Living in Bhubaneswar
Thursday, January 21, 2016
ସାଲବେଗ ଭଜନ - ଅଣସର ଘରେ ଥିଲ
ଗାୟକ - ଶ୍ରୀ ସିକନ୍ଦର ଆଲମ୍
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=qLk4sWy7OnY
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଅଣସର ଘରେ ଥିଲ ଆଜ ବାହାର ହେଲ
ତ୍ରିଭଙ୍ଗୀ ଭଙ୍ଗୀ କରି ଚାହୁଁଛ ।୧।
ଶ୍ରୀଭୁଜେ ଭୁଜେ ପେଲି ମତ୍ତଗଜ ପ୍ରାୟେ ଝୁଲି
ମହାପାତକ ମାନ ଦହୁଛ । ୨।
ମୃଦୁ ମଧୁର ହାସ ଅଧରେ ଜଗଦୀଶ
ତିନିପୁରକୁ ଯାଚ଼ି ଦେଉଛ । ୩।
ଅତି ମୋହନ ବେଶ ଧରି ନୀଳାଦ୍ରୀ ବାସ
ଚାହିଁ ତିନିପୁରକୁ ତାରୁଛ ।୪।
କହେ ସାଲବେଗ ହୀନ ଏ ତ ଜଗମୋହନ
ଜଗମୋହନ ରୂପ ଧରିଛ । ୫।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment