Living in Bhubaneswar
Sunday, December 27, 2015
ଜଗନ୍ନାଥ ଭଜନ - ମାନ ଉଦ୍ଧାରଣ
ଫଟୋ କ୍ରେଡ଼ିଟ୍ - ୱିକିପିଡ଼ିଆ କମନସ୍
କବି - ଉପେନ୍ଦ୍ର ଭଞ୍ଜ
ଗାୟକ - ବାଣୀ ଜୟରାମ ଓ ବାଳକୃଷ୍ଣ ଦାସ
ସଙ୍ଗୀତ - ପ୍ରଫୁଲ୍ଲ କର
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=7IGLlmSQEZA
ମାନ ଉଦ୍ଧାରଣ କରହେ ତାରଣ
ଶରଣ ମୁଁ ତୁମ ପାଦ ତଳେ ।
ଅନାଥର ନାଥ ନୀଳଗିରି ନାଥ
ଜଗନ୍ନାଥ ନାମ ନୀଳାଚଳେ ।
ମହୋଦଧି କୂଳେ କଳ୍ପବଟ ମୂଳେ
ବିଜେ କରିଛ ବଡ଼ ଦେଉଳେ ।
ଲକ୍ଷେ ଯୋଜନରେ ବାରଣ ଚିନ୍ତିଲା
ତା ଡ଼ାକ ଶୁଣିଲ ପଶାଖେଳେ ।
ମାରକଣ୍ଡ ୠଷି ଯାଉଥିଲେ ଭାସି
ଉଦ୍ଧରି ଧଇଲ ବାହୁତଳେ ।
କିସ୍କିନ୍ଧାକୁ ଗଲ ବାଳି ବିନାଶିଲ
ବନ୍ଧ ହେ ବାନ୍ଧିଲ ସିନ୍ଧୁଜଳେ ।
ଲଙ୍କାରେ ରାବଣ ବଧିଲ ଆପଣ
ଜନକ ନନ୍ଦିନୀ ସୀତା ଛଳେ ।
ଯୁଧିଷ୍ଠିର ବୋଲେ ହସ୍ତିନାକୁ ଗଲ
ଭୋଜନ କଲ ବିଦୂର ଘରେ ।
କୁରୁସଭା ତଳେ ପାଞ୍ଚାଳି ଚିନ୍ତିଲା
କୋଟି ବସ୍ତ୍ର ଦେଲ ଅବହେଳେ ।
ବନପୋଡ଼ି କାଳେ ଘୋର ଦାବାନଳୁ
ଉଦ୍ଧରି ଧଇଲ ବ୍ରଜବାଳେ ।
ଭଣେ ଉପଇନ୍ଦ୍ର କବିକୁଳଚନ୍ଦ୍ର
ଶରଣ ମୁଁ ତୁମ ପାଦତଳେ ।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment