ଉପଦେଶ ସାର ଶ୍ଲୋକ - ୧୯, ୨୦, ୨୧
ଶ୍ଲୋକ - ୧୯
ଅହମୟଂ କୁତୋ ଭବତି ଚିନ୍ୱତଃ ।
ଅୟି ପତତ୍ୟହଂ ନିଜ ବିଚାରଣମ୍ । ୧୯।
ପଦ ଚ୍ଛେଦ
ଅହମ୍ - ମୁଁ କାର ବା ଅହକାଂର
ଅୟମ୍ - ଏହି
କୁତଃ - କେଉଁଠାରୁ
ଭବତି - ଉତ୍ପନ୍ନ ହୁଏ
ଚିନ୍ୱତଃ - ବିଚାରକର୍ତ୍ତାଙ୍କର
ଅୟି - ଆରେ
ପତତି - ପଡ଼େ ବା ପତିତ ହୁଏ
ଅହମ୍ - ଅହଂକାର
ନିଜ ବିଚାରଣମ୍ - ନିଜ ବିଷୟରେ (ଆତ୍ମତତ୍ତ୍ୱ ବିଷୟରେ ) ବିଚାର
ପଦ୍ୟାନୁବାଦ
ମୁଁ-କାର ବୋଲି ଯେଉଁ ବୃତ୍ତି
କେଉଁଠୁ ହୁଅଇ ଉତ୍ପତ୍ତି ।
ଏପରି ବିଚାର କରିଲେ
ନାଶଇ ଅହଂକାର ହେଳେ । ୧୯।
ଶ୍ଲୋକ - ୨୦
ଅହମି ନାଶଭାଜ୍ୟହମହଂତୟା ।
ସ୍ଫୁରତି ହୃତ୍ସ୍ୱୟଂ ପରମପୂର୍ଣ୍ଣସତ୍ । ୨୦।
ପଦ ଚ୍ଛେଦ
ଅହମି ନାଶ ଭାଜି - ଅହଂକାର ନାଶ ହେଲେ
ଅହଂ ଅହଂ ତୟା - ମୁଁ ମୁଁ ବୋଲି
ସ୍ଫୁରତି - ସ୍ଫୁରଣ ହୁଏ
ହୃଦ୍ - ଆତ୍ମା
ସ୍ୱୟଂ - ନିଜେ
ପରମ ପୂର୍ଣ୍ଣସତ୍ - ପରମ ପୂର୍ଣ୍ଣ ସତ୍ ସ୍ୱରୂପ
ପଦ୍ୟାନୁବାଦ
ଅହଂକାର ବିନାଶ ଫଳେ,
ଆତ୍ମା ହୃଦୟର ସ୍ଥଳରେ ;
ମୁଁ ବୋଲି ପ୍ରକଟ ହୁଅଇ ,
ପରମ ପୂର୍ଣ୍ଣ ସତ୍ୟ କହି । ୨୦ ।
ଶ୍ଲୋକ - ୨୧
ଇଦମହଂ ପଦାଭିଖ୍ୟମନ୍ୱହଂ ।
ଅହମିଲୀନକୋପ୍ୟଲୟ ସତ୍ତୟା । ୨୧।
ପଦ ଚ୍ଛେଦ
ଇଦମ୍ - ଏହି
ଅହଂ ପଦାଭିଖ୍ୟମ୍ - ଅହମ୍ ଶବ୍ଦ ଦ୍ୱାରା ନିର୍ଦ୍ଦେଶ କରାଯାଇଥିବା
ଅନୁ - ପରେ
ଅହମ୍ - ମୁଁ (ପରମ)
ଅହମିଲୀନକେ ଅପି - ଜୀବ ପରି ପ୍ରତିତ ହେଉଥିବା ଅହଂ ଲୀନ ହେବା ପରେ
ଅଲୟ ସତ୍ତୟା - ନାଶବିହୀନ ସତ୍ ସ୍ୱରୂପ ହୋଇଥିବାରୁ
ପଦ୍ୟାନୁବାଦ
ଏହି ପରି ଜୀବ ଇଶ୍ୱରେ
ଲୀନ ହୋଇବାର ପରେ ।
ଆତ୍ମାର ଘଟଇ ପ୍ରକାଶ
ସତ୍ୟ ସ୍ୱରୂପ ଅବିନାଶ ।୨୧।
No comments:
Post a Comment