ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୪
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
ଫଟୋ କ୍ରେଡ଼ିଟି - ୱିକିମିଡ଼ିଆ କମନସ୍ |
ପୃଥିବୀରେ
ଆଗାମୀ ୫୦ବର୍ଷ ମଧ୍ୟରେ ବହୁ
ଅଦ୍ଭୁତପୂର୍ବ ଘଟଣାମାନ ଘଟିବାକୁ
ଯାଉଛି । ଆଜି ସୋମାଲିଆ ଓ
ଇଥିଓପିଆରେ ଯାହା ସବୁ ଘଟୁଛି
ସେହିପରି ଘଟଣା ଭାରତର ବହୁ ଅଞ୍ଚଳରେ
ମଧ୍ୟ ଘଟିବ । କିନ୍ତୁ ଏକଥା ଭାବନ୍ତୁ
ନାହିଁ ଯେ,
ସେହି
ଘଟଣାରେ ଦେଶ ଓଲଟପାଲଟ ହୋଇଯିବ
ବା ଆଉ ଏକ ମହାବାତ୍ୟା ସୃଷ୍ଟି
ହୋଇଯିବ । ଏହି ସବୁ ଅଦ୍ଭୁତପୂର୍ବ
ଘଟଣା ଯୋଜନାବଦ୍ଧ ଭାବରେ ଘଟିବାକୁ
ଯାଉଥିବାରୁ କିଛି ଓଲଟପାଲଟ
ହୋଇଯିବାର ଆଶଙ୍କା ନାହିଁ । ଏକଥା
ମଧ୍ୟ ନୁହେଁ ଯେ କେବଳ ମଣିଷକୁ
ମାରିବା ପାଇଁ ଏହା କରାଯାଉଛି ।
ବରଂ ଏବେ
ମଣିଷକୁ ହତ୍ୟା କରାଯାଉଛି ବିକାଶ
ପାଇଁ । ବିକାଶ ପାଉଁ ହେଉଥିବା
ଯୋଜନାରେ ଏହା ସ୍ୱତଃପ୍ରବୃତ୍ତ
ଭାବେ ଘଟୁଛି । ସେଥିପାଇଁ ମନୁଷ୍ୟର
ଯେଉଁ ମନ ଓ
ବୁଦ୍ଧି ଅଛି ତାହାକୁ
ଅନାହାର ଓ ଗଣହତ୍ୟା ପରି ଘଟଣାଗୁଡ଼ିକ
ପ୍ରତି ସମ୍ବେଦନଶୂନ୍ୟ କରିଦିଆଯାଉଛି
। ବୁଦ୍ଧିଜୀବୀମାନଙ୍କୁ ମଧ୍ୟ
ଏହିସବୁ
ଘଟଣା ପ୍ରତି ଉଦାସୀନ କରିଦିଆଯାଉଛି
।
ବ୍ରାଜିଲର
ରିୟୋ ଦ ଜେନେରୋ ନଗରୀରେ
ଯେତେବେଳେ ବିଶ୍ୱ ଧରିତ୍ରୀ
ସମ୍ମିଳନୀ ଆୟୋଜିତ ହେଲା,
ତାହାପୂର୍ବରୁ
ସେହି ନଗରୀକୁ ସର୍ବାଙ୍ଗ ସୁନ୍ଦର
କରାଗଲା । ଯେଉଁଠାରେ ଏକ ଅନ୍ତରାଷ୍ଟ୍ରୀୟ
ସମ୍ମିଳନୀ ହେବ,
ସେଠାରେ
ମହାନଗରକୁ ସଫା ସୁତୁରା ତଥା
ପରିସ୍କାର ତ କରିବାକୁ ହେବ । ହେଲେ
ଏହି ମଉକାରେ ରିୟୋରେ ଥିବା
ବସ୍ତିମାନଙ୍କୁ ମଧ୍ୟ ପୁରାପୁରି
ଧ୍ୱଂସ
କରିଦିଆଗଲା । ଯେଉଁମାନେ ବସ୍ତି
ଧ୍ୱଂସ
କରିବାକୁ ଯାଇଥିଲେ,
ସେମାନେ
ସେଠାକାର ବସ୍ତି ଗୁଡ଼ିକରେ ଅଳିଆରୁ
ଖାଦ୍ୟ ସଂଗ୍ରହ କରୁଥିବା ପିଲାମାନଙ୍କୁ
ମଧ୍ୟ ଗୁଳି କରି ସଫା କରିଦେଲେ ।
ରାସ୍ତାରେ ବୁଲୁଥିବା ବୁଲା
କୁକୁରଗୁଡ଼ିକୁ
ଯେପରି ଗୁଳି କରି ମାରିଦିଆଯାଏ,
ସେହିପରି
ମଣିଷ ପିଲାମାନଙ୍କୁ
ମଧ୍ୟ ମାରି ସଫା କରିଦିଆଗଲା ।
ଏସବୁ
ଆଜି ଛୋଟ ଛୋଟ ଆକାରରେ ଘଟାଯାଉଛି
। କିନ୍ତୁ ଆଗାମୀ ୫୦ବର୍ଷ ମଧ୍ୟରେ
ଏହିପରି ଘଟଣା ବହୁ ବଡ଼ ଆକାରରେ
ଘଟିବ । ଯେଉଁଠାରେ ବିକାଶର ଧାରା
ଏଭଳି ନିର୍ମମ ଢଙ୍ଗରେ ଚାଲିପାରୁଛି,
ସେଠାକାର
ରାଜନୀତି ଓ ପ୍ରଶାସନର ଚରିତ୍ର
ସହଜରେ ଅନୁମାନ କରାଯାଇପାରେ ।
ଏହା କେବଳ ଅନୁମାନର କଥା । ପ୍ରଶାସନ
କିପରି ଚାଲିବ ?
