ପାଲି ଧର୍ମପଦ (୭୯) ର ଓଡ଼ିଆ ପଦ୍ୟାନୁବାଦ
୪ ପଣ୍ଡିତ ବର୍ଗ
ବୌଦ୍ଧଗୟାର ବୋଧିବୃକ୍ଷ ତଳେ ସ୍ଥିତ ଏକ କ୍ଷୁଦ୍ର ମନ୍ଦିରର ଦୃଶ୍ୟ (୧୮୧୦ ମସିହାରେ ଅଙ୍କିତ: ୱିକିମିଡିଆ କମନ୍ସ୍) |
ଧର୍ମରସ ଯେଉଁ ବ୍ୟକ୍ତି କରୁଥାଏ ପାନ
କରେ ପ୍ରସନ୍ନ ଚିତ୍ତରେ ସୁଖରେ ଶୟନ ।
ଆର୍ଯ୍ୟମାନଙ୍କର ଯେଉଁ ଧର୍ମ ଉପଦିଷ୍ଟ
ପଣ୍ଡିତ ରହନ୍ତି ସଦା ତହିଁରେ ପ୍ରବିଷ୍ଟ ।୪।
ଧମ୍ମପୀତୀ ସୁଖଂ ସେତି ବିପ୍ପସନ୍ନେନ ଚେତସା ।
ଅରିୟପ୍ପବେଦିତେ ଧମ୍ମେ ସଦା ରମତି ପଣ୍ଡିତୋ ।୪।
ଧର୍ମପ୍ରୀତୀ ସୁଖଂ ଶେତେ ବିପ୍ରସନ୍ନେନ ଚେତସୋ ।
ଆର୍ଯ୍ୟପ୍ରବେଦିତେ ଧର୍ମ୍ମେ ସଦା ରମତେ ପଣ୍ଡିତଃ ।୪।
No comments:
Post a Comment