ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ପ୍ରଥମ ପ୍ରକାଶ – ୧୮୮୭
ପ୍ରଥମ ଅଧ୍ୟାୟ - ଶ୍ଲୋକ ୩୮- ୪୬
ଅର୍ଜୁନ ଉବାଚ
କଥଂ ନ ଜ୍ଞେୟମସ୍ମାଭିଃ ପାପାଦସ୍ମାନ୍ନିବର୍ତ୍ତିତୁମ୍ ।
କୁଳକ୍ଷେୟକୃତଂ ଦୋଷଂ ପ୍ରପଶ୍ୟଦ୍ୟଟ-ଭିର୍ଜନାର୍ଦ୍ଦନଂ ।୩୮ ।
ମାତ୍ର ଆମ୍ଭେମାନେ ଦେଖୁଅଛୁଁ ଜନାର୍ଦ୍ଦନ । କୁଳକ୍ଷୟ ଆଦି ଗୁରୁତର ପାପମାନ ।।
ଜାଣିଶୁଣି ହେବୁଁ ଏଥେଁ କିପରି ପ୍ରବୃତ୍ତ । ଅତଏବ ଏଥୁଁ କ୍ଷାନ୍ତ ରହିବା ଉଚିତ । ୩୮ ।
କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ ।
ଧର୍ମେ ନଷ୍ଟେ କୁଳଂ କୃତ୍ସ୍ନମଧର୍ମ୍ମୋଽଭିଭବତ୍ୟୁତ । ୩୯।
ଆହେ ଜନାର୍ଦ୍ଦନ ଯଦି କୁଳ ହୁଏ ନାଶ । ସନାତନ କୁଳଧର୍ମ ହୁଅଇ ବିଧ୍ୱଂସ ।।
ନାଶ ଯେବେ ହେବ କୁଳ ଧର୍ମ ସନାତନ । ହୋଇଯାଏ ମହାପାପେ କୁଳ ପରିପୂର୍ଣ୍ଣ । ୩୯ ।
ଅଧର୍ମାଭିଭବାତ୍ କୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ । ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ନେୟ ଜାୟତେ ବର୍ଣ୍ଣସଙ୍କରଃ ।୪୦।
କୁଳଧର୍ମ ନାଶ ହେଲେ କୁଳ ନାରୀମାନେ । ପ୍ରବୃତ୍ତ ହୁଅନ୍ତି ବ୍ୟଭିଚାର ଆଚରଣେ ।।
ହୁଅନ୍ତି ଉତ୍ପନ୍ନ ବର୍ଣ୍ଣସଙ୍କର ସନ୍ତାନ । ଏହା କି ନ ଜାଣ ତୁମ୍ଭେ ହେ ମଧୂସୁଦନ । ୪୦ ।
ସଙ୍କରୋନରକାୟୈବ କୁଳଘ୍ନାନାଂ କୁଳସ୍ୟ ଚ ।
ପତନ୍ତି ପିତରୋହ୍ୟେଷାଂ ଲୁପ୍ତପିଣ୍ଡୋଦକକ୍ରିୟାଃ । ୪୧ ।
ଏ ବର୍ଣ୍ଣଶଙ୍କର ଲୋକେ କୁଳକୁ ନାଶନ୍ତି । କୁଳ ଯଶକାରୀ ଗଣେ ନରକ ଦିଅନ୍ତି ।।
ପିଣ୍ଡଦୋକେ କ୍ରିୟା କୁଳେ ହୁଅଇ ବିଲୁପ୍ତ । ପିତୃଲୋକେ ଚିରକାଳ ହୁଅନ୍ତି ପତିତ । ୪୧ ।
ଦୋଷେରତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କରକାରକୈଃ ।
ଉତ୍ପାଦ୍ୟନ୍ତେ ଜାତିଧର୍ମାଃ କୁଳଧର୍ମାଶ୍ଚ ଶାଶ୍ୱତାଃ ।୪୨।
କୁଳନାଶକାରୀ ବର୍ଣ୍ଣସଙ୍କର କାରଣ । ଯେ ମାନେ ଅଟନ୍ତି ତାଙ୍କ ଏତେ ଦୋଷ ଜାଣ ।।
