ଓଡ଼ିଆ ଜନଜୀବନରେ ପାନ ବିଷୟ - ୨
ଉତ୍ସ - ଶ୍ରୀ ବୈଷ୍ଣବ ମହାନ୍ତି କୃତ 'ପାନ ଓ ପ୍ରିୟତମା'
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ପଞ୍ଚ ସାୟକ - ଉପେନ୍ଦ୍ର ଭଞ୍ଜ
ପୁରୁଷ ମନ ହରନ୍ତି ରମଣୀଏ ବେଶଭୂଷା ଯତ୍ନ କରି
କ୍ରମରେ ଏହା ଶୁଣ ହେ ସୁରସିକ ଜନ କହୁଛି ବିସ୍ତାରି ।
ତାମ୍ବୁଳ ଭକ୍ଷଣ ସୁଶୀଳପାୟନ ପାଦ ସେବନ ପ୍ରୀତିରେ
ହାସ୍ୟ କଟାକ୍ଷ ଚାତୁରୀ ଶ୍ଲେଷଭାଷା ନାନା ଗତି ଇଙ୍ଗିତରେ ।
ସଙ୍ଗୀତ କଳ୍ପଲତା - ବଳଦେବ ରଥ
ରାତି ପାହି ହେଲା ହେ ହାତୀ ! ହୁଅ ଅପହୁଡ଼ ତେଜ ସୁପାତି ।
ହେମ ହେଲା ଉର ମୁକୁତା, ପାନକଳ ଲାଗିଲା ପିତା
କରଟ କୁମ୍ଭାର ଚମକି ଡାକନ୍ତି ଭାଜିଲା ଅରୁଣ କିରଣ କାନ୍ତି
ରାତି ପାହି ହେଲା ହେ ହାତୀ ।
ପହିଲି ରଜ - ସଚ୍ଚି ରାଉତରାୟ
ଖେଳ ପରେ ପୁଣି ଗାଆଁ ବୁଲା ପାଳି
ସରବେ ବେଗରେ ହୋଇଲେ ସଜ,
ସବୁରି ହାତରେ ରଜପାନ ଆଜି
ଅଳେଇଚ ଦାନା କେଡ଼େ ମଉଜ ।
ରଜ ଗୀତ
ହାତୀ ଖାଏ ବରଡାଳ,
ଶହେ ପାଇକରେ ବାଛି ଆଣିଲ ହେ ବାପା !
ପାନଖିଆ ସରଦାର ।
ବଳାଙ୍ଗି ବାଉଁଶ କଣି,
ମନ୍ଦାର ମାଳାରେ ଗଭା ମଉଣ୍ଡି,
ଗଭା ମଉଣ୍ଡି ହେ,
ପାନଖାଇ ପାଇକାଣୀ ।
କାନ୍ଦଣା ଗୀତ
ବାଲି ତାତିଲେ ତ ଜୋତା ମାଡ଼ିବ ହେ ଭାଇ !
ମୁହଁ ତାତିଲେ ତ ପାନ ଖାଇବ ହେ ଭାଇ !
ପାନ ଭାଙ୍ଗି ଦେଲି ଖଇର ପିତା ହେ ଭାଇ !
ମୋତେ ନ କରିବ ଭଗାରିହସା ହେ ଭାଇ !
No comments:
Post a Comment