ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୧
ସଙ୍କଳନ - ସ୍ନେହଲତା ଷଡଙ୍ଗୀ
ଶ୍ରୀ ଲଙ୍କାର କଲମ୍ବୋ ନଗରରେ ପାନ ବିକ୍ରି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
୫୧
ରଙ୍କ
ପାଟିକୁ ପାନ ଗଲା
ପାନ
ବୋଇଲା ମୋ ଜୀବନ ଗଲା ।
ଅର୍ଥ: କୌଣସି
ବ୍ୟକ୍ତିକୁ ଟିକେ ସାହାଯ୍ୟ କଲେ
ସେ ସବୁ ଦେବେ ତୁମକୁ ଖଟେଇବାକୁ
ଚେଷ୍ଟା କରିବା ।
୫୨
ନିଅାଁ
ନଥାଇ ଧୂଅାଁ ବାହାରେନି ।
ଅର୍ଥ: କିଛି
ବି ସତ୍ୟତା ନ ଥାଇ କେବେ ଗୁଜବ
ଉଠେନି ।
୫୩
ବଉଁଶ
ବୁଡ଼ିଗଲା ବେଳେ
ଘୋଡ଼ାମୁହାଁ
ପୁଅ ଜାତ ।
ଅର୍ଥ: ବ୍ୟକ୍ତିର
ଏକମାତ୍ର ପୁତ୍ର ଅବାଟରେ ଯିବା
।
୫୪
ବାଞ୍ଝ
ମାଇପର କି ସମ୍ପତ୍ତି,
ହଳଦୀ
କାଠୁଆ କଜଳପାତି ।
ଅର୍ଥ: ଛୁଆ
ପିଲା ନ ଥିବା ସ୍ତ୍ରୀ ଲୋକର କିଛି
କାମ ନଥିବାରୁ
ସବୁ ବେଳେ ନିଜ ଶରୀର ସଜେଇବାରେ
ସମୟ ବିତାଏ ।
୫୫
ନା
ଗିଳି ପାରୁଛି ନା ବାନ୍ତି କରିପାରୁଛି
।
ଅର୍ଥ: କୌଣସି
ଲୋକକୁ ଶାସନ କରି ନିଜ ଆୟତ୍ତରେ
ନ ରଖି ପାରିବା ଓ ତାକୁ ପୂରା ନିଜ
ପାଖରୁ ଦୂରେଇ ଦେବା ସମ୍ଭବ ନ ହେବା
।
No comments:
Post a Comment