ମହିମା ଭକ୍ତି କବିତା - 'ନିରନ୍ତରେ ଭଜୁଥାଅ ନାମକୁ ଗୋ'
ଭକ୍ତ କବି ଭୀମ ଭୋଇ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ନିରନ୍ତରେ
ଭଜୁଥାଅ ନାମକୁ ଗୋ
ଛାଡି
ସୁତ ବିତ୍ତ ଦାରା ଧନକୁ ଗୋ । ଘୋଷା।
ଏ ସେ ବ୍ରହ୍ମ ଜ୍ଞାନ ତତ୍ତ୍ୱ ଏ ଜୀବ ଆତ୍ମାକୁ ହିତ
ଆସଇ
ମନକୁ ଗୋ,
ସୁଜ୍ଞାନୀ
ଜନଙ୍କୁ
ପଚିଶ
ପ୍ରକୃତି ମାରି ମନ ପବନରେ ଭରି
ଧରିଥିବ
ମନ ଧ୍ୟାନ ଯୋଗକୁ ଗୋ ।୧।
ଏତେବେଳେ ଥିଲେ ବାଞ୍ଛି ନିଶ୍ଚୟେ ରଖିବେ ସଞ୍ଚି
ଆଗତ
ଦିନକୁ ଗୋ,
ଭକତମାନଙ୍କୁ
ପୃଥ୍ୱୀ
ହୋଇଲେ ଉତ୍ସୁକ ଶୂନ୍ୟରୁ ପଡିବ
ଡାକ
ଡେରିଥିବ
ବାମକର କର୍ଣ୍ଣକୁ ଗୋ ।୨।
ଅମଡା ଅପୋଡା ଭୂଇଁ ଚନ୍ଦ୍ର ସୂର୍ଯ୍ୟ ଗମ୍ୟ ନାହିଁ
ଲୋଡା
ସେ ସ୍ଥାନକୁ ଗୋ,
ସୁମରି
ଗୁରୁଙ୍କୁ
ପାଞ୍ଚ ମନ
କଲେ ତତ୍ତ୍ୱୁ ପାଇବ ପୂର୍ବର ହେତୁ
ଭାଜନ
ହୋଇବ ଦାସପଣକୁ ଗୋ ।୩।
ଗମି ପାରିଲେ ସେ ପୁର ଯୁଗ ଯୁଗାନ୍ତେ ଅମର
ଛେଦଇ
ଭୟକୁ ଗୋ,
ଭେଦଇ
ଜ୍ଞାନକୁ
ସୁଜନେ
ନ ଦେବ ଦୋଷ ଶ୍ରୀଗୁରୁ ଆଜ୍ଞାରେ
ଦୃଶ୍ୟ
ସେଠାରୁ
ଫିଟିଛି ବାଟ ଶୂନ୍ୟକୁ ଗୋ ।୪।
ବହୁଛି ବସନ୍ତ ତହିଁ କ୍ଷୁଧା ତୃଷ୍ଣା ବାଧା ନାହିଁ
ସୁସ୍ଥ
ଏ ପିଣ୍ତକୁ ଗୋ,
ଆଶ୍ୟ
ଏ ଜୀବକୁ
ସଦ
ବ୍ରହ୍ମଜ୍ଞାନ ଏହି ତିନି ତ୍ରୈଲୋକ୍ୟ
ନ ପାଇ
ହିତକୁ
ଆସଇ ଜ୍ଞାନୀ ଜନକୁ ଗୋ ।୫।
ବ୍ରହ୍ମଲୋକଙ୍କର ବାସ ତହିଁକି କରିଛି ଆଶ
ବିଚାରି
ମନକୁ ଗୋ,
ନ
ଭଜି ଆନକୁ
କହେ
ଭୀମ ଅରକ୍ଷିତ ଶ୍ରୀଗୁରୁ ଯେମନ୍ତେ
ସତ୍ୟ
ଭାଗ୍ୟେ
ଥିଲେ ଯିବି ତପୋବନକୁ ଗୋ ।୬।
No comments:
Post a Comment