Friday, March 11, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ : ଶ୍ଲୋକ ୬୬ - ୭୨


ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ରୀଭଗବାନଉବାଚ


ନାସ୍ତି ବୁଦ୍ଦିରୟୁକ୍ତସ୍ୟ ନ ଚାୟୁକ୍ତସ୍ୟ ଭାବନା ।
ନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍ ।୬୬।

ଅଜିତେନ୍ଦ୍ରିୟ ଯେଉଁ ନର । ଭାବନା ହେବ କାହୁଁ ତାର ।।
ଚିନ୍ତା ନ କଲେ କାହିଁ ଶାନ୍ତି । ଶାନ୍ତି ବିହୀନେ ନାହିଁ ମୁକ୍ତି ।୬୬।

ଇନ୍ଦ୍ରିୟାଣାଂ ହି ଚରତାଂ ୟନ୍ମନୋଽନୁବିଧୀୟତେ ।
ତଦସ୍ୟ ହରତି ପ୍ରଜ୍ଞା ବାୟୁର୍ନାବମିବାମ୍ଭସି ।୬୭।

ସ୍ୱଇଚ୍ଛାଚାରୀ ଯେଉଁ ମନ । ପୁଣି ଯେ ଇନ୍ଦ୍ରିୟ ଅଧିନ ।।
ଯେମନ୍ତ ସମୁଦ୍ର ମଧ୍ୟରେ । ଘୁର୍ଣ୍ଣିତ ପ୍ରବଳ ବାତରେ ।।
ନିର୍ବୋଧ ନାବିକ ଅଧୀନ । ଯେସନେ ନାବ ଜଳମଗ୍ନ ।।
ତେସନ ମଗ୍ନ କରିଦିଏ । ପୁରୁଷ ପ୍ରଜ୍ଞାକୁ ବିଷୟେ । ୬୭।

ତସ୍ମାଦ୍ ୟସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । ୬୮।

ଇନ୍ଦ୍ରିୟ ବିଷୟ ନିବୃତ୍ତ । କାରଣେ ଯେବା ସମରଥ ।।
ଅଚଳା ପ୍ରଜ୍ଞା ତାର ଜାଣ । ସେ ସ୍ଥିତପ୍ରଜ୍ଞ ମହାଜନ ।୬୮।

ୟା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତ୍ତି ସଂୟମୀ ।
ୟସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ । ୬୯।

ଭୂତମାନଙ୍କ ଯେଉଁ ରାତ୍ରି ।  ଜ୍ଞାନୀଏ ଦିବସ ମଣନ୍ତି ।।
ଭୂତମାନଙ୍କ ଯେଉଁ ଦିବା । ଜ୍ଞାନୀଙ୍କ ରଜନୀ ମଣିବା । ୬୯।

ଆପୂର୍ୟ୍ୟମାଣମଚଳପ୍ରତିଷ୍ଠଂ ସମୁଦ୍ରମାପଃ ପ୍ରବିଶନ୍ତି ୟଦ୍-ବତ୍ ।
ତଦ୍-ବତ୍ କାମା ୟଂ ପ୍ରବିଶନ୍ତି ସର୍ବେ ସ ଶାନ୍ତିମାପ୍ନୋତି ନ କାମକାମୀ । ୭୦।

ଯେମନ୍ତେ ସକଳ ସରିତ । ସାଗରେ ହୁଅନ୍ତି ପତିତ ।।
ତେସନ ଭୋଗେଚ୍ଛା ସମୂହ । ଯାହାକୁ କରନ୍ତି ଆଶ୍ରୟ ।।
ଧନ୍ୟ ସେ ଲୋକ ଏ ସଂସାରେ । ନିଶ୍ଚୟ ମୁକ୍ତି ଲାଭ କରେ ।।
ଭୋଗାଭିଳାଷୀ ଯେଉଁ ବ୍ୟକ୍ତି । କେଭେ ସେ ନ ପାଏ ମୁକତି ।୭୦।

ବିହାୟ କାମାନ୍ ୟଃ ସର୍ବାନ୍ ପୁମାଂ ଶ୍ଚରତି ନିଃସ୍ପୃହଃ ।
ନିର୍ମ୍ମମୋ ନିରହଙ୍କାରଃ ସ ଶାନ୍ତିମଧିଗଚ୍ଛତି ।୭୧। 

ଅଭିଳାଷ ବସ୍ତୁମାନ ପରିତ୍ୟାଗ କରି । ସ୍ପୃହାହୀନ ପୁଣି ଯେବା ନୋହେ ଅହଙ୍କାରୀ ।।
ପୁଣି ଯେ ମମତା ଶୂନ୍ୟ ହୋଇ ମହାଭାଗ । ଭୋଗ୍ୟବସ୍ତୁ ସମୁଦାୟ କରେ ଉପଭୋଗ ।।
ନିଶ୍ଚୟ ଜାଣିବ ତୁମ୍ଭେ ଆହେ ବୀର ପାର୍ଥ । ସେହି ଲୋକ ମୁକ୍ତିଲାଭେ ହେବ ସମରଥ ।୭୧।

ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ।
ସ୍ଥିତ୍ୱାସ୍ୟାମନ୍ତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି ।୭୨।

ଆହେ ପାର୍ଥ ବ୍ରହ୍ମଜ୍ଞାନ ନିଷ୍ଠା ଏହିପରି । ଯେ ଯାଣେ ଏ ଜ୍ଞାନ ଯାଏ ଭବଜଳୁଁ ତରି ।।
କ୍ଷଣମାତ୍ରେ ଲଭେ ଯେହୁ ଅନ୍ତିମକାଳରେ । ପର‌ଂବ୍ରହ୍ମେ ଲୀନ ସେହି ହୁଏ ସହଜରେ ।୭୨।

ଇତିଶ୍ରୀ ମହାଭାରତେ ଶତସାହସ୍ର୍ୟାଂ ସଂହିତାୟାଂ ବୈୟାସିକାଂ ଭୀଷ୍ମପର୍ବଣି ଶ୍ରୀମଦ୍ଭଗବଦ୍-ଗୀତା ସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ୟୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ସାଂଖ୍ୟ ୟୋଗୋ ନାମ ଦ୍ୱିତୀୟୋଽଧ୍ୟାୟଃ ।


ତୃତୀୟୋଧ୍ୟାୟଃ 

କର୍ମ ୟୋଗଃ 


ଅର୍ଜୁନ ଉବାଚ 

ଜ୍ୟାୟସୀ ଚେତ୍ କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦ୍ଦନ ।
ତତ୍ କିଂ କର୍ମଣି ଘୋରେ ମାଂ ନିୟୋଜୟସି କେଶବ । ୧।

କର୍ମଠାରୁ ଜ୍ଞାନ ଶ୍ରେଷ୍ଠ ଏହା ଯେବେ ଜାଣ । ତେବେ କାହିଁ ପାଇଁ ମୋତେ ଆହେ ଜନାର୍ଦ୍ଦନ ।।
ସେହି ଭୟଙ୍କର କର୍ମେ କରୁଛ ନିଯୁକ୍ତ । କୃପା କରି ବୋଲ ମୋତେ ଏଥିର ବୃତ୍ତାନ୍ତ ।୧। 

ଜଗନ୍ନାଥ ଭଜନ - ପ୍ରଭୁ କି ସୁନ୍ଦର ଦିଶ


କବି - ଆର୍ତ୍ତ ଦାସ 


ଗାୟକ - ଭୁବନେଶ୍ୱରୀ ମିଶ୍ର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=XpAibVE7J6s







ଜଗନ୍ନାଥ ଭଜନ - ପତିତ ପାବନ ବାନା 


କବି - ଆର୍ତ୍ତ ଦାସ


ଗାୟକ - ସିକନ୍ଦର ଆଲମ୍ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=mpjuYhkO04Y









Thursday, March 10, 2016

ଜଗନ୍ନାଥ ଭଜନ - ମଣିମା ହେ ଏତିକି ମାଗୁଣି ମୋର 


କବି - ବନମାଳୀ ଦାସ 


ଗାୟକ - ଲତା ଘୋଷ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=qfoI2wbnHNE



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 





Wednesday, March 09, 2016

ଜଗନ୍ନାଥ ଭଜନ - ମାନ ଉଦ୍ଧାରଣ କର ହେ ତାରଣ 


କବି - ଉପେନ୍ଦ୍ର ଭଞ୍ଜ 


ଗାୟକ - ବାଣୀ ଜୟରାମ ଓ ବାଳକୃଷ୍ଣ ଦାସ 













Tuesday, March 08, 2016

ଜଗନ୍ନାଥ ଭଜନ - ନୀଳଚକ୍ରେ ହେ 


କବି - ଗୌରଚରଣ ଅଧିକାରୀ (୧୮୧୪ - ୧୮୯୦)


ଗାୟକ - ପ୍ରଫୁଲ୍ଲ କର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=jbUaTsd8Pcw








Monday, March 07, 2016

ଜଗନ୍ନାଥ ଭଜନ - କାହାକୁ ମୁଁ କରିବଇଁ ସାକ୍ଷୀ 


କବି - ସାନନ୍ଦ ଦ୍ୱିଜ 


ଗାୟକ - ନିର୍ମଳା ମିଶ୍ର 


ସଙ୍ଗୀତ - ଭିକାରି ବଳ 


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନସ୍ 

ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=iAm3yIL1Zho