ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୬
ସଙ୍କଳନ - ସ୍ନେହଲତା ଷଡଙ୍ଗୀ
ଖଟୁଲିରେ ଧର୍ମଚକ୍ର ଓ କର୍ମପ୍ପା (ବୌଦ୍ଧଗୟାସ୍ଥ ଏକ ତିବ୍ବତୀୟ ମନ୍ଦିର) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
୨୬
ଦିଅଁ
ଖଟୁଲିରେ ରହିଲେ ପୂଜା
ପାଇବେ ।
ଅର୍ଥ: ନିଜେ
ନିଜ ସମ୍ମାନ ଜଗି ନ ଚଳିଲେ ବିନା
କାରଣରେ ଅପମାନିତ ହେବାର ସମ୍ଭାବନା
ଅଛି ।
୨୭
ଯେମିତି
ଦିଅଁକୁ ସେମିତି ପୂଜା,
ବାଲି
ଗିରିଡ଼ାକୁ ଚାଉଳ ଭଜା ।
ଅର୍ଥ: ମଣିଷ
ତା’ର ଯୋଗ୍ୟତା ଅନୁସାରେ ସମ୍ମାନ
ପାଏ ।
୨୮
ଦଳେଇ
ଆସିଲେ ମୂଳରୁ ଗାଆ ।
ଅର୍ଥ: ଦଳେଇ
ଅର୍ଥାତ୍ ସେନା ମୁଖ୍ୟ ଆସିଲେ
ପୁଣିଥରେ ଗାଇବା ଆରମ୍ଭ କର ।
ମାତ୍ର ସାଧାରଣତଃ ଗୋଟିଏ କଥାକୁ
ବାରମ୍ବାର ସମସ୍ତେ ଭୁଲିଯିବା
ହେତୁ ପୁଣି ବର୍ଣ୍ଣନା କରିବାରେ
ଦୁର୍ବ୍ୟବହାର କରାଯାଏ ।
୨୯
ବାନ୍ଧି
ମାଇଲେ ଯାହା
ଧରି
ମାଇଲେ ତାହା ।
ଅର୍ଥ: ଦୁଇ
ପାଖର କାମ ମାତ୍ର ଅର୍ଥ ଗୋଟିଏ ।
୩୦
ବିରି
ମାଡ଼ ଦେଖି କୋଳଥ ଚେପା ।
ଅର୍ଥ: ଅନ୍ୟ
ଜଣେ ଦୋଷ କରି ଦଣ୍ଡ ପାଉଥିବା ଦେଖି
ଅପରଟି କୌଣସି ଦୋଷ କାର୍ଯ୍ୟ ନ
କରିବା ବା ସତର୍କତା ଅବଲମ୍ବନ
କରିବା ।
No comments:
Post a Comment