ବିଶ୍ୱାସ: ଏକ ଲୋକତାତ୍ତ୍ୱିକ ଅବଧାରଣା - ୩
ସଞ୍ଜୟ କୁମାର ବାଗ
ଜାପାନର ଶିଣ୍ଟୋ ମତର ଉପାସକ ପ୍ରାର୍ଥନା କରୁଥିବାର ଦୃଶ୍ୟ (ୱିକିମିଡିଆ କମନ୍ସ୍) |
ବିଶ୍ୱାସର ସ୍ୱରୂପ, ଏବଂ ଏହାର ବିଭିନ୍ନ ଦିଗ
ଉପର୍ଯ୍ୟୁକ୍ତ
ବିଶ୍ୱାସଗୁଡିକୁ ଅଧାରକରି ଆମେ
ଏଠାରେ ଏଗୁଡିକର ସ୍ୱରୂପ ତଥା
ଏହାର ବିଭିନ୍ନ ଆୟାମ ସମ୍ପର୍କରେ
ଲୋକତାତ୍ତ୍ୱିକଦୃଷ୍ଟିରୁ ଆଲୋଚନା
କରିପାରିବା—
ବିଶ୍ୱାସର ସ୍ୱରୂପ
ବିଶ୍ୱାସର
ବିଭିନ୍ନସ୍ୱରୂପ ଆମେ ଦେଖିବାକୁ
ପାଇଥାଉ । କେତେବେଳେ ବିଶ୍ୱାସ
ଏକ ଘଟଣାପ୍ରକ୍ରିୟା ଭାବରେ ଆମ
ସାମ୍ନାକୁ ଆସିଥାଏ ତ କେତେବେଳେ
ଏହା କୌଣସି ଏକ ଘଟଣା ମଧ୍ୟରୁ ଜନ୍ମ
ନେଇଥାଏ । ଅନୁରୂପଭାବରେ,
ଅନେକ
ବିଶ୍ୱାସ ଆମର ସାମାଜିକ ରୀତିନୀତିଆଧାରିତ
ହୋଇଥାଏ । ସେହିପରି,
କେତେକ
ବିଶ୍ୱାସ ପ୍ରକ୍ରିୟାକୁ ଆମେ
ଗ୍ରହଣକରିନଥାଉ କିନ୍ତୁ ଆମର
ନିକଟତମ ସଦସ୍ୟ ଆମକୁ ସେପରି
କରିବାକୁ ପ୍ରରୋଚିତ କରିଥାନ୍ତି
। ବେଳେବେଳେ ଦେଖାଯାଏ ଯେ ଆମ
ଗୋଷ୍ଠୀରେ ଗୋଟିଏ ଘଟଣାପ୍ରତି
ସେମିତି କିଛି ଅବଧାରଣାନାହିଁ
ତଥାପି ଆମେ ଆମଭିତରେ ଏକ ନିର୍ଦ୍ଦିଷ୍ଟ
ଅବଧାରଣା ସୃଷ୍ଟିକରିବା ସହିତ
ତାହାକୁ ବିଶ୍ୱାସକରୁ;
ଆମର
ଶିକ୍ଷା,
ପରିବେଶ,
ତଥା
ପରିସ୍ଥିତିରୁ ଏହି ପ୍ରକାରର
ଅବଧାରଣା ଆମ ଭିତରେ ଦେଖାଯାଇଥାଏ
ଯାହାକୁ ‘ବିଶ୍ୱାସର
ବିକାଶ’ଭାବରେ
ଲୋକତତ୍ତ୍ୱରେ ଗ୍ରହଣକରାଯାଏ ।
ଅତଏବ,
ବିଶ୍ୱାସର
ବିଭିନ୍ନସ୍ୱରୂପକୁ ଏଠାରେ
ନିମ୍ନଭାବରେ ଆଲୋଚନା କରାଯାଇପାରେ—
ପ୍ରକ୍ରିୟା
କାଉ
ରାବିବା ଏକ ସ୍ୱାଭିବିକ ପ୍ରକ୍ରିୟା
। କିନ୍ତୁ ତାହାକୁନେଇ ଆମେ ବିଭିନ୍ନ
ଅବଧାରଣା ସୃଷ୍ଟି କରିଥାଉ ଯେ,
କିଛି
ଖବରଆସିବ,
କେହି
ଅତିଥି ଆସିବେ । ସେହିପରି,
ଅନେକ
ସମୟରେ ଆମେ କଥାବାର୍ତ୍ତା କଲାବେଳେ
ଝିଟିପିଟିଟିଏ ଟିକ୍ଟିକ୍ କରିବା
ମଧ୍ୟ ଏକ ସାଧାରଣ ପ୍ରକ୍ରିୟା;
କିନ୍ତୁ,
ଆମେ
ସେହି ପ୍ରକ୍ରିୟାରୁ ଆମର ପାରମ୍ପରିକ
ଅବଧାଣାକୁ ଆଧାରକରି ମନେକରିଥାଉ
