ଉପଦେଶ ସାର ଶ୍ଲୋକ ୨୮, ୨୯ ଏବଂ ୩୦
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଶ୍ଲୋକ ୨୮
କିଂ ସ୍ୱରୂପମିତ୍ୟାତ୍ମଦର୍ଶନେ ।
ଅବ୍ୟୟାଭବାପୂର୍ଣ୍ଣ ଚିତ୍ ସୁଖମ୍ ।୨୮।
ପଦଚ୍ଛେଦ
କିଂ ସ୍ୱରୂପମ୍ ଇତି - ମୋର ସ୍ୱରୂପ କଅଣ
ଆତ୍ମ ଦର୍ଶନେ - ଆତ୍ମଦର୍ଶନ ଦ୍ୱାରା
ଅବ୍ୟୟ - ଅବ୍ୟୟ
ଅଭବ - ଜନ୍ମ ରହିତ
ଆପୂର୍ଣ୍ଣ ଚିତ୍ ସୁଖମ୍ - ପରିପୂର୍ଣ୍ଣ ଚିତ୍ ସୁଖ
ପଦ୍ୟାନୁବାଦ
କିପରି ସ୍ୱରୂପ ମୋହର।
କରିଲେ ଏପରି ବିଚାର ।।
ଚୈତନ୍ୟ ଅଜନ୍ମା ଅବ୍ୟୟ ।
ଆତ୍ମାର ହୁଏ ପରିଚୟ।।
ସୁଖରୂପୀ ଆନନ୍ଦ ପୂର୍ଣ୍ଣ ।
ଆତ୍ମାର ଏପରି ଦର୍ଶନ ।।
ଶ୍ଲୋକ ୨୯
ବନ୍ଧମୁକ୍ତ୍ୟତୀତଂ ପରଂ ସୁଖମ୍ ।
ବୀନ୍ଦତୀହ ଜୀବସ୍ତୁ ଦୈବିକଃ ।୨୯।
ପଦଚ୍ଛେଦ
ବନ୍ଧମୁକ୍ତ୍ୟତୀତଂ - ବନ୍ଧ ଓ ମୋକ୍ଷରୁ ଉର୍ଦ୍ଧ୍ୱରେ
ପରମ୍ - ସର୍ବଶ୍ରେଷ୍ଠ
ସୁଖମ୍ - ସୁଖ
ବୀନ୍ଦତି - ପାଏ
ଇହ - ଏହିଠାରେ
ଜୀବଃ - ଜୀବ
ତୁ - ବିରଳତାର ସୂଚକ ଶବ୍ଦ
ଦୈବିକଃ - ଦୈବୀଗୁଣଯୁକ୍ତ
ପଦ୍ୟାନୁବାଦ
ଏ ସଂସାରେ ବିରଳ ନର
ଦୈବିକ ଗୁଣେ ବଳିଆର
ହୋଇ ଲଭନ୍ତି ଶ୍ରେଷ୍ଠ ସୁଖ
ବନ୍ଧନ ମୋକ୍ଷରୁ ଅତୀତ । ୨୯।
ଶ୍ଲୋକ ୩୦
ଅହମପେତକଂ ନିଜବିଭାନକମ୍ ।
ମହଦିଦଂ ତପୋ ରମଣ ବାଗିୟମ୍ । ୩୦।
ପଦଚ୍ଛେଦ
ଅହମ ପେତକମ୍ - ଅହଂକାର ରହିତ
ନିଜ ବିଭାନକମ୍ - ସ୍ୱପ୍ରକାଶ ରୂପ
ମହତ୍ - ଶ୍ରେଷ୍ଠ
ଇଦମ୍ - ଏହି
ତପଃ - ତପସ୍ୟା
ରମଣବାକ୍ - ରମଣଙ୍କର ବାଣୀ
ଇୟମ୍
ପଦ୍ୟାନୁବାଦ
ଅହଂକାରକୁ ଦୂର କରି ।
ମହତ ତପ ଯେ ଆଚରି ।।
ସ୍ୱପ୍ରକାଶରେ ପ୍ରକଟଇ ।
ରମଣ ମହାୠଷି କହି ।।
No comments:
Post a Comment