚାରିଆଡ଼ ସୁନ୍ଦର । ଗୋଡ଼ ତଳେ ସାଉଁଳିଆ କଅଁଳ ଘାସର ଶେ । ଏଠାକୁ ଆସି ଏତେ ଲୋକଙ୍କ ହସ ହସ ଉଜ୍ଜଳ ମୁହଁ ଦେଖିଲେ ଲୋକ ଭୋକ ଶୋଷ ଭୁଲିଯିବ । ଏଠି ଖୋଲା ପବନ ମିଳେ ଆନନ୍ଦ ଓ ଫୁର୍ତ୍ତି କରାଯାଇପାରେ । ପାର୍କ ପୋଖରୀରେ ପଇସା ଦେଇ ପହଁରା ଯାଇପାରେ ଓ ନାଆ ଖେଳାଯାଇପାରେ ।

ଲଣ୍ଡନ୍ ସହରରେ ମାଟିତଳେ ସୁଡ଼ଙ୍ଗରେ ରେଳଗାଡ଼ି ଚାଲେତେଣୁ ଗହଳିକୁ ଡ଼ରି ଅନେକ ତଳ ରେଳ ବା ଟିଉବ୍ ରେଳଉଏରେ ଯାଆନ୍ତି । ଉପରେ ରାସ୍ତାରେ ଦୋତାଲା ଟ୍ରାମ୍ ଓ ବସ୍ ଚାଲୁଛି । ଦୁଇପାଖେ ଦଶତାଲା କୋଠା । ରବିବାର ଛଡ଼ା ଅନ୍ୟ ଦିନ କଚିରିକୁ ଗଲାବେଳେ ଓପାଞ୍ଚଟାରେ କଚେରିରୁ ଫେରିଲାବେଳେ ରାସ୍ତାରେ ଗାଡ଼ି ମଣିଷ ଖୁନ୍ଦି ହୋଇଯାଆନ୍ତି ।

ଲଣ୍ଡନ୍ ର ପୁଲିସ୍ ବାଲା ଉପରେ ଭାରି ଦାୟିତ୍ୱ । ପୃଥିବୀର ଅନ୍ୟ କୌଣସିଠାରେ ଏପରି ଧୁରନ୍ଦର ପୁଲିସବାଲା ନାହାନ୍ତି । ଏମାନେ ରାସ୍ତାରେ ଲୋକଙ୍କ ଆତଯାତ ଉପରେ ଜବତ ରଖିଥାନ୍ତି । ସାହେବମାନେ ଏପରି ଆଇନ ବାଧ୍ୟ ଲୋକ ଯେ ପୋଲିସବାଲା ରୋକିଦେଲେ କେହି ପାହୁଣ୍ଡେ ଯିବେ ନାହିଁତେଣେ ମୁହୁର୍ତ୍ତକ ଡେ଼ରିରେ ପଛେ ହଜାର ହଜାର ଟଙ୍କା ଲୋକସାନ ହେଉ ।

ଲଣ୍ଡନର ଆହୁରି ଗୋଟେ କଥା ଚିର ଦିନ ମନେ ରହେ । ସେ ହେଉଛି ଏ ସହରର ପରିଚ୍ଛନ୍ନତା । ରାସ୍ତା ଓ ଘର ଏପରି ପରିଛନ୍ନ ଯେସେଠି ଖଣ୍ଡେ କାଗଜ ସୁଦ୍ଧା ପାଇବ ନାହିଁ । ଏତେ ବଡ଼ ସହରଏତେ ଜନତାତଥାପି ଏତେ ପରିଷ୍କୃତ ପରିଚ୍ଛନ୍ନ ।

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

Wednesday, June 07, 2017

ମାର୍କସ୍ ଅରିଲସ୍ 


ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ତୃତୀୟ ଓ ଚତୁର୍ଥ ଅଧ୍ୟାୟ



ଷ୍ଟଇକ ଦାର୍ଶନିକ ଜିନୋଙ୍କର ମୂର୍ତ୍ତି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତୃତୀୟ ଅଧ୍ୟାୟ


