ପାଲି ଧମ୍ମପଦ (୭୮) ର ଓଡ଼ିଆ ପଦ୍ୟାନୁବାଦ
୩ ପଣ୍ଡିତୋବଗ୍ଗୋ (ପଣ୍ଡିତ ବର୍ଗ)
ଆନ୍ଧ୍ରପ୍ରଦେଶର ବୋଜ୍ଜନକୋଣ୍ଡା ସ୍ଥିତ ବୁଦ୍ଧପ୍ରତିମା (ୱିକିମିଡିଆ କମନ୍ସ୍) |
ପାପୀ ମିତ୍ର ସହିତ ସମ୍ପର୍କ ନ ରଖିବ ।
ଅଧମ ପୁରୁଷ ସହ କେବେ ନ ରହିବ ।
ଉତ୍ତମ ମିତ୍ରଙ୍କ ସହ ସମ୍ପର୍କ ରଖିବ ।
ସୁପୁରୁଷମାନଙ୍କର ସହିତ ରହିବ ।୩।
ନ ଭଜେ ପାପକେ ମିତ୍ତେ ନ ଭଜେ ପୁରିସାଧମେ ।
ଭଜେଥ ମିତ୍ତେ କଲ୍ୟାଣେ ଭଜେଥ ପୁରିସୁତ୍ତମେ ।୩।
ନ ଭଜେତ୍ ପାପକାନି ମିତ୍ରାଣି ନ ଭଜେତ୍ ପୁରୁଷାଧମାନ୍ ।
ଭଜେତ୍ ମିତ୍ରାଣି କଲ୍ୟାଣାନି ଭଜେତ୍ ପୁରୁଷୋତ୍ତମାନ୍ ।୩।
No comments:
Post a Comment