ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୦
ସଙ୍କଳନ - ସ୍ନେହଲତା ଷଡଙ୍ଗୀ
ଅଲିଭ ତେଲ (ୱିକିମିଡିଆ କମନ୍ସ୍) |
୪୬
ବିଲେଇ
ଆଖିବୁଜି ଦୁଧ ପିଉଛି ।
ଅର୍ଥ: ଅତି
ଚାଲାକିରେ କାମ କରି ଭାବିବା ଯେ
କେହି କିଛି ବୁଝିପାରୁ ନାହାନ୍ତି
।
୪୭
ଚୋର
ଘର ସବୁବେଳେ ଅନ୍ଧାର ନ ଥାଏ ।
ଅର୍ଥ: ଅପରାଧୀ
ଦିନେ ନା ଦିନେ ଧରାପଡେ଼ ସବୁବେଳେ
ଖସିଯାଇ ପାରିବ ନାହିଁ ।
୪୮
ଆଲୋ
ସଖୀ,
ଆପଣା
ମହତ ଆପେ
ରଖି ।
ଅର୍ଥ: ଦୁଷ୍ଟ
ଲୋକକୁ କିଛି ଉପଦେଶ ଦେବା ବା କିଛି
ସମ୍ପର୍କ ରଖିଲେ ନିଶ୍ଚେ ଅପମାନିତ
ହେବାର ଯଥେଷ୍ଟ ସମ୍ଭାବନା ଥାଏ
। ତେଣୁ ନିଜ ସମ୍ମାନ ଜଗି ସେମାନଙ୍କ
ଠାରୁ ଦୂରରେ ରହିବା ଉଚିତ ।
୪୯
ତେଲ
ତେଲୁଣି ହୋଇବେ ଏକାପିଡ଼ିଆ
ଖଣ୍ଡିକି ପାଣିକି ପକା ।
ଅର୍ଥ: ଦୁଇ
ଜଣଙ୍କ କଳହ ମଧ୍ୟରେ ମଧ୍ୟସ୍ଥତା
କରିବା ବିପଦଜନକ । ଶେଷକୁ କଳି
କରୁଥିବ ଦୁଇ ବ୍ୟକ୍ତି ତୁମ ଉପରେ
ସବୁ ଦୋଷ ଲଦି ଦେଇ ନିଜେ ଏକାଠି
ହୋଇଯିବାର ସମ୍ଭାବନା ଥାଏ ।
୫୦
ଭୋକ
ବିକଳରେ ତାଟିଆ କାମୁଡ଼ିବ ।
ଅର୍ଥ: ସ୍ୱାର୍ଥ
ହାସଲ ନ ହୋଇ ପାରିଲେ ରାଗିଯିବ ।
No comments:
Post a Comment