ଏମାନଙ୍କ ଯୋଗେ ପୁଣି ହୁଅଇ ବିନାଶ । ଜାତିଧର୍ମ କୁଳଧର୍ମ ଆଶ୍ରମ ବିଶେଷ । ୪୨ ।
ଉତ୍ସନ୍ନକୁଳଧର୍ମ୍ମାଣାଂ ମନୁଷ୍ୟାନାଂ ଜନାର୍ଦ୍ଦନ ।
ନରକେ ନିୟତଂ ବାସୋ ଭବତୀତ୍ୟନୁଶୁଶ୍ରୁମଃ । ୪୩।
ଶୁଣିଅଛି କୁଳନାଶକାରୀ ଲୋକଗଣେ । ଅନନ୍ତ ନରକେ ବାସ କହନ୍ତି ସେମାନେ । ୪୩ ।
ଅହୋବତ ମହତ୍ ପାପଂ କର୍ତ୍ତୁଂ ବ୍ୟବସିତାବୟମ୍ ।
ଯଦ୍ରାଜ୍ୟସୁଖଲୋଭେନ ହନ୍ତୁଂ ସ୍ୱଜନମୁଦ୍ୟତାଃ । ୪୪ ।
କି ମହତ ପାପ କରୁଅଛୁଁ ଅନୁଷ୍ଠାନ । ଗାଜ୍ୟସୁଖ ପାଇଁ ବିନାଶିବୁଁ ବନ୍ଧୁଗଣ । ୪୪ ।
ଯଦି ମାମପ୍ରତିକାରମଶସ୍ତ୍ରଂ ଶସ୍ତ୍ରପାଣୟଃ ।
ଧାର୍ତ୍ତରାଷ୍ଟ୍ରାରଣେ ହନ୍ତ୍ୟୁସ୍ତନ୍ମେ କ୍ଷେମତରଂ ଭବେତ୍ । ୪୫।
ନ ଧରିବୁଁ ଶସ୍ତ୍ର ନ କରିବୁ ପ୍ରଶକାର । ଧାର୍ତ୍ତ୍ରରାଷ୍ଟ୍ର ପଛେ ମୋତେ କରନ୍ତୁ ସଂହାର ।
ସେମାନେ ଯଦ୍ୟପି ମୋତେ କରିବେ ନିଧନ । ବରଞ୍ଚ କରିବୁଁ ଆମ୍ଭେ ତହିଁ ଶ୍ରେୟଜ୍ଞାନ । ୪୫।
ସଞ୍ଜୟ ଉବାଚ
ଏବମୁକ୍ତ୍ୱାର୍ଜୁନଃ ସଂଖ୍ୟେ ରଥୋପସ୍ଥଃ ଉପାବିଶତ୍ ।
ବିସୃଜ୍ୟ ସଶରଂ ଶୋକସଂବିଘ୍ନମାନସଃ । ୪୬ ।
ଏତେ ବୋଲି ପାର୍ଥ ଘୋର ସମର ଭୂମିରେ । ଧନୁଶର ତ୍ୟାଗ କରି ବସିଲେ ରଥରେ । ୪୬ ।
ଇତି ଶ୍ରୀ ମହାଭାରତେ ଶତସାହସ୍ର୍ୟାଂ ସଂହିତାୟାଂ ବୈୟାସିକ୍ୟାଂ
ଭୀଷ୍ମପର୍ବଣି ଶ୍ରୀମଦ୍ଭଗବଦ୍-ଗୀତାସୂପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ
ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନସମ୍ବାଦେ ସୈନ୍ୟଦର୍ଶନଂ ନାମ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟୋଽଧ୍ୟାୟଃ ।
ସାଂଖ୍ୟ ୟୋଗଃ
ସଞ୍ଜୟ ଉବାଚ
ତଂ ତଥା କୃପୟାବିଷ୍ଟମଶ୍ରୁ ପୂର୍ଣ୍ଣାକୁଳେକ୍ଷଣମ୍ ।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ । ୧।
କୃପାଳୁ ବିଷଣ୍ଣ ଅଶ୍ରୁପୂର୍ଣ୍ଣ ନେତ୍ର ପାର୍ଥେ । ବୋଇଲେ ଏମନ୍ତ କଥା ପ୍ରଭୁ ଗୋପୀନାଥେ । ୧।

No comments:
Post a Comment