ଯାହା ଦିବ୍ୟ, ତାହା ବିଧିନିର୍ଦ୍ଦିଷ୍ଟ । ପ୍ରକୃତିରେ, ଅର୍ଥାତ ଦଇବର ଅଧ୍ୟାଦେଶର ଗୂଢ଼ ବୁଣାଟରେ, ନିର୍ଘାତ ସଞ୍ଜୋଗଗୁଡ଼ିକର ମଧ୍ୟ ସ୍ଥାନ ଅଛି । ଦଇବ ହିଁ ସମସ୍ତ ପଦାର୍ଥର ପ୍ରବାହର ଉତ୍ସ । ଏହା ସହିତ ଆବଶ୍ୟକତା ତଥା ବ୍ରହାଣ୍ଡର ମଙ୍ଗଳ ଜଡ଼ିତ । ତୁମ୍ଭେ ନିଜେ ଏହି ଅଖିଳ ବିଶ୍ୱର ଅଂଶ । ଯାହା ସମଷ୍ଟିର ଧର୍ମ ଓ ଯାହା ତାହାକୁ ରକ୍ଷା କରେ, ତାହା ସମସ୍ତ ପ୍ରକାରର ବ୍ୟଷ୍ଟି ପାଇଁ ମଧ୍ୟ ମଙ୍ଗଳଦାୟକ । ସମସ୍ତ ବ୍ରହ୍ମାଣ୍ଡ ପରିବର୍ତ୍ତନ ଦ୍ୱାରା ହିଁ ରକ୍ଷିତ, ସେହି ବଦଳ ମୂଳଭୁତ ପଦାର୍ଥରେ ହେଉ, କିମ୍ବା ସେମାନେ ଗଢ଼ୁଥିବା ବୃହତ୍ତର ସଂରଚନାରେ ହେଉ । ଏହି ଅବଧାରଣାକୁ ତୁମ୍ଭେ ଦୃଢ଼ତାର ସହ ଧରି ରଖ, ଏହା ହିଁ ତୁମ୍ଭର ସିଦ୍ଧାନ୍ତ ହେଉ । ଗ୍ରନ୍ଥମାନଙ୍କ ପାଇଁ ନିଜର ତୃଷ୍ଣା ତୁମ୍ଭେ ପରିହାର କର । ତାହା ହେଲେ ତୁମ୍ଭର ମୃତ୍ୟ ସମୟରେ କୌଣସି ତିକ୍ତତା ଅବଶେଷ ରହିବ ନାହିଁ । ଓ ତୁମ୍ଭେ ମରଣକୁ ହୃଦୟରେ ଦେବତାମାନଙ୍କ ପାଇଁ ନିରୁତା କୃତଜ୍ଞତାର ସହ ସୁଶୋଭନ ଭାବରେ ଭେଟି ପାରିବ । 

ଚତୁର୍ଥ ଅଧ୍ୟାୟ


ନିଜର ଦୀର୍ଘସୂତ୍ରିତାର ନାନାଦି ବର୍ଷ, ତଥା ଦେବତାମାନେ କିପରି ତୁମ୍ଭ ଉପରେ ଯୁଗ ପରେ ଯୁଗ କୃପା କରିଚାଲିଛନ୍ତି, ଯାହାର ତୁମ୍ଭେ କେବେ ବିନିଯୋଗ କରିନାହଁ, ତାହାର  ସ୍ମରଣ କର । ବର୍ତ୍ତମାନ ଏହି ସମୟ ଉପସ୍ଥିତ ଯେ ତୁମ୍ଭେ ଯେଉଁ ବ୍ରହ୍ମାଣ୍ଡର ଅଂଶ, ସେହି ବିଶ୍ୱର ସତ୍ତ୍ୱ ଓ ତୁମେ ଯେଉଁ ନିୟନ୍ତ୍ରଣକାରୀ ଶକ୍ତିର ସନ୍ତାନ, ତାହାଙ୍କୁ ଅନୁଭବ କର । ଏକଥା ମଧ୍ୟ ଅନୁଭର କର ଯେ, ତୁମ୍ଭର ସମୟ ସୀମିତ । ଏହାକୁ, ଏଣୁ, ନିଜର ମୁକ୍ତି ପାଇଁ ବ୍ୟବହାର ନ କଲେ ଏହି କାଳ ଅତିବାହିତ ହେବ, କେବେ ଲେଉଟିବ ନାହିଁ ।

Tuesday, June 06, 2017

'ଯୁଗଳ ମିଳନ' ବା 'ଶ୍ରୀମତି ଶ୍ରୀପତି ବୃନ୍ଦାବନେ କେଳି' 

(ରାଗ - କାମୋଦ, ତାଳ - ଆଦି)


 ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=gBjX0xlENaY


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
 





ପିଲାଙ୍କ ପାଇଁ କବିତା - 'ଦୁଇ ଦାସ'


କବି - ଜଗନ୍ନାଥ ପ୍ରସାଦ ଦାସ



୧୯୦୭ ମସିହାର ବ୍ରିଟିଶ ଇଣ୍ଡିଆର ମାନଟିତ୍ରରେ ଓଡ଼ିଶା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଜାତି ପ୍ରେମ ବହ୍ନିରେ ଦେଲେ ଝାସ
ମିଷ୍ଟର ଦାସ;
ଦେଶ ମାଟିରେ ମିଶାଇ ଦେଲେ ପ୍ରାଣ
ଦାସ ଆପଣ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।