ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୨
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ବିକାଶର
କେବଳ ଗୋଟିଏ ନୁହେଁ;
ଏହାର
ବହୁ ରୂପ ଆମେ ଆଜିପର୍ଯ୍ୟନ୍ତ
ଦେଖି ସାରିଲେଣି। ଏହି ତଥାକଥିତ
ବିକାଶ ଯୋଜନାଗୁଡ଼ିକ
ଓ
ବଡ଼ ବଡ଼ ବନ୍ଧ ନିର୍ମାଣ ଯୋଗୁଁ
ଲୋକଙ୍କୁ ଆଖିବୁଜି ବିସ୍ଥାପିତ
କରିବାଟା ମଧ୍ୟ ଏହାର ଏକ ସ୍ୱରୂପ।
ଏକ ମୋଟାମୋଟି ହିସାବରୁ ଜଣାପଡ଼ିଛି
ଯେ ଭାରତରେ ଏହିପରି
ଭାବରେ
ଅଢ଼େଇରୁ
ତିନିକୋଟି ପର୍ଯ୍ୟନ୍ତ ଲୋକ
ବିସ୍ଥାପିତ ହୋଇସାରିଲେଣି ।
ଏମାନେ ସବୁ କୁଆଡ଼େ ଗଲେ,
କେଉଁଠି
ରହିଲେ ଓ କ’ଣ କରୁଛନ୍ତି ତାହାର
ଚିନ୍ତା ଏହି ବିକାଶର କର୍ଣ୍ଣଧାରମାନଙ୍କୁ
ପ୍ରଭାବିତ କରୁଥିବା ପରି ମୋଟେ
ଦେଖାଯାଉ ନାହିଁ। ଏଥିରେ ଆଶ୍ଚର୍ଯ୍ୟ
ହେବାର କିଛି ନାହିଁ ଯେ ବିସ୍ଥାପିତ
ହେଉଥିବା ଏହି ଲୋକଙ୍କ ମଧ୍ୟରୁ
ଅଧିକାଂଶ ହେଉଛନ୍ତି ଆଦିବାସୀ
ଓ
ଦୁର୍ବଳ ଶ୍ରେଣୀର ଲୋକ। ଯେଉଁମାନେ
କି ଏହା ବିରୁଦ୍ଧରେ ବେଶୀ କିଛି
କହି ବି ପାରନ୍ତିନି। ମେଧା ପାଟେକର୍
ଙ୍କ ପରି ନେତୃତ୍ୱ ତ ଆଉ ସବୁ ଜାଗାରେ
ମିଳେ ନାହିଁ। ଏହା କେଉଁଠି କେଉଁଠି
ହୁଏତ ମିଳିଯାଏ।
ସ୍ୱାଧୀନ
ଭାରତରେ ଏଯାବତ୍ ଯେତେଗୁଡ଼ିଏ ବଡ଼
ବଡ଼ ଯୋଜନା ହୋଇଛି ସେଥିରୁ କେଉଁ
ଗୋଟିକରେ ବି ଆଦିବାସୀମାନଙ୍କର
ସାମୁହିକ
କଲ୍ୟାଣ ହୋଇନାହିଁ। ଏହା ଏକ
ନିଷ୍ଠୁର ବିଡ଼ମ୍ବନା ଯେ,
ଆଦିବାସୀ
ଅଞ୍ଚଳରେ ଯେତେବେଳେ କୌଣସି
କଲ୍ୟାଣକାରୀ କାର୍ଯ୍ୟ କରାଯାଉଛି,
ସେତେବେଳେ
ପ୍ରଥମେ ସେ ଅଞ୍ଚଳର ଆଦିବାସୀମାନଙ୍କୁ
