ପାଲି ଧର୍ମପଦ (୮୯) ର ଓଡ଼ିଆ ପଦ୍ୟାନୁବାଦ
୧୪ ପଣ୍ଡିତ ବର୍ଗ
ଚିତ୍ର - 'ବୋଧିସତ୍ତ୍ୱଙ୍କର ଦନ୍ତ' (ୱିକିମିଡିଆ କମନ୍ସ୍) ଚିତ୍ରକର - ଅବନୀନ୍ଦ୍ରନାଥ ଠାକୁର (୧୮୭୧-୧୯୫୧) |
ଯେଉଁମାନଙ୍କର ଚିତ୍ତ ସମ୍ବୋଧି ଅଙ୍ଗରେ
ଅଭ୍ୟସ୍ତ ହୋଇଣ ଅଛି ଉତ୍ତମ ରୂପରେ ।।
ଯେଉଁମାନେ ଗ୍ରହଣ ନ କରି କିଛି ମାତ୍ର
ଅପରିଗ୍ରହରେ ସଦା ରହିଥା'ନ୍ତି ରତ ।।
ଦ୍ୟୁତିମାନ ଯେ, ଯାହାର ଚିତ୍ତମଳ କ୍ଷୀଣ ।
ସେମାନେ ଏଲୋକେ ଲଭନ୍ତି ପରିନିର୍ବାଣ ।୧୪।
ଯେସଂ ସମ୍ବୋଧି-ଅଙ୍ଗେସୁ ସମ୍ମା ଚିତ୍ତଂ ସୁଭାବିତଂ ।
ଆଦାନପଟିନିସ୍ସଗ୍ଗେ ଅନୁପାଦାୟ ଯେ ରତା ।
ଖୀଣାସବା ଜୁତୀମନ୍ତୋ ତେ ଲୋକେ ପରିନିବ୍ବୁତା ।୧୪।
ୟେଷାଂ ସମ୍ବୋଧ୍ୟଙ୍ଗେଷୁ ସମ୍ୟକ୍ ଚିତ୍ତଂ ସୁଭାବିତମ୍ ।
ଆଦାନପ୍ରତିନିଃସର୍ଗାନ୍ ଅନୁପାଦାୟ ୟେ ରତାଃ ।
କ୍ଷୀଣାସ୍ରବା ଜ୍ୟୋତିଷ୍ମନ୍ତଃ ତେ ଲୋକେ ପରିନିର୍ବୃତାଃ ।୧୪।
No comments:
Post a Comment