ୱ୍ଵେଣ୍ଡି କୋପ୍ଙ୍କର କବିତା 'ଫୁଲ'
ଅନୁବାଦକ - ଅବିନାଶ ଦାସଚୌଧିୁରୀ
ଚିତ୍ର - ମର୍ଣ୍ଣିଙ୍ଗ ଗ୍ଲୋରି (ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଙ୍କିତ) ଚିତ୍ରକର - ସୁଜୁକି କୀତ୍ସୁ (୧୭୯୬ - ୧୮୫୮) |
କିଛି
ପୁରୁଷ ସେ ବିଷୟରେ ମନେ କରନ୍ତି
ନାହିଁ ।
ତୁମେ କରିଥିଲ । ତୁମେ ଆସିଥିଲ,
ଆଉ ହୁଏତ କିଣି ଦେଇ ଥିଲ ମୋ ପାଇଁ
ଫୁଲ ।
ତୁମେ କରିଥିଲ । ତୁମେ ଆସିଥିଲ,
ଆଉ ହୁଏତ କିଣି ଦେଇ ଥିଲ ମୋ ପାଇଁ
ଫୁଲ ।
କିନ୍ତୁ, କିଛି ଗୋଳମାଳ ହୋଇ ଯାଇ ଥିଲା ।
ଦୋକାନ ବନ୍ଦ ଥିଲା । କିମ୍ବା, ତୁମ ମନରେ ଆଶଙ୍କା ଥିଲା -
ଆମ ଭଳିଆ ମନର
କଳ୍ପନା ଯାହା ଆମେ ନିରନ୍ତର ବୁଣୁଥାଉ । ତୁମେ ମନେ କରିଲ,
ମୋତେ ହୁଏତ ତୁମ ଫୁଲ ଭଲ ଲାଗିବ ନାହିଁ । ସେତେବେଳେ,
ହସିଦେଇ ଆଲିଙ୍ଗନ କରିଥିଲି ତୁମକୁ ମୁଁ ସେ କଥାରେ;
ଏବେ, ମୁଁ କେବଳ ହସି ପାରିବି ।
ହେଲେ, ଦେଖ;
ସେ
ଯେଉଁ ଫୁଲ ତୁମେ ପ୍ରାୟତଃ କିଣି ଦେଇ ଥିଲ,
ସେ, ଏ ପର୍ଯ୍ୟନ୍ତ ରହିଛି ।
ସେ, ଏ ପର୍ଯ୍ୟନ୍ତ ରହିଛି ।
No comments:
Post a Comment