ସେଠାରୁ ହଟାଇ ଦିଆଯାଉଛି। ଅର୍ଥାତ୍,
ଆଦିବାସୀମାନଙ୍କର
ବିନାଶ କରିବା ଆଧୁନିକ ବିକାଶଧାରାର
ଏକ ସର୍ତ୍ତ ହୋଇଯାଇଛି। ଶହ ଶହ
କୋଟି ଟଙ୍କା ଖର୍ଚ୍ଚ ହୋଇ ଦେଶରେ
ଯେଉଁ ଯୋଜନାଗୁଡ଼ିକ
ହୋଇଛି ତାହାକୁ ସମୀକ୍ଷା କଲେ
ଏହି କଥାଟି ସ୍ପଷ୍ଟ ହୋଇଯାଉଛି।
ନର୍ମଦା ପରିଯୋଜନାରେ ବିସ୍ଥାପିତ
ଆଦିବାସୀ
ତଥା ବନବାସୀଙ୍କ ପକ୍ଷରୁ ଚାଲିଥିବା
ସଙ୍ଘର୍ଷ
ପ୍ରଥମ ନୁହେଁ। ତେବେ ଏହା ହେଉଛି
ପ୍ରଥମ ସଙ୍ଘର୍ଷ
ଯାହା ଆଡ଼କୁ ରାଷ୍ଟ୍ରର
ତଥା ବିଶ୍ୱର ଧ୍ୟାନ ଆକୃଷ୍ଟ ହେଲା।
ନର୍ମଦା ବନ୍ଧ ଯେତେବେଳେ ସମ୍ପୂର୍ଣ୍ଣ
ହୋଇଯିବ ସେତେବେଳେ କେତେଗୁଡ଼ିଏ
ରାଜ୍ୟରେ ଥିବା ବିସ୍ତୃତ ଆଦିବାସୀ
ଅଞ୍ଚଳ ଜଳମଗ୍ନ ହୋଇଯିବ । ଏହାକୁ
ନେଇ ନର୍ମଦା ବଞ୍ଚାଅ ଆନ୍ଦୋଳନ
ଦେଶବ୍ୟାପୀ ଚେତନା ସୃଷ୍ଟି କରିବା
ସହିତ ବିସ୍ଥାପନ
ଉପରେ ଚର୍ଚ୍ଚା କରାଯିବାରେ ଏକ
ବାତାବରଣ ସୃଷ୍ଟି ହୋଇପାରିଛି।
କିନ୍ତୁ ଏହାକୁ
ଦେଖି ଆମେ କହିପାରିବା ନାହିଁ ଯେ
ଆଦିବାସୀମାନଙ୍କର ସୁରକ୍ଷା ପାଇଁ
ସାରା ଦେଶରେ ଏକ ଅନୁକୂଳ ବାତାବରଣ
ତିଆରି ହୋଇଗଲାଣି। କାରଣ ଭାରତର
ଅଧିକାଂଶ ଶିକ୍ଷିତ ନାଗରିକ
ଆଦିବାସୀ ବିରୋଧୀ ।
ରୋଜା
ଲକ୍ସଜେମ୍ବର୍ଗ୍
ଙ୍କର ଏହି କଥାଟି ପ୍ରତି ଏପର୍ଯ୍ୟନ୍ତ
କୌଣସି ବୁଦ୍ଧିଜୀବୀଙ୍କର ଧ୍ୟାନ
ଯାଇନାହିଁ ଯେ ପୁଞ୍ଜିବାଦୀ
ବ୍ୟବସ୍ଥାକୁ ବଞ୍ଚାଇ ରଖିବା
ପାଇଁ ସବୁବେଳେ ଏକ ପ୍ରାକ୍-ପୁଞ୍ଜିବାଦୀ
ଆର୍ଥିକ କ୍ଷେତ୍ର ନିର୍ମାଣର
ଆବଶ୍ୟକତା ଥାଏ,
ଯେଉଁଠାରୁ
ପୋଷଣ
ସଙ୍ଗ୍ରହ
କରି ପୁଞ୍ଜିବାଦ ସବଳ ହୋଇଥାଏ।
ଭାରତ ପରି ଏକ ବିକାଶଶୀଳ ଦେଶରେ
ଆମେ ଏକଥା ସ୍ପଷ୍ଟ ଦେଖିପାରିବା
