Saturday, February 06, 2016
Friday, February 05, 2016
ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ (ଦ୍ୱିତୀୟ ଅଧ୍ୟାୟ : ଶ୍ଲୋକ ୫୯ - ୬୫)
ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି
![]() |
| ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଶ୍ରୀଭଗବାନଉବାଚ
ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନଃ ।
ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତ୍ତତେ ।୫୯।
ଇନ୍ଦ୍ରିୟମାନଙ୍କ ଯୋଗେ ବିଷୟ ଗ୍ରହଣ । କରି ନ ପାରଇ ସହଜରେ ଯେଉଁଜନ ।।
ସେହି ଦେହ ଅଭିମାନୀ ଅଜ୍ଞ ସ୍ୱଭାବରେ । କଦାଚ ବିଷୟ ବୋଧ କରି ଯେ ନପାରେ ।।
ସେମାନଙ୍କ ଅଭିଳାଷ ନୁହଇ ନିବୃତ୍ତ । ସ୍ଥିତପ୍ରଜ୍ଞ ସହଜରେ ହୁଅଇ ମୁକତ ।୫୯।
ୟତହୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।
ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ । ୬୦।
ଆହେ ପାର୍ଥ କ୍ଷୋଭଦାୟୀ ଇନ୍ଦ୍ରିୟ ସକଳ । ମୋକ୍ଷାର୍ଥି ମାନଙ୍କ ଚିତ୍ତ କରଇ ଆକୁଳ ।।
ତହୁଁ ସାବଧାନ ହୋଇଥିବ ଯେ ବିବେକ । ସେମାନେ ସ୍ୱଭାବେ ଯେଣୁ ବିକ୍ଷେପ କାରକ । ୬୦।
ତାନି ସର୍ବାଣି ସଂୟମ୍ୟ ୟୁକ୍ତ ଆସିତ ମତ୍ପରଃ ।
ବଶେ ହି ୟସ୍ୟେନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । ୬୧।
ଇନ୍ଦ୍ରିୟବଶ ଯେ ଲୋକର । ନିଶ୍ଚଳା ପ୍ରଜ୍ଞା ଯେ ତାହାର ।
ନିଶ୍ଚୟ ଜାଣିବ ଅର୍ଜୁନ । ସ୍ଥିତପ୍ରଜ୍ଞ ଯେ ସେହି ଜନ । ୬୧।
ଧ୍ୟାୟତେ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୂପଜାୟତେ ।
ସଙ୍ଗାତ୍ ସଞ୍ଜାୟତେ କାମଃ କାମାତ୍ କ୍ରୋଧାଽଭିଜାୟତେ । ୬୨।
ବିଷୟୀ ପୁରୁଷର ମତି । ବିଷୟେ ଜନ୍ମଇ ଆସକ୍ତି ।।
ଆସକ୍ତି ଠାରୁ ଅଭିଳାଷ । ତହିଁରୁ କ୍ରୋଧ ଯେ ବିଶେଷ । ୬୨।
କ୍ରୋଧାତ୍ ଭବତି ସମ୍ମୋହଃ ସମ୍ମୋହାତ୍ ସ୍ମୃତିବିଭ୍ରମଃ ।
ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି । ୬୩।
କ୍ରୋଧରୁ ହୁଏ ମୋହ ଜାତ । ମୋହରୁ ହୁଏ ସ୍ମୃତି ଭ୍ରାନ୍ତ ।।
ସ୍ମୃତି ବିଭ୍ରମୁ ବୁଦ୍ଧିନାଶ । ବୁଦ୍ଧିନାଶରୁ ସର୍ବ ଧ୍ୱଂଶ ।୬୩।
ରାଗଦ୍ୱେଷବିମୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍ ।
ଆତ୍ମବଶୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି । ୬୪।
ଆତ୍ମା ବଶୀଭୂତକାରୀ ଲୋକ ସହଜରେ । ରାଗଦ୍ୱେଷ ଶୂନ୍ୟ ବଶୀଭୂତ ଇନ୍ଦ୍ରିୟରେ ।।
ବିଷୟକୁ ଉପଭୋଗ କରି ମଧ୍ୟ ସେହି । ଅତି ସହଜରେ ଆତ୍ମ ପ୍ରସାଦ ଲଭଇ । ୬୪।
ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋପଜାୟତେ ।
ପ୍ରସନ୍ନଚେତସୋହ୍ୟାଶୁ ବୁଦ୍ଧିଃ ପର୍ୟ୍ୟବତିଷ୍ଠତେ । ୬୫।
ହେଲେ ଶାନ୍ତି ପ୍ରାପ୍ତ ସର୍ବ ଦୁଃଖ ହୁଏ ନାଶ । ଯେଣୁ ତାହା ବୁଦ୍ଧି ହୁଏ ଆତ୍ମାରେ ନିବେଶ । ୬୫।
Thursday, February 04, 2016
Wednesday, February 03, 2016
ଭଜନ - ଜଗବନ୍ଧୁ ହେ ଗୋସାଇଁ
କବି - ସାଲବେଗ
ଗାୟକ - ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=i8pMTbJzBNs
![]() |
| ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
Tuesday, February 02, 2016
ଭଜନ - ଚାଲ ସଖି ଆମ୍ଭେ ଦର୍ଶନ କରିବା
କବି - ସାଲବେଗ
ଗାୟକ - ସିକନ୍ଦର ଆଲମ୍
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=0bgNFKncgks
| ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
Monday, February 01, 2016
ଭଜନ - କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କବି - ସାଲବେଗ
ଗାୟକ - ଅକ୍ଷୟ ମହାନ୍ତି
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=NlatVl8IOfo
![]() |
| ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦ୍ରଶନ କରିବୁ କାହାଙ୍କୁ ।
ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ
ବିଜୟ କର ପ୍ରଭୁ ଚାପକୁ । ୧।
କୂଳ ବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା ଓଡ଼ିଶାକୁ ।୨।
ବଡ଼ ଦେଉଳୁ ବାହାରି ଶଗଡିରେ ବିଜେ କରି
ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ ।୩।
କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ
ଧିକ ଧିକ ଆମ୍ଭ ଜୀବନକୁ । ୪।
ଭଜନ - ଆହେ ନୀଳଗିରି
କବି - ସାଲବେଗ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=tYyQkofm_5A
![]() |
| ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
Subscribe to:
Posts (Atom)