ଯେ ଯାହାକୁହାଗଲା ତାହା ସତ ।
ଅତଏବ,
ଏହିପରି
ଅନେକ ସାଧାରଣ ଏବଂ ସ୍ୱାଭାବିକ
ପ୍ରକ୍ରିୟାରୁ ଆମେ ଆମର ବିଶ୍ୱାସ
ନିର୍ମାଣ କରିଥାଉ ।
ଘଟଣାକ୍ରମ
ଆମେ
ଯାତ୍ରା କଲାବେଳେ ରାସ୍ତାସାମ୍ନାକୁ
ବିଲେଇଟିଏ ଆସିବା ଏକ ଘଟଣାକ୍ରମ,
କିମ୍ବା
ଛୋଟଶିଶୁଟିଏ ରାତିରେ ଶୋଇବାଖଟରୁ
ପଡିଯିବା ଏକ ଦୁର୍ଘଟଣା ହୋଇାପାରେ
। ଅନୁରୂପଭାବରେ,
କୌଣସି
ଶୁଭକାର୍ଯ୍ୟବେଳେ ଛିଙ୍କ ଆସିବା,
ତେଲ
ଲଗାଇଲାବେଳେ ତେଲ ବୋତଲ ଗଡିଯାଇ
ତେଲ ମାଟିରେ ପଡିଯିବା ପ୍ରଭୃତି
ମଧ୍ୟ ଏକଏକ ଘଟଣା,
କିନ୍ତୁ
ଆମେ ଏଥିରୁ ଆମର ପାରମ୍ପରିକ
ଦୃଷ୍ଟିକୋଣରୁ ବିଭିନ୍ନ ଅବଧାରଣା
ସୃଷ୍ଟି କରିଥାଉ ଆଉ ସେସବୁକୁ
ବଳବତ୍ତର ରଖୁ । ଆମେ ଆମର ଦୈନନ୍ଦିନ
ଜୀବନର ନାନା ଘଟଣା-ଦୁର୍ଘଟଣାକୁ
ଆଧାରକରି ମଧ୍ୟ ବିଭିନ୍ନ ଅବଧାରଣାର
ବିକାଶ କରିଥାଉ ଯେପରି— କେହିକେହି
ଦୋକାନୀ ନିର୍ଦ୍ଦିଷ୍ଟ ଏକ ଗ୍ରାହକ
ପ୍ରଥମେ ବଇନିକଲେ ସେଦିନ ଭଲବେପାର
ହେବବୋଲି ଭାବିବା ।
ରୀତିନୀତି
ଆମର
ସାମାଜିକ ସାଂସ୍କୃତିକ ରୀତିନୀତିରେ
ଅନେକ ଅବଧାରଣା ପରମ୍ପରାକ୍ରମେ
ଚାଲିଆସିଛି,
ଏହାକୁ
ଆମେ ସହଜଭାବରେ ପ୍ରତ୍ୟାଖ୍ୟାନକରିବା
ସମ୍ଭବନୁହେଁ । ଜନ୍ମ-ମୃତ୍ୟୁ-ବିବାହ
ଅବସରରେ ପାଳନ କରାଯାଉଥିବା
ବିଭିନ୍ନ କ୍ରିୟାକର୍ମ ତଥା
ବିଭିନ୍ନ ପର୍ବପର୍ବାଣି ଅବସରରେ
ପାଳନ କରାଯାଉଥିବା ଅନେକ ନୀତିନିୟମଜନିତ
ଆମର ଅବଧାରଣା,
ଆମର
ବିଶ୍ୱାସକୁ ଆମେ ଉପେକ୍ଷା
କରିପାରିନଥାଉ । ଅତଏବ,
ଆମର
ସାମାଜିକ ରୀତିନୀତି,
ସାଂସ୍କୃତିକ
ପ୍ରକ୍ରିୟା ଆମଭିତରେ ଅନେକ
ବିଶ୍ୱାସ ସୃଷ୍ଟିକରିବାରେ ସହାୟକ
ହୋଇଥାଏ ।
ଆରୋପଣ
ବେଳେବେଳେ
ଦେଖାଯାଏ ଆମେ ଆମର ଶିକ୍ଷା ତଥା
ସ୍ୱ-ଅବଧାରଣାକୁନେଇ
ଅନେକ ପ୍ରକ୍ରିୟାକୁ ବିଶ୍ୱାସ
କରିବାକୁ ପ୍ରସ୍ତୁତନଥାଉ କିନ୍ତୁ
ଆମ ସମାଜ ତଥା ଆମ ପରିବାରର ନିକଟତମ
ସଦସ୍ୟ ଆମକୁ ସେସମ୍ପର୍କରେ
ବାରମ୍ବାର ପ୍ରରୋଚିତ କରିବା
ସହିତ ସେସବୁକୁ ବିଶ୍ୱାସ କରିବାକୁ
