ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୨
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଶ୍ରେୟ ଯାହା ମାନବର ମୋକ୍ଷ ବିଧାୟକ
ପ୍ରେୟ ଯାହା ଲୋଡ଼େ ନର, ତହିଁରୁ ପୃଥକ ।
ଶ୍ରେୟ ପ୍ରେୟ ବେନି ଭାବେ ଆବଦ୍ଧ ମାନବ
ପ୍ରେୟ ପଥ ଲଭଇ ସେ ସଂସାର ବିଭବ ।
ଶ୍ରେୟ ପଥେ ଅନୁସରି କାଟେ ଭବପାଶ
ପାଏ ପୁରୁଷାର୍ଥ ଯା'ର ନାହିଁ କେବେ ନାଶ ।
ଲୋଡ଼ଇ ଯେ ପ୍ରେୟ ପଥ ଧନ-ଦାରା-ଲୋଭେ
ହରାଇ ପରମ ପଦ ପଡ଼େ ଚିରକ୍ଷୋଭେ । (ନ.ଉ. ୧।୨।୯)
No comments:
Post a Comment