ଯେ ଦେଶର ଗୋଟିଏ ଭାଗକୁ ବିକଶିତ
କରିବା ପାଇଁ ଅନ୍ୟ କେତେକ ଅଞ୍ଚଳକୁ
ଠିକ୍ ସେହିପରି ଶୋଷଣ କରାଯାଉଛି,
ଯେପରିକି
ସାମ୍ରାଜ୍ୟବାଦୀ ଦେଶମାନେ
ସେମାନଙ୍କ ଉପନିବେଶଗୁଡ଼ିକୁ
ପଦଦଳିତ କରି ତାଙ୍କୁ ଶୋଷଣ କରୁଥିଲେ।
ଶୋଷଣ କରିବା ପାଇଁ ସବୁବେଳେ ସେହି
ଅଞ୍ଚଳକୁ ଚିହ୍ନଟ କରାଯାଏ ଯେଉଁଠାରେ
ଆଦିବାସୀ ବା ସେହିପରି ସମ୍ପ୍ରଦାୟର
ଲୋକ ରହିଥାଆନ୍ତି। ଆଉ ସେହି ସବୁ
ଅଞ୍ଚଳର ବିକାଶ କରାଯାଏ ଯେଉଁ
ସବୁ ଅଞ୍ଚଳରେ ସମ୍ଭ୍ରାନ୍ତବର୍ଗ
ବା ଜାତିର ଲୋକ ରହନ୍ତି ବା ଭବିଷ୍ୟତରେ
ଆସି ରହିବେ। ଏହି ନିୟମର ବ୍ୟତିକ୍ରମ
ହୁଏତ କେଉଁଠି କେମିତି ହେଉଥିବ
। କିନ୍ତୁ
ତାକୁ ଖୋଜି ପାଇବାଟା ଏକ ଦୂରୁହ
ବ୍ୟାପାର।
ଆଦିବାସୀଙ୍କ
ବିଷୟରେ ଗୋଟିଏ କଥା ଜାଣିବା
ନିହାତି ଜରୁରୀ। ଯେଉଁ ଗୋଷ୍ଠୀ
ବା ସମୂହଙ୍କୁ ରାଜତନ୍ତ୍ର ଓ
ବିକାଶତନ୍ତ୍ରର ଅତ୍ୟାଚାରର
ମୁକାବିଲା କରିବାକୁ ପଡ଼ିଥାଏ
ସେମାନଙ୍କ ମଧ୍ୟରେ ସବୁଠାରୁ
ଦୁର୍ବଳ ଗୋଷ୍ଠୀ ହେଉଛନ୍ତି
ଆଦିବାସୀ । ହରିଜନଙ୍କ ପରି
ସେମାନଙ୍କୁ ଅପମାନିତ ହେବାକୁ
ପଡ଼େ ନାହିଁ ।
ତଥାପି ହରିଜନଙ୍କ ତୁଳନାରେ ସେମାନେ
ଅଧିକ ଦୁର୍ବଳ। ବିଶେଷକରି ଯେତେବେଳେ
ଆଦିବାସୀମାନଙ୍କୁ ଅଣଆଦିବାସୀଙ୍କ
ଭିତରେ ବା ପାଖାପାଖି ସଂଖ୍ୟାଲଘୁ
ହୋଇ ରହିବାକୁ ହୋଇଥାଏ,
ସେଠାରେ
ତ ସେମାନେ ପୁରାପୁରି ଦୁର୍ବଳ
ହୋଇଥାଆନ୍ତି। ଝାଡ଼ଖଣ୍ଡ ଆନ୍ଦୋଳନର
ବାହାରେ ଆଉ କେଉଁଠାରେ ମଧ୍ୟ
ସେମାନଙ୍କର ପ୍ରତିରୋଧ-ଶକ୍ତି
ଦୃଷ୍ଟିରେ ପଡ଼ୁନାହିଁ। ତେଣୁ
ସେମାନଙ୍କ ଜୀବନ ସହିତ ଖେଳିବା
ଭାରି ସହଜ ହୁଏ।
No comments:
Post a Comment