ଏକରକମ ବାଧ୍ୟକରିଥାନ୍ତି,
ଅନେକ
ସମୟରେ ଆମର ପରିବେଶ ଓ ପରିସ୍ଥିତି
ମଧ୍ୟ ଏଥିପାଇଁ ଆମକୁ ବାଧ୍ୟକରିଥାଏ
। ଉଦାହରଣସ୍ୱରୂପ,
ଅମାବାସ୍ୟା
ଏବଂ ପୂର୍ଣ୍ଣିମାଦିନ ଘରଛାଡି
ଦୂରସ୍ଥାନକୁ ଯାତ୍ରାକରିବା ଅଶୁଭ
। ଜଣେ ସଦସ୍ୟ ଏହାକୁ ଗ୍ରହଣକରିନପାରନ୍ତି
କିନ୍ତୁ ପରିବାରର ଅନ୍ୟମାନେ
ଏହାକୁ ବିଶ୍ୱାସକରୁଥିଲେ ସେମାନେ
ତାହାଙ୍କୁ କେବେବି ଯାତ୍ରାକରିବାକୁ
ଦେବେନାହିଁ । ଅନୁରୂପଭାବରେ,
ପଶ୍ଚିମ
ଓଡିଶାରେ ନୂଆଖାଇ ପୂର୍ବରୁ କେହି
ନୂଆଚାଉଳର ଭାତ ଖାଆନ୍ତିନାହିଁ,
ଏ
କ୍ଷେତ୍ରରେ ଜଣେ ଉଚ୍ଚଶିକ୍ଷିତ
ବୋହୂଟିଏ ନୂଆଚାଉଳ ରୋଷେଇକଲେ
ଅସୁବିଧା କ’ଣ ଭାବି
ଯଦି ସେପରି କରିବାକୁ ଯିବ ତେବେ
ପରିବାରର ଅନ୍ୟ ସଦସ୍ୟ କେବେ ବି
ତାହା କରିବାକୁଦେବେନାହିଁ ।
ଅତଏବ,
କିଛିକିଛି
ଅବଧାରଣା ଆମ ଉପରେ ଆମ ଗୋଷ୍ଠୀର
ଅନ୍ୟ ସଦସ୍ୟ ଆରୋପିତ ମଧ୍ୟ
କରିଥାନ୍ତି,
ଏବଂ
ଏହାକୁ ପ୍ରତ୍ୟାଖ୍ୟାନ କରିବା
ଅନେକ ସମୟରେ ସମ୍ଭବ ହୋଇ ନ ଥାଏ ।
ଆହରଣ
ବିଶ୍ୱାସର
ଆହରଣ ବା ପରିବେଶ ପରିସ୍ଥିତି ଓ
ପ୍ରସଙ୍ଗକ୍ରମେ ଅନୁରୂପ ନୂତନ
ବିଶ୍ୱାସର ବିକାଶ ଆମ ପାରମ୍ପରିକ
ଅବଧାରଣାରେ ଆମର ଶିକ୍ଷା ତଥା
ଅନ୍ୟଗୋଷ୍ଠୀ ଅନ୍ୟସଂସ୍କୃତିର
ଅନ୍ତଗ୍ରର୍ହଣକୁ ସୂଚାଇଥାଏ,
ତଥା
ଆମରଚିନ୍ତା ଆମର ନିର୍ଦ୍ଦିଷ୍ଟ
ଦୃଷ୍ଟିକୋଣଗତ ସ୍ୱ-ଅବଧାରଣାକୁ
ପ୍ରକାଶିତ କରିଥାଏ । ପ୍ରବନ୍ଧର
ପ୍ରାରମ୍ଭରେ ଧନତେରାସରେ ସୁନାକିଣିବା
ଏବଂ ଗୃହରେ ‘ଲାଫିଙ୍ଗ
ବୁଦ୍ଧ’ ରଖିବା କଥା
ଉଲ୍ଲେଖ କରାଯାଇଛି ଯାହା ଆମର
ଶିକ୍ଷା ତଥା ‘ଆହରିତ
ବିଶ୍ୱାସ’ର ପରିଚାୟକ
। ସେହିପରି,
ଶୁକ୍ରବାର
ଦିନ ସନ୍ତୋଷୀ ମାଆଙ୍କୁ ବିଶ୍ୱାସକରି
ଖଟା ନଖାଇବା ମଧ୍ୟ ଓଡିଶାର
ଲୋକଗୋଷ୍ଠୀ ପାଇଁ ଏକ ଆହରିତ
ବିଶ୍ୱାସ । ଅତଏବ,
ଗୋଟିଏ
ଲୋକଗୋଷ୍ଠୀ ଆଉ ଗୋଟିଏ ଲୋକଗୋଷ୍ଠୀର
ସଂସ୍ପର୍ଶରେଆସିଲେ ପରସ୍ପର
ମଧ୍ୟରେ ବିଶ୍ୱାସର ଆହରଣ ମଧ୍ୟ
ସମ୍ଭବ ହୋଇଥାଏ ।
No comments:
Post a Comment