ରାଜନୀତି
କିପରି ଚାଲିବ ?
ଗଣତନ୍ତ୍ରର
ସ୍ଥିତି କଅଣ
ହେବ ? ଏ
ପ୍ରଶ୍ନ ସବୁ ପଚାରିବ କିଏ ?
କହିବା
ବାହୁଲ୍ୟ ଯେ,
ଏହିଭଳି
ବିକାଶ ପ୍ରକ୍ରିୟାରେ ଗଣତନ୍ତ୍ରର
କୌଣସି ଭବିଷ୍ୟତ ନଥାଏ । ତେଣୁ
ଅନ୍ୟ ପ୍ରକାରର ଶାସନ ପଦ୍ଧତିକୁ
ହୁଏତ ଗଣତନ୍ତ୍ରର ନାମ ଦେଇ
ଦିଆଯାଇପାରେ ।
ଆଧୁନିକ
ସଭ୍ୟତାରେ ଯେତେ ସବୁ ଶିଳ୍ପ
ଉଦ୍ୟୋଗ ଚାଲିଛି,
ତାହାର
ମୌଳିକ ଆଧାର ହେଉଛି ଖଣି ଭିତରେ
ଥିବା କଞ୍ଚାମାଲ,
ଯାହାକି
ଭୂଗର୍ଭରୁ ବାହାରିଥାଏ । ଏବେ
ବୈଜ୍ଞାନିକମାନେ ସେମାନଙ୍କ
ଗବେଷଣାଲବ୍ଧ ଜ୍ଞାନରୁ ଯେଉଁ
ସୂଚନା ପାଇଛନ୍ତି,
ସେଥିରୁ
ଏକଥା ସ୍ପଷ୍ଟ ହୋଇଯାଇଛି ଯେ,
ଯେଉଁ
ପେଟ୍ରୋଲ୍,
କୋଇଲା,
ୟୁରାନିୟମ୍,
ଲୁହା
ଆଦି ଖଣିଜ ଦ୍ରବ୍ୟ ମହଜୁଦ୍ ଅଛି,
ତାହା
ଶେଷ ହେବା ପାଇଁ ୫୦ବର୍ଷରୁ ଅଧିକ
ସମୟ ଲାଗିବ ନାହିଁ । ଭାବି ନିଆଯାଉ
ଯେ ଦୁଇଶହ ବର୍ଷ ଲାଗିବ । ଏହାଠାରୁ
ଆଉ ଅଧିକ ଦିନ ଚାଲିବା ଭଳି ତ ଭଣ୍ଡାର
ନାହିଁ । ଏହି ଭଣ୍ଡାର ଶେଷ ହୋଇଯିବା
ପୂର୍ବରୁ ହିଁ ଏଠାରେ ଥିବା ଖଣିଜ
ଦ୍ରବ୍ୟର ଅଭାବ ଅନୁଭୂତ ହେବ ।
ଯଦି ଜନସଂଖ୍ୟାର ଅଭିବୃଦ୍ଧିକୁ
ନଜରରେ ରଖି ଜଣେ ଖଣିଜ ଦ୍ରବ୍ୟକୁ
ହିସାବ କରେ,
ତେବେ
ଦେଖାଯିବ ଯେ ୨୦୨୦ ମସିହା ପରେ
ବିକାଶର ଦର ଆପେ ଆପେ କମ ହୋଇଯାଇଥିବ
। ଫଳରେ ପାଶ୍ଚାତ୍ୟ-ବିକାଶ
ପଦ୍ଧତି ଓ
ଶିଳ୍ପ ସଭ୍ୟତା ତିଷ୍ଠି ରହିବା
ଅସମ୍ଭବ ହୋଇପଡ଼ିବ ।
ବୈଜ୍ଞାନିକ
ଦୃଷ୍ଟିକୋଣରୁ ଦେଖିଲେ ୨୦୩୦ରୁ
୨୦୫୦ ମସିହା ପରେ ଏହି ଶିଳ୍ପ
ସଭ୍ୟତା ତିଷ୍ଠିପାରିବ ନାହିଁ
। ସେତେବେଳେ କଅଣ
ବିଶ୍ୱର ସବୁ ଲୋକଙ୍କୁ ଖାଦ୍ୟ
ଯୋଗାଇବା ପରି ଧାନଚାଉଳ ଉତ୍ପାଦନ
କରାଯାଇପାରିବ ?
ସଂଖ୍ୟାର
ହିସାବରେ କେହି ଏହାର ସକାରାତ୍ମକ
ଉତ୍ତର ଦେଇପାରିବେ ନାହିଁ । ଏପରି
ସମୟ ଖୁବ୍ ଶୀଘ୍ର ଆସି ପହଞ୍ଚିବ
ଯେତେବେଳେ କି ଏହି ପ୍ରଶ୍ନଟି
ପଚରାଯିବ ଯେ ଆମେ ପଛକୁ ଫେରୁଛୁ
କି ?
ଜର୍ମାନୀ,
ଆମେରିକା,
ବ୍ରିଟେନ୍
ଓ
ଫ୍ରାନ୍ସର ଲୋକମାନେ କଅଣ
ଏକଥା ଚାହିଁବେ ଯେ ସେମାନଙ୍କ
ଦେଶର ଆଜିର
ଦିନରେ ପ୍ରାପ୍ତ ସମୃଦ୍ଧି
କ୍ଷୁର୍ଣ୍ଣ
ହୋଇଯାଉ । ସେମାନେ କଅଣ
ଚାହିଁବେ ଯେ ସେମାନଙ୍କ ସ୍ଥିତି
ଆହୁରି ତଳକୁ ଖସିଯାଉ?
No comments:
Post a Comment