ବାନା ମାଆ ତା ଧେଇକି
ଭଦ୍ରକର ପିଲା ଖେଳାଇବା ଗୀତ
୧୬୭୫ ମସିହାରେ ଇଂଲଣ୍ଡର ଛାମୁ ମାଳି ଜନ ରୋଜ ରାଜା ଦ୍ୱିତୀୟ ଚାର୍ଲସଙ୍କୁ ଦେଶରେ ଚାଷ ହୋଇଥିବା ପ୍ରଥମ ସପୁରୀ ଭେଟ ଦେବାର ଦୃଶ୍ୟ ଚିତ୍ରକର - ହେଣ୍ଡ୍ରିକ ଡାଙ୍କର୍ଟସ୍ (୧୬୪୫ - ୧୬୬୯) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବାନା ମାଆ ତା ଧେଇକି
ହଳ ଯିବ କୋଉ ସାଇକି ?
ହଳ ଯିବ ଗହମ ପଦା
ବାଟରେ ଦେଖିଲି ସପୁରି ବୁଦା ।
ସେଇଠି ବଇଦ ଥିଲା
ଘରକୁ ଡାକିନେଲା ।
ଦେଲା କାଣ୍ଡିଆ କୁଣ୍ଡା
ଧଇଲା ପେଟ କାମୁଡ଼ା ।
ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।
No comments:
Post a Comment